Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ବିଳମ୍ବିତ ରାତି କିମ୍ବା କାଲି ସକାଳ ସୁଦ୍ଧା ରେସ୍କ୍ୟୁ କାମ ଶେଷ ହେବ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ବିଳମ୍ବିତ ରାତି କିମ୍ବା କାଲି ସକାଳ ସୁଦ୍ଧା ରେସ୍କ୍ୟୁ କାମ ଶେଷ ହେବ 

ନୂଆଦିଲ୍ଲୀ:  ଉତ୍ତରକାଶୀ ରେସ୍କ୍ୟୁ ଅପରେସନ୍ ନେଇ ଉତ୍ତରାଖଣ୍ଡ ରାଜ୍ୟ ସଚିବଙ୍କ ପ୍ରେସମିଟରେ ସୂଚନା । ବର୍ତ୍ତମାନ ସୁଦ୍ଧା 39 ମିଟର ଯାଏଁ ଡ୍ରିଲିଂ କାର୍ଯ୍ୟ ଶେଷ ହୋଇଛି। ଆଜି ବିଳମ୍ବିତ ରାତି କିମ୍ବା କାଲି ସକାଳ ସୁଦ୍ଧା ରେସ୍କ୍ୟୁ କାମ ଶେଷ ହେବ। 6 ଇଞ୍ଚର ବଡ ପାଇପ ଯୋଗେ ଭିତରକୁ ଖାଦ୍ୟ ଯୋଗାଣ କରାଯାଉଛି। ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ୍ । ଭୁଶୁଡି ପଡିଥିବା 60 ମିଟରରୁ ବର୍ତ୍ତମାନ ସୁଦ୍ଧା 39 ମିଟର ଯାଏଁ ଡ୍ରିଲିଂ କାର୍ଯ୍ୟ ଶେଷ ହୋଇଛି ।

ଅଧିକ ପଢନ୍ତୁ :ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଜାରି

ସୂଚନା ଦେଇଛନ୍ତି ଏକ୍ସ ADVISIOR PMO ଭାସ୍କର ଖୁଲବେ । ରାତି ସାରା ଆମେରିକୀୟ ମେସିନ୍ ଦ୍ବାରା ଜୋରଦାର୍ ଡ୍ରିଲିଂ ଚାଲିଥିଲା । ଆଗାମୀ 45 ମିଟର ପର୍ଯ୍ୟନ୍ତ କଠିନ ରହିବ ଉଦ୍ଧାର କାର୍ଯ୍ୟ । ଏହାପରେ ଖୁବଶୀଘ୍ର ଶ୍ରମିକଙ୍କ ପାଖରେ ପହଞ୍ଚିବ ପାରିବେ ଉଦ୍ଧାରକାରୀ ଦଳ । ଦୀର୍ଘ 11 ଦିନ ହେଲା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି ପ୍ରୟାସ । ୬ ଇଞ୍ଚର ବଡ ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଦିଆଯାଉଛି ଖାଦ୍ୟ । ସେପଟେ ନିର୍ମାଣାଧୀନ ସମସ୍ତ 29ଟି ଟନେଲର ସୁରକ୍ଷା ବ୍ୟବସ୍ଥାର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତର ଜାତୀୟ ରଜପଥ ପ୍ରାଧିକରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Food is being fed in through a 6 inch pipe. Rescue operation is going on on a wartime basis to save the workers. | Argus News