୬ ମାସ ବରଫ ପଡ଼ିବାକୁ ଥିବାରୁ ବନ୍ଦ ରହିବ ମନ୍ଦିର
·1 year ago

ଅର୍ଗସ ବ୍ୟୁରୋ: ଆଜିଠାରୁ ବନ୍ଦ ହୋଇଛି ପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ। ଶୀତ ଦିନ ଆରମ୍ଭ ସହ ବରଫ ପାତ ହେବାକୁ ଥିବାରୁ ବାବା କେଦାରନାଥଙ୍କ ମନ୍ଦିର ଆଗାମୀ ୬ ମାସ ଯାଏ ବନ୍ଦ ରହିବ। ସେଥିପାଇଁ ରବିବାର ଭେର ୫ଟାରୁ କେଦାରନାଥ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ପ୍ରାୟ ୧୫ ହଜାର ଭକ୍ତ ବାବାଙ୍କର ଚଳିତ ବର୍ଷର ଶେଷ ଦର୍ଶନ ପାଇଁ ଏକାଠି ହୋଇଥିଲେ।
ଓମ ନମଃ ଶିବାୟ ଧ୍ବନିରେ କମ୍ପି ଉଠିଥିଲା କେଦାରନା ଧାମ। ଆର୍ମିର ଯବାନ ସ୍ବତନ୍ତ୍ର ଆରତୀ ଧୁନରେ ବ୍ୟାଣ୍ଡ ବଜାଇଥିଲେ। ମନ୍ଦିରକୁ ମଧ୍ୟ ଫୁଲରେ ଅତି ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଥିଲା। ବରଫ ତରଳିବା ପରେ ଏପ୍ରିଲ ମାସରେ ପୁଣି ମନ୍ଦିରର କବାଟ ଖୋଲାଯିବ। ବିଶ୍ବାସ ରହିଛି ଏହି ବନ୍ଦ ୬ ମାସ ଭଗବାନ କେଦାରନାଥଙ୍କର ପୂଜାର୍ଚ୍ଚନା ଦେବତାମାନେ କରିଥାନ୍ତି।
ଆହୁରି ପଢନ୍ତୁ ଭାରତ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: