Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ

National

ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ

ଅର୍ଗସ ବ୍ୟୁରୋ: 14 ଦିନ ହେଲା ଚାଲିଛି ରେସକ୍ୟୁ ଅପରେସନ୍। କେତେବେଳେ ତୀବ୍ର ଆଶା ତ କେତେବେଳେ ଆଶଙ୍କା। ଉତ୍ତରାଖଣ୍ଡ ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଶେଷ କେଇ ମିଟର ଡ୍ରିଲିଂ ଚାଲିଥିବାବେଳେ ବାଧକ ସାଜିଛି ବଡ଼ ବଡ଼ ପଥର। ଏହି ବଡ଼ ପଥର କାଟିବାରେ ଠିକ୍ ଭାବେ କାମ କରୁନାହିଁ ଅଗର ମେସିନ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଟିମ୍ ସମସ୍ତ ପ୍ରୟାସ କରୁଛନ୍ତି ।

ଉଦ୍ଧାରକାର୍ଯ୍ୟରେ ବ୍ୟବହୃତ ଅଗର machineର drling ଅଂଶଟି ଭାଙ୍ଗି ଯାଇ ୮୦୦ mm ପାଇପ୍ ଭିତରେ ଫସିଛି । ଏହାକୁ କାଟିବା ପାଇଁ ପ୍ଲାଜମା କଟର ହାଇଦ୍ରାବାଦରୁ ଆସିବ । ଫସିଥିବା ଅଗର ମେସିନ ବ୍ଲେଡକୁ କାଟିବ ପ୍ଲାଜମା ମେସିନ୍ । ତାପରେ ମାନୁଆଲି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ୟା ଭିତରେ ଉପରୁ Vertical ଡ୍ରିଲିଙ୍ଗ କାମ ଆରମ୍ଭ ହୋଇଛି । ଉଦ୍ଧାର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ପୁଷ୍କର ସିଂ ଧାମୀ।

ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଉତ୍ତରାଖଣ୍ଡ ସହରୀ ବିକାଶ ମନ୍ତ୍ରୀ । ହାଇଦ୍ରାବାଦରୁ ପ୍ଲାଜମା କଟର ମେସିନ୍ ଆସିବା ପରେ ଶ୍ରମିକଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଆନ୍ତର୍ଜାତୀୟ ଟନେଲ ଏକ୍ସପର୍ଟ ଆରଲଣ୍ଡ ଡିକ୍ସଙ୍କ ଅନୁସାରେ ଦେଶ ଓ ବିଦେଶର ସବୁ ଏଜେନସି ଜୋରଦାର ଉଦ୍ୟମ କରୁଛନ୍ତି। ତେବେ ଆଗକୁ ଆଉ ଅଗର ମେସିନ କାମ କରିବ ନାହିଁ। ଯାହା ମାନୁଆଲି ଡ୍ରିଲିଂ କରାଯିବ । ଭିତରେ ସମସ୍ତ ଶ୍ରମିକ ଭଲ ଅଛନ୍ତି । ଖୁବ ଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Raja Festival
Sponsored
Uttarkashi tunnel collapse Highlights | Argus News