Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏପ୍ରିଲ ୩୦ରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା, ଏବେଠୁ କରନ୍ତୁ ପଞ୍ଜିକରଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଏପ୍ରିଲ ୩୦ରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା, ଏବେଠୁ କରନ୍ତୁ ପଞ୍ଜିକରଣ

ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ । ଏପ୍ରିଲ ୩୦ରୁ ଆରମ୍ଭ ହେବାକୁ ଯାଉଛି ଚାରିଧାମ ଯାତ୍ରା । ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ଅନ୍‌ଲାଇନରେ ଆଧାର ସହାୟତାରେ ପଞ୍ଜୀକରଣ ହେଉଛି । ଶ୍ରଦ୍ଧାଳୁଙ୍କ ପାଇଁ ରେଜିଷ୍ଟେସନ୍ ବାଧ୍ୟତାମୂଳକ କରିଛି ପ୍ରଶାସନ । ଏହାଦ୍ବାରା ଶ୍ରଦ୍ଧାଳୁ ନିଜ ପଞ୍ଜୀକୃତ ତିଥିରେ ଦର୍ଶନ ସୁବିଧା ପାଇପାରିବେ । ଧାମ ଗୁଡ଼ିକରେ ଟୋକନ ସହ ଦର୍ଶନ ବ୍ୟବସ୍ଥା କରାଯାଇଛି।

ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଯାତ୍ରା ସମୟରେ ଶ୍ରଦ୍ଧାଳୁ ନିଜ ସହ ଛତା, ଗରମ କପଡା ଏବଂ ରେନକୋଟ ନେବାକୁ କୁହାଯାଇଛି। ସେହିଭଳି ଯାତ୍ରା ସମୟରେ ନିଜ ସହ ଔଷଧ, ଯାତ୍ରା ସ୍ଥଳର ସୁରକ୍ଷା ସୂଚନା ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ସତର୍କ ରହିବା ଭଳି ଦିଗ ପ୍ରତି ସତର୍କ ରହିବାକୁ କୁହାଯାଇଛି।

ଗତ ବର୍ଷ ଚାର ଧାମରେ ବା ମନ୍ଦିର ନିଟକରେ ଫଟୋ, ଭିଡିଓ କିମ୍ବା ରିଲ୍ସ କରିବାକୁ ବାରଣ କରାଯାଇଥିଲା । ଏଥର ମଧ୍ୟ ସେହି ନିୟମ ଲାଗୁ କରାଯିବ ବୋଲି ସୂଚନା ରହିଛି ।


ଚାର୍ ଧାମ ମନ୍ଦିର ନିକଟରେ ଭିଡିଓ ଏବଂ ରିଲ୍ ଶୁଟିଂ କରିବା ଉପରେ ଗତବର୍ଷ ଉତ୍ତରାଖଣ୍ଡ ପୋଲିସ ପ୍ରତିବନ୍ଧକ ଲଗାଇଥିଲେ। ଯମୁନୋତ୍ରୀ, ଗାଙ୍ଗୋତ୍ରୀ, କେଦାରନାଥ, ଏବଂ ବଦ୍ରିନାଥ ନିକଟକୁ ଆସୁଥିବା ବହୁ ପରିଦର୍ଶକ ଫଟୋ ଉଠାଇବା ଏବଂ ଭିଡିଓ ରେକର୍ଡିଂ କରିବା କାରଣରୁ ଭିଡ଼ ପରିଚାଳନା କରିବା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି ହେବା ପରେ ଏହି ପଦକ୍ଷେପ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ମନ୍ଦିର ପରିସରରେ କେହି ଭିଡିଓ ସୁଟ୍ କରିବେ ନାହିଁ କିମ୍ବା ରିଲ୍ ମଧ୍ୟ କରିବେ ନାହିଁ।

ଭିଡିଓଗ୍ରାଫି ଏବଂ ମନ୍ଦିରଗୁଡିକର ୫୦ ମିଟର ମଧ୍ୟରେ ରିଲ୍ ତିଆରି ଉପରେ ଏହି ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ମୋବାଇଲ୍ ଫୋନ୍ ସାଙ୍ଗରେ ନେଇଯିବା ଉପରେ କୌଣସି ପ୍ରତିବନ୍ଧକ ନଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttarakhand Chardham Yatra Registration 2025 Started | Argus News