Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବର୍ତ୍ତମାନ ସୁଦ୍ଧା 5 ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ହେଲାଣି ମାମଲା ରୁଜୁ

National

ବର୍ତ୍ତମାନ ସୁଦ୍ଧା 5 ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ହେଲାଣି ମାମଲା ରୁଜୁ

Smruti Parija
Browse all articles by Smruti Parija
·2 years ago·1 min read
ବର୍ତ୍ତମାନ ସୁଦ୍ଧା 5 ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ହେଲାଣି ମାମଲା ରୁଜୁ

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡ ହଲଦ୍ୱାନୀ ହିଂସା ମାମଲାରେ ଧାମି ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ଗିରଫ ସଂଖ୍ୟା 5 କୁ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ସୁଦ୍ଧା 5 ହଜାରରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ବେଆଇନ ମଦ୍ରାସା ଉଚ୍ଛେଦ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। 

ଏହାପରେ ସେଠାରେ ଥିବା ଗାଡ଼ି ଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ । ଏଥିରେ 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 250 ରୁ ଅଧିକ ଆହତ ହୋଇଥିଲେ । ଦଙ୍ଗାକାରୀ ମ୍ୟୁନିସିପାଲିଟି କର୍ମଚାରୀଙ୍କ ସହ ପୋଲିସ ଓ ସାମ୍ବାଦିକଙ୍କ ଉପରେ ମଧ୍ୟ ପଥର ମାଡ଼ କରିଥିଲେ । ଏପରିକି ପୋଲିସ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । 

ଏଥିରେ ଶତାଧିକ ପୋଲିସ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ 144 ଧାରା ଜାରି ହୋଇଛି । ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttarakhand Haldwani violence case, number of arrests increases to 5 | Argus News