Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Vande Mataram gets new guidelines / ବନ୍ଦେ ମାତରମ୍ ପାଇଁ ନୂଆ ନିୟମ, ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ବନ୍ଦେ ମାତରମ୍

Bikash Mohanty
Browse all articles by Bikash Mohanty
·5 months ago·2 min read
ବନ୍ଦେ ମାତରମ୍ ପାଇଁ ନୂଆ ନିୟମ, ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ବନ୍ଦେ ମାତରମ୍
Vande Mataram

Key Points

ବନ୍ଦେ ମାତରମ୍ ପାଇଁ ଆସିଲା ନୂଆ ନିୟମ
ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ବନ୍ଦେ ମାତରମ୍
ବନ୍ଦେ ମାତରମ ଗାନ ବେଳେ ଠିଆ ହେବା ବାଧ୍ୟତାମୂଳକ
ବନ୍ଦେ ମାତରମ୍ ପାଇଁ ଆସିଲା ନୂଆ ନିୟମ, ଏଣିକି ଜାତୀୟ ସଙ୍ଗୀତ ପୂର୍ବରୁ ଗାନ କରାଯିବ ଜାତୀୟ ଗାନ
ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଗାନ 'ବନ୍ଦେ ମାତରମ୍' ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶପ୍ରେମ ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ଏହି ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ​

ବନ୍ଦେ ମାତରମ ଗାନ ନେଇ ମୁଖ୍ୟ ନିୟମାବଳୀ: ​ ଠିଆ ହେବା ବାଧ୍ୟତାମୂଳକ: ଯେତେବେଳେ ବି ସରକାରୀ ସ୍ତରରେ ବନ୍ଦେ ମାତରମ୍ ଗାନ କରାଯିବ କିମ୍ବା ବଜାଯିବ, ସେହି ସମୟରେ ଉପସ୍ଥିତ ସମସ୍ତ ବ୍ୟକ୍ତି ସମ୍ମାନର ସହ ଠିଆ ହେବା ବାଧ୍ୟତାମୂଳକ।
​କ୍ରମରେ ପରିବର୍ତ୍ତନ: ଯଦି କୌଣସି କାର୍ଯ୍ୟକ୍ରମରେ ଉଭୟ ଜାତୀୟ ଗାନ (ବନ୍ଦେ ମାତରମ୍) ଏବଂ ଜାତୀୟ ସଙ୍ଗୀତ (ଜନ ଗଣ ମନ) ଗାନ କରାଯାଏ, ତେବେ ବନ୍ଦେ ମାତରମ୍ ପ୍ରଥମେ ଗାନ କରାଯିବ। ​ସିନେମା ହଲ୍ ପାଇଁ ରିହାତି: ସିନେମା ହଲ୍‌ରେ କୌଣସି ନ୍ୟୁଜ୍-ରିଲ୍ କିମ୍ବା ଡକ୍ୟୁମେଣ୍ଟାରୀ ଚାଲିଥିବା ସମୟରେ ଯଦି ଏହି ଗୀତ ବାଜେ, ତେବେ ଦର୍ଶକଙ୍କୁ ଠିଆ ହେବାକୁ ପଡ଼ିବ ନାହିଁ। ​ସମୂହ ଗାନ: ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଅଧିକାରିକ ସଂସ୍କରଣକୁ ସମୂହ ଭାବେ ଗାନ କରାଯିବା ଉଚିତ। ​ସଂକ୍ଷେପରେ: ଏହି ନୂତନ ନିୟମ ଜାତୀୟ ପ୍ରତୀକ ପ୍ରତି ନାଗରିକଙ୍କ ସମ୍ମାନ ପ୍ରଦର୍ଶନକୁ ସୁନିଶ୍ଚିତ କରିବା ପାଇଁ ଲାଗୁ କରାଯାଇଛି।
 କେନ୍ଦ୍ର ସରକାର ବନ୍ଦେ ମାତରମ୍ ଲୋକପ୍ରିୟ କରିବା ପାଇଁ ଯୋର ଦେଇଛନ୍ତି। 

ଗତ ଡିସେମ୍ବର ୨୫ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ମାତରମ ଉପରେ ସଂସଦରେ ୧୦ ଘଣ୍ଟା ଆଲୋଚନା କରିଥିଲେ। ଯେଉଁଥିରେ ବନ୍ଦେ ମାତରମର ଭୁମିକା ଦେଶ ସ୍ବାଧିନତାରେ କଣ ଥିଲା ତାହା ଉପରେ ଆଲୋଚନା ହୋଇଥିଲା। ସେହିଭଳି ଚଳିତ ଗଣତନ୍ତ୍ର ଦିବସର ପ୍ୟାରେଡର ବିଷୟ ବି 'ସ୍ବତନ୍ତ୍ରତାର ମନ୍ତ ବନ୍ଦେ ମାତରମ" ରଖା ଯାଇଥିଲା। 

ବିଶିଷ୍ଟ ସାହିତ୍ୟିକ ତଥା ସ୍ବାଧିନତା ସଂଗ୍ରାମୀ ବଙ୍କିମ  ଚନ୍ଦ୍ର ଚଟ୍ଟୋପାଧ୍ୟାୟ ୧୮୭୦ରେ ଏହାକୁ ରଚନା କରିଥିଲେ। ପରେ ୧୯୫୦ ମସିହାରେ ଏହାକୁ ରାଷ୍ଟ୍ରୀୟ ଗୀତ ଘୋଷଣା କରାଯାଇଥିଲା। ଭାରତ ସ୍ବାଧିନତା ସଂଗ୍ରାମ ସମୟରେ ଇଁରେଜ ମାନେ ଏହାକୁ ବିରୋଧ କରୁଥିଲେ। ଏପରିକି ସ୍କୁଲ ଓ କଲେଜରେ ଏହାର ଗାନ ଉପରେ ଇଁରେଜ ମାନେ ରୋକ ଲଗାଇଥିଲେ। ୧୯୦୫ରେ ପଶ୍ଚିମବଙ୍ଗର ଏକ ସ୍କୁଲରେ କିଛି ଛାତ୍ର ବନ୍ଦେ ମାତରମ ଗାନ କରିଥିଲେ। ସେଥିପାଇଁ ଇଁରେଜ ସରକାର ତାଙ୍କ ଉପରେ ଜରିମାନା ଲଗାଇଥିଲେ। ୨୦୦ ଛାତ୍ର ଛାତ୍ରୀଙ୍କ ଉପରେ ୫ ଟଙ୍କା ଲେଖାଏଁ ଜରିମାନା ଳଗାଇଥିଲେ। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vande Mataram gets new guidelines | Vande Mataram gets new guidelines | Vande Mataram Mandatory In All Government Programs – Big Government Order | Argus News