ଘରେ ରଖନ୍ତୁ ଏହି ୩ ଟି ଶୁଭ ଜିନିଷ, ଟାଣି ହୋଇଆସିବ ଧନ

ନୂଆଦିଲ୍ଲୀ: ଘରେ ରଖନ୍ତୁ ଏହି ତିନୋଟି ଶୁଭ ଜିନିଷ। ଚୁମ୍ବକ ଭଳି ଟାଣି ହୋଇ ଆସିବ ଟଙ୍କା। ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତିନିଜ ଘରେ କିଛି ଜରୁରୀ ଜିନିଷ ରଖିବା ଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଶାରେ ଯଦି ଆର୍ଥିକ ସମସ୍ୟା ସାମ୍ନା କରୁଛନ୍ତି ତେବେ ଘରେ ରଖନ୍ତୁ ଏହି ଶୁଭ ଜିନିଷ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କୌଣସି ଧାତୁର କିଇଁଛ ରଖିବା ଶୁଭ ମନେକରାଯାଇଥାଏ। ଅଧିକାଂଶ ଲୋକ ତାଙ୍କ ଘରେ ଚାନ୍ଦି, ପିତଳ କିମ୍ବା ତମ୍ବା ର କଇଁଛ ମଧ୍ୟ ରଖିଥାନ୍ତି ଶୁଭ ପାଇଁ।

ହିନ୍ଦୁ ଧର୍ମ ଅନୁସାରେ କଇଁଛକୁ ଭଗବାନ ବିଷ୍ଣୁ ଙ୍କ ଅବତାର ଭାବେ ମନେକରାଯାଇଥାଏ। କଇଁଛର ମୂର୍ତ୍ତି ଘରେ ରଖିଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ହେଲେ ଧ୍ୟାନ ରଖନ୍ତୁ ଧାତୁର କଇଁଛକୁ ଉତ୍ତର ଦିଗରେ ରଖନ୍ତୁ।

📱 Get Argus News App
✨ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଲଘୁ ନଡିଆ ଅର୍ଥାତ ଶ୍ରୀଫଳ ରଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହା କରିବା ଦ୍ୱାରା ଧନ ଲାଭ ହୋଇଥାଏ। କୁହାଯାଏ ଯେ, ଯେଉଁ ଘରେ ଶ୍ରୀଫଳ ରଖାଯାଇଥାଏ ସେଠାରେ ସବୁବେଳେ ଲକ୍ଷ୍ମୀ ବାସ କରିଥାନ୍ତି। ଆଉ ବ୍ୟକ୍ତି ମାଲେମାଲ ହୋଇଯାଇଥାନ୍ତି।

ବାସ୍ତୁ ଅନୁସାରେ ଘରେ ଥିବା ପୂଜା ଘରେ ଶଙ୍ଖ ରଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଏଥିସହିତ ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ। ଶଙ୍ଖକୁ ବିଷ୍ଣୁ ଭଗବାନ ଏବଂ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ମଧ୍ୟ କୁହାଯାଇଥାଏ।
ଅଧିକ ପଢନ୍ତୁ ଭାରତ ଖବର