Uttarakhand Cloudburst / ପୁଣି ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା

Key Points
ଉତ୍ତରାଖଣ୍ଡରେ ପୁଣି ପ୍ରଳୟ । ଗତକାଲି ବିଳମ୍ଵିତ ରାତିରେ ବାଦଲ ଫଟା ବର୍ଷା ପରେ ଏକାଧିକ ସ୍ଥାନରେ ଭୂସ୍ଖଖଳ ଯୋଗୁ ଚମୋଲୀ ନନ୍ଦାନଗର ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ।
ଉତ୍ତରାଖଣ୍ଡରେ ପୁଣି ପ୍ରଳୟ । ଗତକାଲି ବିଳମ୍ଵିତ ରାତିରେ ବାଦଲ ଫଟା ବର୍ଷା ପରେ ଏକାଧିକ ସ୍ଥାନରେ ଭୂସ୍ଖଖଳ ଯୋଗୁ ଚମୋଲୀ ନନ୍ଦାନଗର ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଜଳ ସ୍ରୋତରେ ଏକାଧିକ ଘର ସମ୍ପୂର୍ଣ୍ଣ ଭାସି ଯାଇଥିବାବେଳେ ୧୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଉଦ୍ଧାର କରାଯାଇଛି ।
କୁନ୍ତରୀ ଲଗାଫାଲୀ, ସରପାଣୀ ଓ ଧର୍ମା ଗାଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ମେଡିକାଲ ଟିମ, NDRF ଓ SDRF ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଖୁବଶୀଘ୍ର ଜରୁରୀ ବୈଠକ ହେବାକୁ ଯାଉଛି । ଘଟଣାସ୍ଥଳକୁ 3 ଆମ୍ବୁଲାନ୍ସ ପଠାଯାଇଛି ।
#WATCH | Uttarakhand | Chamoli District Magistrate Sandeep Tiwari told ANI, "A cloudburst caused damage in the Nandanagar Ghat area of Chamoli district on Wednesday night. Six houses were buried under debris in the Kuntri Langafali ward of Nandanagar. The District Magistrate… pic.twitter.com/oNWiRwzxYw
📱 Get Argus News App
✨ସେପଟେ ଉତ୍ତରାଖଣ୍ଡରେ ଭୂସ୍ଖଳନରୁ ଅଳ୍ପକେ ବର୍ତ୍ତିଛନ୍ତି ସାଂସଦ ଅନୀଲ ବଲୁନି । ଗତ ସପ୍ତାହରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ପରିଦର୍ଶନରେ ଯାଇଥିବାବେଳେ ଫସିଥିଲେ ସାଂସଦ । ରାସ୍ତରେ ଭୂସ୍ଖଳନ ହେବାରୁ ପୋଲିସ ଓ ସୁରକ୍ଷାକର୍ମୀ ସାଂସଦଙ୍କୁ ତୁରନ୍ତ ସୁରକ୍ଷିତ ଫେରାଇ ନେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସାଂସଦ। ଚଳିତ ବର୍ଷ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନରେ ବହୁ କ୍ଷତି ଘଟିଛି । ୟକ୍ଷତି ଭରଣ ପାଇଁ ସମୟ ଲାଗିବ ବୋଲି ସାଂସଦ କହିଛନ୍ତି ।
#WATCH | Uttarakhand | Six buildings were destroyed by debris due to a cloudburst and heavy rain in the Kuntri Lagafali ward of Nandanagar, Chamoli. The Chamoli district administration has intensified relief and rescue operations at the site. Panic gripped the area, fear gripped… pic.twitter.com/s8UC5k76dO
— ANI (@ANI) September 18, 2025
ଗତକାଲି ଉତ୍ତରାଖଣ୍ଡକୁ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଥିବା ବେଳେ ଆଜି ବି ଚାମୋଲିରେ ପ୍ରବଳ ବର୍ଷା ହେବାର ଆଲର୍ଟ ଜାରି କରାଯାଇଛି । ତେବେ ୪ ଦିନ ତଳେ ବାଦଲଫଟା ବର୍ଷାରେ ବେହାଲ ହୋଇଥିଲା ରାଜଧାନୀ ଡେରାଡୁନ । ଶହସ୍ତ୍ରଧାରା ଅଞ୍ଚଳରେ ବନ୍ୟା ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ କରିଥିଲା । ପାଖାପାଖି ୧୫ ଜଣ ଏହି ବନ୍ୟାରେ ପ୍ରାଣ ହରାଇଥିବା ବେଳେ ଏବେ ପୁଣି ଚାମୋଲିରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି ।
Related Topics
Explore more stories