Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ପଦକ୍ଷେପ: ଉତ୍ତରାଖଣ୍ଡ

National

ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ପଦକ୍ଷେପ: ଉତ୍ତରାଖଣ୍ଡ

Banajyotshna Ray
Browse all articles by Banajyotshna Ray
·2 years ago
ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ପଦକ୍ଷେପ: ଉତ୍ତରାଖଣ୍ଡ

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡ ରାଜ୍ୟର ଦେବତୁଲ୍ୟ ଜନତାଙ୍କ ପାଖରେ ରଖାଯାଇଥିବା ସଂକଳ୍ପ ଅନୁସାରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ପଦକ୍ଷେପ । ସୋମବାର ବସିଥିଲା ଉତ୍ତରାଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ୟୁସିସି ପାରିତ ପାଇଁ ଏହି ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ଉତ୍ତରାଖଣ୍ଡ ସରକାର । ତେବେ ଆଜି ଗୃହରେ ୟୁସିସିକୁ ପାରିତ କରିବାକୁ ଲକ୍ଷ ରଖାଯାଇଛି । ଗତକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିବା ସହ ୟୁସିସିକୁ ମଞ୍ଜୁରୀ ମିଳି ସାରିଛି । ସମାନ ନାଗରିକ ସଂହିତା ସମୟର ଅବଶ୍ୟତା ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭିଜନ୍ ଏକ ଭାରତ ଶ୍ରେଷ୍ଠ ଭାରତ ସାକାର କରିବା ସହ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା ପାଇଁ ଉତ୍ତରାଖଣ୍ଡ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ଧାମି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttarakhand takes another step towards implementing Uniform Civil Code as cabinet approves draft report | Argus News