Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଣଜା ସମ୍ପର୍କ ରଖିବାକୁ ମନା କରିବାରୁ ଥାନାରେ ହାତ କାଟିଦେଲେ ମହିଳା

National

Uttar Pradesh News / ଭଣଜା ସମ୍ପର୍କ ରଖିବାକୁ ମନା କରିବାରୁ ଥାନାରେ ହାତ କାଟିଦେଲେ ମହିଳା

Ritu Das
Browse all articles by Ritu Das
·7 months ago·2 min read
ଭଣଜା ସମ୍ପର୍କ ରଖିବାକୁ ମନା କରିବାରୁ ଥାନାରେ ହାତ କାଟିଦେଲେ ମହିଳା

Key Points

ଦିନକୁ ଦିନ ସମାଜ କେଉଁ ସ୍ତରକୁ ଯାଉଛି ତାହା ଦେଖିଲେ ନିଜକୁ ବି ଲାଜ ଲାଗିବ। ମାଇଁ-ଭଣଜା ହେଉଛି ଏବ ପବିତ୍ର ସମ୍ପର୍କ କିନ୍ତୁ ଏପରି ଏକ ଖବର ଆସିଛି ଯାହା ଏହି ସମ୍ପର୍କରେ କଳଙ୍କ ଲଗାଇଛି।
ଦିନକୁ ଦିନ ସମାଜ କେଉଁ ସ୍ତରକୁ ଯାଉଛି ତାହା ଦେଖିଲେ ନିଜକୁ ବି ଲାଜ ଲାଗିବ। ମାଇଁ-ଭଣଜା ହେଉଛି ଏବ ପବିତ୍ର ସମ୍ପର୍କ କିନ୍ତୁ ଏପରି ଏକ ଖବର ଆସିଛି ଯାହା ଏହି ସମ୍ପର୍କରେ କଳଙ୍କ ଲଗାଇଛି। ଉତ୍ତର ପ୍ରଦେଶର ସୀତାପୁରର ଏକ ପୋଲିସ ଷ୍ଟେସନ ଭିତରେ ଜଣେ ମହିଳା ତାଙ୍କ ନିଜ ହାତକୁ ବ୍ଲେଡରେ କାଟିଦେଇଛନ୍ତି। ଭଣଜା ମାଇଁ ସହିତ ସମ୍ପର୍କ ରଖିବାକୁ ମନା କରିଦେଇଥିଲା। ଯେଉଁଥିପାଇଁ ମହିଳା ଜଣକ ରାଗିଯାଇଥିଲେ। ଆଉ ଶେଷରେ ନିଜ ହାତକୁ କାଟିଦେଇଥିଲେ।

ଏହାସହ ପଢ଼ନ୍ତୁ : ଦୀପାବଳି ପୂର୍ବରୁ ବିଷ ବଳୟରେ ରାଜଧାନୀ


ଦିଲ୍ଲୀର ଜଣେ ମହିଳା ଲଳିତ କୁମାର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ପୁଅ ଅଛନ୍ତି। ଜଣକୁ ସାତ ଏବଂ ଆଉ ଜଣକୁ ଛଅ ବର୍ଷ। ତାଙ୍କ ସ୍ୱାମୀଙ୍କ ଭଣଜା ଆଲୋକ ମିଶ୍ରଙ୍କୁ କାମରେ ସାହାଯ୍ୟ କରିବା ପାଇଁ ଗାଁରୁ ଡକାଗଲା। ୧୫ ବର୍ଷ ସାନ ଆଲୋକ ମିଶ୍ରଙ୍କୁ ମହିଳା ଜଣଙ୍କ ଭେଟିଥିଲେ। ଆଲୋକ ପରିବାର ସହିତ ରହିବା ସମୟରେ ତାଙ୍କର ତାଙ୍କ ମାଇଁଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଧୀରେ ଧୀରେ ଏହି କଥା ମହିଳାଙ୍କ ସ୍ବାମୀ ଲଳିତ ଜାଣିବାକୁ ପାଇଥିଲେ। ଆଉ ତାଙ୍କ ଭଣଜାଙ୍କୁ ଗାଁକୁ ପଠାଇ ଦେଇଥିଲେ। କିନ୍ତୁ ସମ୍ପୃକ୍ତ ମହିଳା ତାଙ୍କ ପିଲାମାନଙ୍କୁ ଛାଡି ଭଣଜା ସହ ବରେଲି ଚାଲିଯାଇଥିଲେ। ଯେଉଁଠାରେ ସେମାନେ ପ୍ରାୟ ସାତ ମାସ ଧରି ଏକାଠି ରହିଥିଲେ।

ଯେତେବେଳେ ପୂଜା ଏବଂ ଆଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେଲା। ସେତେବେଳେ ସେ ସୀତାପୁରରେ ଥିବା ତାଙ୍କ ଜନ୍ମସ୍ଥାନକୁ ଫେରି ଆସିଲେ। ଯେତେବେଳେ ପୂଜା ମଧ୍ୟ ଗାଁରେ ପହଞ୍ଚିଲେ, ବିବାଦର ସମାଧାନ ପାଇଁ ଉଭୟଙ୍କୁ ପୋଲିସ ଷ୍ଟେସନକୁ ଡକାଗଲା। ଯେତେବେଳେ ଆଲୋକ ତାଙ୍କୁ କହିଲେ ଯେ ସେ ଆଉ ତାଙ୍କ ସହିତ ରହିବାକୁ ଚାହାଁନ୍ତି ନାହିଁ, ପୂଜା ଏକ ବ୍ଲେଡ୍ ବାହାର କରି ପୋଲିସ ଷ୍ଟେସନ ଭିତରେ ତାଙ୍କ ହାତକୁ କାଟି ଦେଇଥିଲେ, ଯାହା ଫଳରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପୂଜାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଥିଲା।

ଏହାସହ ପଢ଼ନ୍ତୁ: ବାହା ହେବାକୁ ମନା କରିବାରୁ ଫାର୍ମାସୀ ଛାତ୍ରୀଙ୍କ ଗଳା କାଟିଦେଲା, ୨ ଗିରଫ


ଟେକ୍ ସିଟିରେ ହାଇଟେକ୍ ମର୍ଡର । ବାହାହେବାକୁ ମନା କରିବାକୁ କାଟିଦେଲା ଗଳା । ମଲ୍ ପଛପଟୁ ମିଳିଲା ରକ୍ତାକ୍ତ ମୃତଦେହ । ବେଙ୍ଗାଳୁରୁରେ ଚାଞ୍ଚଲ୍ୟ । ବାହା ହେବାକୁ ମନା କରିବାରୁ ୨୦ ବର୍ଷୀୟ ଫାର୍ମାସୀ ଛାତ୍ରୀଙ୍କୁ ହତ୍ୟା କରାଯାଇଛି । ଆଉ ଉତ୍ତର ବେଙ୍ଗାଳୁରୁର ମନ୍ତ୍ରୀ ମଲ୍ ପଛ ପଟୁ ମୃତଦେହ ମିଳିଛି । ମୃତକ ହେଉଛନ୍ତି ୟାମିନୀ ପ୍ରିୟା । ସୂଚନା ଅନୁସାରେ, ୟାମିନୀଙ୍କ ପଡ଼ୋଶୀ ୨୬ ବର୍ଷୀୟ ବିଘ୍ନେଶ ଓରଫ୍ ସଞ୍ଜୟ ବାରମ୍ବାର ବିବାହ ପାଇଁ ପ୍ରସ୍ତାବ ଦେଉଥିଲେ । ଯାହାକୁ ମନା କରି ଆସୁଥିଲେ ୟାମିନୀଙ୍କ ପରିବାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttar Pradesh Woman Cuts Hand at Police Station Over Family Dispute | Argus News