Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣିଥରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 

Manini Pattanayak
Browse all articles by Manini Pattanayak
·1 year ago·1 min read
ପୁଣିଥରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 

ନୂଆଦିଲ୍ଲୀ: ପୁଣିଥରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ।  ବାବାଙ୍କ ବୁଲଡୋଜର ଉପରେ ଦେଶବାସୀଙ୍କ ଭରସା କାଏମ ରହିଛି ।  ଏକ ସର୍ଭେରେ ମୁଖ୍ୟମନ୍ତ୍ରୀ ଭାବେ ୩୩ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ଯୋଗୀ ଆଦିତ୍ୟନାଥ । ମୁଡ୍ ଅଫ୍ ଦି ନେସନର ଏକ ସର୍ଭେରେ ଦେଶରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀଙ୍କୁ ଚୟନ କରିଛନ୍ତି ଦେଶବାସୀ । ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମଧ୍ୟରେ ହୋଇଥିବା ସର୍ଭେରେ ଲଗାତାର ଦ୍ବିତୀୟ ଥର ପାଇଁ ଯୋଗୀଙ୍କୁ ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି ଲୋକେ।

ଏହି ସର୍ଭେ ୩୦ ରାଜ୍ୟରେ ହୋଇଥିଲା । ଏହି ସର୍ଭେରେ ଦ୍ବିତୀୟ ସ୍ଥାନରେ ଅରବିନ୍ଦ କେଜରିୱାଲ୍ ଏବଂ ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି । ବିଗତ ସାଢେ ୭ ବର୍ଷରେ ଉତ୍ତରପ୍ରଦେଶରେ ଆଇନକାନୁନ୍ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆସିଛି। ବିଜୁଳି, ସ୍ବାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା ସୁଦୃଢ ହୋଇଛି। ଉତ୍ତରପ୍ରଦେଶକୁ ଶିଳ୍ପସମୃଦ୍ଧ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର । ଉତ୍ତରପ୍ରଦେଶ ଗ୍ଲୋବାଲ୍ ଇନଭେଷ୍ଟର୍ସ ସମିଟ ମାଧ୍ୟମରେ ବର୍ତ୍ତମାନସୁଦ୍ଧା ୪୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବ ଆସିଛି।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttar Pradesh Yogi Adityanath is once again the most popular Chief Minister of the country | Argus News