ଦିନିକିଆ defence minister ହେଲେ ଓଡିଆ ଝିଅ

Key Points
- କାଲି ପରିଚୟର ଦୌଡ଼ରେ ହତାସ ଓଡ଼ିଆ, ଆଜି ନେତୃତ୍ବର ନୂଆ ନୂଆ ମାଇଲଖୁଣ୍ଟ କରୁଛି ପାର୍
- ଓଡ଼ିଆଙ୍କ ପ୍ରତି ଅବହେଳାର ଅବୈଧ ପ୍ରାଚୀର ଭାଙ୍ଗି ନେତୃତ୍ବର ଫୁଲହାର ପିନ୍ଧାଇଛନ୍ତି ମୋଦି ସରକାର୍
- ରାଷ୍ଟ୍ରୀୟ ମଞ୍ଚରେ ଓଡ଼ିଆ ଝିଅ ବର୍ଣ୍ଣାଳୀଙ୍କ ବକ୍ତବ୍ୟ, ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଶଂସା
- କେନ୍ଦ୍ରରେ ବଡ଼ ବଡ଼ ଦାୟିତ୍ବରେ ରହିବାକୁ ଆଜି ସ୍ବପ୍ନ ଦେଖିପାରୁଛନ୍ତି ପ୍ରତିଟି ଓଡ଼ିଆ
ଅର୍ଗସ ବ୍ୟୁରୋ: ମଞ୍ଚ ଥିଲା ରାଷ୍ଟ୍ରୀୟ, ବରେଣ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟ ଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ପ୍ରୋଜେକ୍ଟ ବୀର ଗାଥାର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ ଦିଲ୍ଲୀର ଡିଆରଡିଓ ଭବନରେ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀକୁ ହାତ ଠାରି ଜଣେ ଛାତ୍ରୀଙ୍କୁ ଡାକିଥିଲେ ରାଜନାଥ ସିଂ । କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଭାଷଣ ଦେବାକୁ । ଯିଏ କେହି ବି ଶୁଣି ଆଶ୍ଚର୍ଯ୍ୟ ହେବାଟା ଥୟ। ହେଲେ ଛାତ୍ରୀ ଜଣକ ରାଜନାଥଙ୍କ ଭାଷଣ ନିଜ ଶୈଳୀରେ ପରିବେଷଣ କରି ସମସ୍ତଙ୍କୁ ଚକିତ କରିଥିଲେ । ଆଉ ସବୁଠାରୁ ବଡ଼ ଓ ଗର୍ବର ବିଷୟ ଛାତ୍ରୀ ଜଣକ ଓଡ଼ିଶାର ବର୍ଣ୍ଣାଳୀ ସାହୁ । ଯେବେ ରାଷ୍ଟ୍ରୀୟ ମଞ୍ଚରେ ଓଡ଼ିଆ ଝିଅର ଭାଷଣ ଶୁଣି ନେତାମନ୍ତ୍ରୀଙ୍କ ଠାରୁ ବଡ଼ ବଡ଼ ଅଫିସର ଛିଡ଼ା ହୋଇ ତାଳି ମାରନ୍ତି । ସେତେବେଳେ ଓଡ଼ିଶାବାସୀ କରନ୍ତି ଗର୍ବ। ଆଉ ଥରେ ଶୁଣନ୍ତୁ ସେହି ବକ୍ତବ୍ୟ । ଯେଉଁ ବକ୍ତବ୍ୟର ପ୍ରତିଟି ଶବ୍ଦ ଚିତ୍କାର କରି କହୁଛି ଆଜି ଓଡ଼ିଆଙ୍କ ମିଳିଛି ସ୍ଥାନ । ରାଷ୍ଟ୍ରୀୟ ମଞ୍ଚରେ, ବିଶ୍ବ ମଞ୍ଚରେ ।
ମୋଦି ସରକାରରେ ସବୁବେଳେ ଓଡ଼ିଆଙ୍କୁ ମିଳିଆସିଛି ଗୁରୁତ୍ବ। ଏବେ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ବାଳୁଛନ୍ତି ଓଡ଼ିଆ। ଯାହାକି ଦେଶ ସ୍ବାଧୀନତାପରେ କେବେବି ଦେଖିବାକୁ ମିଳିନଥିଲା। ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚିତ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆଙ୍କୁ ଭେଟିଦେଇଥିଲେ ସର୍ବଶ୍ରେଷ୍ଠ ସମ୍ମାନ। ସେହିପରି ନିଜ ମନ୍ତ୍ରୀ ପରିଷଦରେ ମଧ୍ୟ ବହୁ ଓଡ଼ିଆଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ଦେଇ ଓଡ଼ିଆଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ମୋଦି ସରକାରରେ 9 ବର୍ଷର ରେକର୍ଡ ସମୟ ଧରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ସମ୍ଭାଳିଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଦଳ ଓ ସରକାରରେ ଜଣେ କ୍ରଇସେସ ମ୍ୟାନେଜର ଭାବେ ଗୁରୁତ୍ବପୂର୍ଣ୍ଣ ଭୁମିକା ନିଭାଇ ଆସିଛନ୍ତି ଧର୍ମେନ୍ଦ୍ର। ମୋଦି ସରକାରର ପ୍ରଥମ ପାଳିରେ ଜୁଏଲ ଓରାମ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ଦ୍ବିତ୍ବୀୟ ପାଳିରେ ପ୍ରଥମେ ପ୍ରତାପ ଷଡ଼ଙ୍ଗୀ ଓ ଏବେ ବିଶ୍ବେଶ୍ବର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁନ୍ତି।
ଏହାଛଡ଼ା ମୋଦି ସରକାରରେ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆଙ୍କ ଗୁରୁତ୍ବ ବି କିଛି କମ୍ ନୁହେଁ। ପିଏମଓର ପ୍ରମୁଖ ସଚିବ ଭାବେ ଦାୟିତ୍ବରେ ଅଛନ୍ତି ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ବରେ ମଧ୍ୟ ଆଉ ଜଣେ ଓଡ଼ିଆ ଶକ୍ତିକାନ୍ତ ଦାସ ସଫଳତାର ସହ ଦାୟିତ୍ବ ନିର୍ବାହ କରିଆସୁଛନ୍ତି । ଦେଶର ସିଏଜି ପଦରେ ଆସୀନ ଅଛନ୍ତି ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶର ଦାୟିତ୍ବ ତୁଲାଇଆସୁଛନ୍ତି ଆଉ ଜଣେ ଯୋଗ୍ୟ ଓଡ଼ିଆ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେହିପରି ନାରକୋଟିକ୍ସ କଣ୍ଟ୍ରେଲ ବ୍ୟୁରୋର ମହାନିର୍ଦ୍ଦେଶକ ପଦ ସମ୍ଭାଳୁଛନ୍ତି ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନ । ସେହିପରି ଏନଏସଡିର ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ । ଏହାବ୍ୟତୀତ ବିଭିନ୍ନ ପୁରସ୍କାର ଓ ସମ୍ମାନ କ୍ଷେତ୍ରରେ ମଧ୍ୟ ଓଡ଼ିଆଙ୍କୁ ଯଥେଷ୍ଟ ଗୁରୁତ୍ବ ମିଳିଆସୁଛି ଗତ 9 ବର୍ଷରେ ମୋଦିଙ୍କ ଶାସନ କାଳରେ ।
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...