Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଶ୍ଚିମବଙ୍ଗରେ ସ୍କୁଲ୍ ପରେ ଏବେ ମଦ୍ରାସାରେ 'ବନ୍ଦେ ମାତରମ୍' ବାଧ୍ୟତାମୂଳକ

National

West Bengal / ପଶ୍ଚିମବଙ୍ଗରେ ସ୍କୁଲ୍ ପରେ ଏବେ ମଦ୍ରାସାରେ 'ବନ୍ଦେ ମାତରମ୍' ବାଧ୍ୟତାମୂଳକ

Rashmita Mishra
Browse all articles by Rashmita Mishra
·1 hour ago·2 min read
ପଶ୍ଚିମବଙ୍ଗରେ ସ୍କୁଲ୍ ପରେ ଏବେ ମଦ୍ରାସାରେ 'ବନ୍ଦେ ମାତରମ୍' ବାଧ୍ୟତାମୂଳକ
West Bengal

Key Points

ମଦ୍ରାସାରେ 'ବନ୍ଦେ ମାତରମ୍' ବାଧ୍ୟତାମୂଳକ
ସ୍କୁଲ୍ ପରେ ଏବେ ମଦ୍ରାସାରେ 'ବନ୍ଦେ ମାତରମ୍' ବାଧ୍ୟତାମୂଳକ
ବାଧ୍ୟତାମୂଳକ କଲେ ପଶ୍ଚିମବଙ୍ଗ ସରକାର
ମଦ୍ରାସାର ସକାଳ ପ୍ରାର୍ଥନା ସଭାରେ 'ବନ୍ଦେ ମାତରମ୍' ଗାନ କରିବା ବାଧ୍ୟତାମୂଳକ

ସ୍କୁଲ୍ ପରେ ଏବେ ମଦ୍ରାସାରେ ମଧ୍ୟ 'ବନ୍ଦେ ମାତରମ୍' ବାଧ୍ୟତାମୂଳକ କଲେ ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗ ସରକାର ସମସ୍ତ ସ୍ୱୀକୃତିପ୍ରାପ୍ତ ମଦ୍ରାସାର ସକାଳ ପ୍ରାର୍ଥନା ସଭାରେ 'ବନ୍ଦେ ମାତରମ୍' ଗାନ କରିବା ବାଧ୍ୟତାମୂଳକ କରିଛନ୍ତି । ବିଦ୍ୟାଳୟ ଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକ ପାଇଁ ଏଭଳି ସମାନ ନିର୍ଦ୍ଦେଶନାମା ଜାରି ହେବାର ମାତ୍ର ଏକ ସପ୍ତାହ ପରେ ଏହି ପଦକ୍ଷେପ ନିଆଯାଇଛି ।

ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଏହାର ତଦାରଖ କରୁଛି । ଚଳିତ ବର୍ଷ ଫେବୃଆରୀ ମାସରେ କେନ୍ଦ୍ର ସରକାର 'ବନ୍ଦେ ମାତରମ୍' କୁ ଜାତୀୟ ସଙ୍ଗୀତ ସହ ସମାନ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ, ସରକାରୀ କାର୍ଯ୍ୟକ୍ରମ ଏବଂ ସ୍କୁଲଗୁଡ଼ିକରେ ଜାତୀୟ ସଙ୍ଗୀତ ସହିତ ଜାତୀୟ ଗୀତର ସମସ୍ତ ଛଅଟିଯାକ ସ୍ତବକ ଗାନ କରିବା ବାଧ୍ୟତାମୂଳକ ହୋଇଛି ।

କିଛି ଦିନ ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ସକାଳ ପ୍ରାର୍ଥନା ସଭାରେ ରାଷ୍ଟ୍ରଗୀତ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ନୂତନ ବିଜେପି ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରୀ ବିଦ୍ୟାଳୟରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବା ପୂର୍ବରୁ ଛଅ ପଦ ବିଶିଷ୍ଟ ରାଷ୍ଟ୍ରଗୀତ ଗାନ କରାଯିବ ।

ଏଥିସହ ପଢ଼ନ୍ତୁ: 'ବନ୍ଦ ମାତରମ୍' କୁ ନେଇ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର 

ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ପଶ୍ଚିମବଙ୍ଗ ସରକାର ଗଣ ଶିକ୍ଷା ବିଭାଗ ଅଧିନରେ ରହିଥିବା ସମସ୍ତ ବିଦ୍ୟାଳୟ ପାଇଁ ତୁରନ୍ତ ପ୍ରଭାବରେ ଶ୍ରେଣୀ ଆରମ୍ଭ ହେବା ପୂର୍ବରୁ କିମ୍ବା ସକାଳ ପ୍ରାର୍ଥନା ସଭା ସମୟରେ ରାଷ୍ଟ୍ରଗୀତ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ଏକ୍ସ ପୋଷ୍ଟ କରି ଜଣାଇଛନ୍ତି ।

"ବନ୍ଦେ ମାତରମ୍" ଭାରତ ବର୍ଷକୁ ଉପନିବେଶବାଦୀ ଶାସନରୁ ମୁକ୍ତ କରିବା ପାଇଁ ସଂଘର୍ଷ କରୁଥିବା ସ୍ୱାଧିନତା ସଂଗ୍ରାମୀଙ୍କ ସ୍ଲୋଗାନ ରହିଥିଲା । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା ।

ଗତ ଫେବୃଆରୀରେ କେନ୍ଦ୍ର ସରକାର ଏହାକୁ ଦେଶର ଜାତୀୟ ସଙ୍ଗୀତ 'ଜନ ଗଣ ମନ' ସହ ସମାନ ମାନ୍ୟତା ଦେଇଥିଲେ। ସମସ୍ତ ସରକାରୀ ଏବଂ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ସହିତ ରାଷ୍ଟ୍ରଗୀତର ସମସ୍ତ ୬ ପଦ ଗାନ କରିବାକୁ ବାଧ୍ୟତାମୂଳକ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal | Vande Mataram Made Mandatory in Madrasas of West Bengal | Argus News