Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆତ୍ମନିର୍ଭର ଏବଂ ଉନ୍ନତ କରିବାକୁ ହେଲେ କୃଷିମେଳାର ଆୟୋଜନ କରାଯିବା ଉଚିତ୍:ଯୋଗୀ

National

ଆତ୍ମନିର୍ଭର ଏବଂ ଉନ୍ନତ କରିବାକୁ ହେଲେ କୃଷିମେଳାର ଆୟୋଜନ କରାଯିବା ଉଚିତ୍:ଯୋଗୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆତ୍ମନିର୍ଭର ଏବଂ ଉନ୍ନତ କରିବାକୁ ହେଲେ କୃଷିମେଳାର ଆୟୋଜନ କରାଯିବା ଉଚିତ୍:ଯୋଗୀ

ଆତ୍ମନିର୍ଭରଶୀଳତା ହିଁ ବିକାଶକୁ ପ୍ରୋତ୍ସାହିତ କରିଥାଏ । ଉତ୍ତରାଖଣ୍ଡର ଯମକେଶ୍ୱର ଅଂଚଳରେ ଥିବା ଗୋରଖନାଥ ମହାବିଦ୍ୟାଳୟରେ ଆୟୋଜିତ କୃଷି ମେଳାରେ ଯୋଗ ଦେଇ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି, ଉତ୍ତରାଖଣ୍ଡର କୃଷିକୁ ଆତ୍ମନିର୍ଭର ଏବଂ ଉନ୍ନତ କରିବାକୁ ହେଲେ ଏଭଳି କୃଷିମେଳାର ଆୟୋଜନ କରାଯିବା ଉଚିତ୍ ।


ମୁଖ୍ୟମନ୍ତ୍ରୀ ଯୋଗୀ ନିଜର ସମ୍ବୋଧନରେ ଉତ୍ତରାଖଣ୍ଡର କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବିଷୟରେ ଉଲ୍ଲେଖ କରିଥିଲେ। ୧୯୬୦ରେ ଏହାକୁ ଉତ୍ତରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ନାମରେ ଏହି ବିଶ୍ବବିଦ୍ୟାଳୟର ସ୍ଥାପନା ହୋଇଥିଲା । ଏହା ଦେଶରେ ତତ୍କାଳୀନ ଖାଦ୍ୟ ସଙ୍କଟ ସହ ଲଢେଇ କରିବା ସହ ହରିତ କ୍ରାନ୍ତିକୁ ପ୍ରୋତ୍ସାହିତ କରି ଖାଦ୍ୟ ସୁରକ୍ଷାକୁ ମଜଭୂତ କରିଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ନ ଯୋଜନା ବିଷୟରେ କହିଥିଲେ ଯୋଗୀ । ଖାଦ୍ୟାନ୍ନ ସୁରକ୍ଷାକୁ ବଡ ଗ୍ୟାରେଣ୍ଟି ବିଶ୍ବରେ କିଛି ନାହିଁ ବୋଲି କହିଥିଲେ ଯୋଗୀ । ଏହି କୃଷିମେଳାରେ ମୁଖ୍ୟମନ୍ତ୍ରୀ ଯୋଗୀ ବିଭିନ୍ନ ଷ୍ଟଲ୍ ବୁଲିବା ସହ ଆଧୁନିକ କୃଷି ପ୍ରଣାଳୀର ନୀରିକ୍ଷଣ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttar Pradesh CM Yogi Adityanath's Uttarakhand Visit A Mix Of Politics And Family update | Argus News