Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ପର୍ସ ରେ ରଖନ୍ତୁ ଏହି ୫ଟି ଜିନିଷ.. 

Manini Pattanayak
Browse all articles by Manini Pattanayak
·2 years ago·1 min read
 ପର୍ସ ରେ ରଖନ୍ତୁ ଏହି ୫ଟି ଜିନିଷ.. 

ନୂଆଦିଲ୍ଲୀ:  ପର୍ସ.. ଆମେ ସମସ୍ତେ ପୁଅ ହେଉ କି ଝିଅ ମନିପର୍ସ ବ୍ୟବହାର କରିଥାଉ।  କିନ୍ତୁ ଆପଣ ଜାଣିଛନ୍ତି କି ପର୍ସ  ଭାଗ୍ୟ ଖୋଲିଦେଇଥାଏ ବୋଲି । ଏଇ ୫ଟି ଜିନିଷ ଯଦି ଆପଣ ପର୍ସରେ ରଖୁଛନ୍ତି ତେବେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ।  ଏବଂ କେବେ ବି ଟଙ୍କାର ଅଭାବ ରହିବନି।  ପ୍ରଥମତଃ ଯଦି ଆପଣ ପର୍ସରେ ପରିବାର ଫଟୋ ରଖୁଛନ୍ତି ତେବେ ଏହା ଖୁବ ଶୁଭ ହୋଇଥାଏ।  ଦ୍ୱିତୀୟତ  ଏକ ହଳଦିଆ କାଗଜରେ ଓଁ କିମ୍ବା ସ୍ୱାସ୍ତିକର ଚିତ୍ର ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏ ସବୁ ଚିତ୍ର ରଖିବା ଦ୍ୱାରା ଆପଣଙ୍କ ଟଙ୍କା ଅଜଥା ଖର୍ଚ୍ଚରୁ ରହିଯାଇଥାଏ।  

କିନ୍ତୁ ଧ୍ୟାନ ରଖନ୍ତୁ ଏ ସବୁ ଚିତ୍ର ଚିରା କି ଫଠା ହୋଇନଥିବ।  ସବୁବେଳେ ପର୍ସରେ ଟଙ୍କ ରଖୁଥିବାଳେ  ଜାକି ଯୁକି ନରଖି ଠିକ୍‌ ରେ ରଖନ୍ତୁ। ଏଥିସହିତ ନୋଟ ସହ ଚେଞ୍ଚ ପଇସା ରଖନ୍ତୁ ନାହିଁ  ଅଲଗା । ଯଦି ଠିକ୍‌ ଭାବରେ ଟଙ୍କା  ରଖିବେ ତେବେ ଆପଣ  ଅଜଥା ଖର୍ଚ୍ଚରୁ ରକ୍ଷାଯାଇପାରିବେ। ଯଦି ପର୍ସରେ ସୁନା କିମ୍ବା ପୀତଳ ଚଉଡା ଆକୃତିର ସିକ୍କା ରଖିବେ ତେବେ ଶୁଭ ହୋଇଥାଏ। ଏହାକୁ  ପର୍ସ ରେ ରଖିବା ପୂର୍ବରୁ ଗଙ୍ଗାଜଳରେ ଧୋଇ ରଖନ୍ତୁ। ପର୍ସରେ  ଏକ କିମ୍ବା ଦୁଇ ରୁ ଅଧିକ କାଗଜ ରଖିବା ଉଚତ୍‌ ନୁହେଁ।  କୁହାଯାଉଛି ଅଧିକ ପର୍ସରେ ରଖିଲେ ଟଙ୍କା ଅଜଥା ଖର୍ଚ୍ଚ ହୋଇଥାଏ।  ନିଜ ରାଶି ସହ ଜଡିତ ବସ୍ତୁ ରଖନ୍ତୁ, ଖୁବ ଶୁଭ ହେବ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 things that will be very good for you if you keep it in your purse. | Argus News