Motor Vehicle Act: ମୋଟର ଯାନ ଆଇନକୁ ସଂଶୋଧନ କଲେ କେନ୍ଦ୍ର ସରକାର

Key Points
ପୁରୁଣା ଗାଡି ପାଇଁ କୋହଳ ହେଲା ନିୟମ
ପୂର୍ବରୁ ୧୫ ବର୍ଷର ପୁରୁଣା ଗାଡ଼ି ବ୍ୟବହାର କରିବା ଉପରେ ଥିଲା କଟକଣା
ପୂର୍ବରୁ ଥିବା ନିୟମକୁ ପରିର୍ବତ୍ତନ କରି ଅବଧିକୁ ୨୦ବର୍ଷ କଲେ ସରକାର
15 ବର୍ଷ ପରେ ଭୟରେ ଗାଡି କାଢୁ ନଥିବା ଲୋକେ ଏବେ ବେଶ୍ ଖୁସ୍
ମୋଟର ଯାନ ଆଇନରେ ସଂଶୋଧନ କଲେ କେନ୍ଦ୍ର ସରକାର । ପୁରୁଣା ଗାଡି ପାଇଁ ପଂଜୀକରଣ ନିୟମ କୋହଳ କରାଯାଇଛି । ପୂର୍ବରୁ ୧୫ ବର୍ଷ ପର୍ଯ୍ୟନ୍ତ ଥିବା ନିୟମ ଆଉ ୫ ବର୍ଷ କୋହଳ । ୨୦ ବର୍ଷ ପରେ ପୁନଃ ପଞ୍ଜୀକରଣ କରିବେ ଗାଡ଼ି ମାଲିକ ।
ଭିଏସଏସ ନଗରର ରୁପକ ନିଜ ପୁରୁଣା ମୋଟର ସାଇକଲେକୁ ଭୟରେ କାଢୁ ନଥିଲେ ବାହାରକୁ । ରୁପକଙ୍କୁ ଘାରିଥିଲା ଫାଇନ ଭୟ । ଗାଡି ୧୫ ବର୍ଷ ପାର କରିଥିବାରୁ ଯାଞ୍ଚ ବେଳେ ଧରା ପଡ଼ିଲେ ଫାଇନ ଦେବାକୁ ହେବ... ଏହି ଭୟରେ ରାସ୍ତାକୁ ବାହାରୁ ନଥିଲା ରୁପକଙ୍କ ୧୮ ବର୍ଷର ପ୍ୟାସନ ପ୍ଲସ । ଏବେ ସରକାରଙ୍କ ନିୟମ ପରିବର୍ତ୍ତନ ତାଙ୍କ ମନରେ ଆଣିଛି ଖୁସି । କେବଳ ରୁପକ ନୁହଁନ୍ତି ରାଜଧାନୀରେ ଏମିତି ହଜାର ହଜାର ଲୋକ ଅଛନ୍ତି ଯେଉଁମାନଙ୍କ ଗାଡି ଭଲ କଣ୍ଡିସନରେ ଥିଲେ ବି ୧୫ ବର୍ଷ ପାର କରିଥିବାରୁ ଭୟରେ ଏମାନେ ଚଳାଉ ନାହାଁନ୍ତି । ମୋଟର ଆଇନ ସଂଶୋଧନ ପରେ ଏବେ ଏମାନେ ବି ନିଜ ପୁରଣା ଗାଡି ଚଢି ନୂଆ ନିୟମକୁ ସ୍ବାଗତ କରିଛନ୍ତି ।
ପୁରା ଓଡ଼ିଶାରେ ପ୍ରାୟ କୋଟିଏରୁ ଅଧିକ ଗାଡି ଅଛି ଯାହାର ପଞ୍ଜିକରଣ ଅବଧି ସରିଗଲାଣି । ଅର୍ଥାତ ଏସବୁ ଗାଡି ପୁରଣା ନିୟମ ଅନୁସାରେ ୧୫ ବର୍ଷ ପାର କରିଥିବାରୁ ରାସ୍ତାରେ ଗଡିପାରୁ ନଥିଲା । କେନ୍ଦ୍ର ସରକାର ମୋଟର ଯାନ ଆଇନରେ ସଂଶୋଧନ ଆଣି ଏବେ ଏହି ଅବଧିକୁ ୨୦ ବର୍ଷ କରିଛନ୍ତି । ୧୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ ମୋଟର ସାଇକେଲର ପୁନଃ ପଞ୍ଜିକରଣ ପାଇଁ ହଜାରେ ଟଙ୍କା ପଡୁଥିବା ବେଳେ ଏବେ ୨୦ ବର୍ଷ ପରେ ଦେବାକୁ ହେବ ଦୁଇ ହଜାର ଟଙ୍କା । ସେହିପରି ୩ ଚକିଆ ପାଇଁ ଥିବା ଅଢେଇ ହଜାର ଟଙ୍କା ହେବ ୫ ହଜାର । ଚାରିଚକିଆ ପାଇଁ ଥିବା 5 ହଜାର ହେବ ୧୦ ହଜାର ଟଙ୍କା । ଅନ୍ୟ ଗାଡ଼ି ଗୁଡିକର ୨୦ ବର୍ଷ ପରେ ପୁନଃ ପଞ୍ଜିକରଣ ଦେୟ ଉପରେ ବି ନଜର ପକାନ୍ତୁ ।
ଯଦିଓ ୨୦ ବର୍ଷ ପରେ ପୁନଃ ପଞ୍ଜିକରଣ ପାଇଁ ଦେୟକୁ ଦୁଇଗୁଣ କରାଯାଇଛି ତଥାପି ସଂଶୋଧିତ ନିୟମକୁ ସବୁ ମହଲରେ କରାଯାଇଛି ସ୍ବାଗତ ।