Videos
|
National

ଲଗାଣ ବର୍ଷାରେ ବେହାଲ ବାରଣାସୀ, ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଲଗାଣ ବର୍ଷାରେ ବେହାଲ ବାରଣାସୀ, ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ

Key Points

ଘରେ ପାଣି, ବାହାରେ ପାଣି
ଲଗାଣ ବର୍ଷାରେ ଉବୁଟୁବୁ ବାରାଣସୀ
ବିପଦ ସଂକେତ ଉପରେ ଗଙ୍ଗା ଓ ଯମୁନା ଜଳସ୍ତର
୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ
ଘର ଭିତରେ ଗଙ୍ଗା ମାତାଙ୍କ ପୂଜନ !

ରାସ୍ତା, ଘାଟ ସବୁ ଏକାକାର । ଜଳମଗ୍ନ ଘରଦ୍ବାର, ମନ୍ଦିର, ଥାନା, ସ୍କୁଲ । ବିପଦ ସଂକେତ ଡେଇଁଛି ଗଙ୍ଗା ଓ ଜମୁନାର ଜଳସ୍ତର । ହଜାର ହଜାର ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ମଣିକର୍ଣ୍ଣିକା, ଦଶାଶ୍ବମେଧ, ଅସୀ ଘାଟ ଓ ୮୪ ଘାଟ ବୁଡ଼ି ରହିଛି । ବାବା ବିଶ୍ବନାଥ ମନ୍ଦିର ଗଙ୍ଗା ଦ୍ବାରରେ ମାତ୍ର ୧୪ଟି ସିଡି ତଳେ ରହିଛି ଜଳସ୍ତର । ବାରାଣସୀରେ ଗଙ୍ଗା ଜଳସ୍ତର ବିପଦ ସଂକେତ ୭୦.୨୬ ମିଟର ଥିବାବେଳେ ୭୧.୩୧ ମିଟର ଉଚ୍ଚରେ ପ୍ରବାହିତ ହେଉଛି ଜଳ । ହଜାରେରୁ ଅଧିକ ପରିବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ NDRF ଓ SDRF ଟିମ୍ ନିୟୋଜିତ ହୋଇଥିବାବେଳେ ୧୪ଟି ରିଲିଫ୍ କ୍ୟାମ୍ପ କରାଯାଇଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ସଜାଗ ନଜର ରଖାଯାଇଛି ।


ସହରର ତଳୁଆ ଅଞ୍ଚଳରେ ଥିବା ଅନେକ ଘର ବନ୍ୟାପାଣିରେ ବୁଡ଼ି ରହିଥିବାବେଳେ ବାରାଣସୀ ସହର ଜଳଘେରରେ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ପରେ କେନ, ବେତୱା ଓ ଚମ୍ପଲ ନଦୀ ବନ୍ଧରୁ ପ୍ରାୟ ୧୦ ଲକ୍ଷ କ୍ୟୁସେକ ପାଣି ଛଡ଼ାଯିବା ପରେ ବେହାଲ ହୋଇଛି ସ୍ଥିତି ।
ବାରାଣସୀରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାବେଳେ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ଆଲର୍ଟ । ଶ୍ରୀନଗର, ଭୁବନେଶ୍ବର, କୋଲକାତା, ଦିଲ୍ଲୀ, କୋଲକାତାରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆସାମ, ମେଘାଳୟ ସମେତ ପୂରା ଉତ୍ତର ଭାରତରେ ପ୍ରବଳ ବର୍ଷା ହେବା ନେଇ IMD ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, କେରଳ, ତାମିଲନାଡୁ, ପୁଦୁଚେରୀରେ ଲଗାଣ ବର୍ଷା ଯୋଗୁଁ ବ୍ୟାକ ଫସଲ ହାନୀ ହୋଇଛି । ଖୁବଶୀଘ୍ର କ୍ଷୟକ୍ଷତି ଆକଳନ ସହ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ବାରାଣସୀରେ ୧୯୭୮ ବନ୍ୟା ରେକର୍ଡ ଭାଙ୍ଗିବା ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା । ସହରରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ଲହଡ଼ି ମାରୁଛି ପାଣି । ଘର ଭିତରେ ଲୋକେ ଗଙ୍ଗା ମାତାଙ୍କ ପୂଜା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

Varanasi lashed by heavy rains, over 50,000 people affected | Argus News