Viral Temple Video / ଉତ୍ତରାଖଣ୍ଡର ଶିବ-ପାର୍ବତୀ ମନ୍ଦିରରେ ନିଆରା କପଲଙ୍କର ହେଲା ସ୍ୱପ୍ନ ପୂରଣ...ଭିଡିଓ ହେଉଛି ଭାଇରାଲ
·5 months ago·2 min read

Key Points
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନି କିଛି ଭିଡିଓ ଭାଇରାଲ ହେଉଛି ସେଥିମଧ୍ୟରୁ କିଛି ଭିଡିଓ ବହୁତ କିଛି ଶିଖାଇଦେଇଥାଏ। ଏମିତି ଏକ ଭିଡିଓ ଏବେ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବି କହିବେ ଓ୍ବାଃ କ୍ୟା ଶାଦି ହୈ।

ବିବାହ କରିବା ପାଇଁ ସମସ୍ତେ ମନରେ ବହୁତ କିଛି ସ୍ବପ୍ନ ଦେଖିଥାନ୍ତି। କେହି କେହି ଡେଷ୍ଟିନେସନ ଓ୍ବେଡିଂର ସ୍ବପ୍ନ ଦେଖିଥାନ୍ତି ତ ଆଉ କେହି ପାହାଡ଼ରେ ମାନେ ହିଲଷ୍ଟେସନରେ ବିବାହ କରିବାକୁ ମନ କରିଥାନ୍ତି। ଗୁଡ଼ାଏ ପଇସା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଏମିତି ଏକ ନିଆରା ବିବାହ ଯାହାକୁ ନେଇ ସବୁଠି ଚର୍ଚ୍ଚା। ଏହି କପଲଙ୍କର ବିବାହ ପ୍ଲାନ ଥିଲା କିଛି ଏମିତି। ଯାହା କପଲମାନଙ୍କୁ ଏକ ସୁନ୍ଦର ବିବାହ କରି ସାରା ଜୀବନ ପାଇଁ ସ୍ମୃତି ସାଉଣ୍ଟିବାକୁ ଖୋରାକ ଯୋଗାଇଛି।
ବରଫରେ ବିବାହ କରିବାକୁ ଆପଣ କେବେ ଚାହିଁଛନ୍ତି କି? ଚାରିଆଡେ ବରଫବର୍ଷା ହେଉଥିଲା। ଆଉ ସେଇ ବରଫବର୍ଷାରେ ଉତ୍ତରାଖଣ୍ଡର ତ୍ରିୟୁଗିନାରାୟଣ ମନ୍ଦିର ଏହି କପଲ ପହଞ୍ଚିଥିଲେ ବିବାହ କରିବାକୁ। ଯାତ୍ରା ଥିଲା କଷ୍ଟସାଧ୍ୟ। କାରଣ ସର୍ବନିମ୍ନ ତାପମାତ୍ରାରେ ନିଜ ଦେହ ଶିହରି ଯାଉଥିଲା। କିନ୍ତୁ ସେଇ ଶୀତ କାକରରେ ବର କନିଆଁ ବେଶରେ ବାହା ହୋଇ ଆସିଲେ। ବସନ୍ତ ପଞ୍ଚମୀ ତିଥିରେ ମିରଠୁ ଆସିଥିଲେ ଏହି ବର କନିଆଁ। ପୁରା ସାଧାରଣ ଭାବେ କେବଳ ଭଗବାନଙ୍କ ଆଶୀର୍ବାଦ ଦେଇ କେବଳ ପରିବାର ଲୋକଙ୍କ ଗହଣରେ ବିବାହ କରିଥିଲେ। ଏମିତି କୁାହାଯାଏ କି ଶିବ ପାର୍ବତୀ ମନ୍ଦିରରେ ବିବାହ କଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ସାରା ଜୀବନ ଖୁସିରେ ରୁହନ୍ତି ଉଭୟ ଦମ୍ପତ୍ତି। ଉଭୟ କପଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ ଦୁହେଁ ନିଷ୍ପତ୍ତି ନେଇଥିଲୁ ଯେ, ଉତ୍ତରାଖଣ୍ଡର ଏହି ମନ୍ଦିରରେ ବିବାହ କରିବୁ। କିନ୍ତୁ ଭାବି ନ ଥିଲୁ କେବେ ଏଭଳି ବରଫ ବର୍ଷା ହେବ। ଲାଗୁଥିଲା ଯେମିତି ଭଗବାନଙ୍କ ସାନ୍ନିଧ୍ୟ ବର୍ଷୁଥିଲା। ଭାରି ଖୁସି ଲାଗିଲା। ଆମେ ପ୍ରଥମଥର ବରଫ ବର୍ଷାକୁ ଏଞ୍ଜୟ କଲୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories