Road Safety / ଆଉ ହେବନି ଦୁର୍ଘଟଣା, ଗାଡ଼ିରେ ଲାଗିବ ସେନସର

Key Points
ପ୍ରତି ଗାଡିରେ ସେନସର ଲଗାଯିବାକୁ ଯୋଜନା ।
ସମସ୍ତ ନୂଆ ଗାଡିରେ ମାତ୍ର ୫/୭ ହଜାର ଟଙ୍କାର ଲାଗିବ ସେନସର୍ ।
ବୁଲାଣି ସ୍ଥାନରେ ଗାଡି ଚାଳକକୁ ଆଲର୍ଟ କରିବ ସେନସର ।
ଦୁର୍ଘଟଣା ଏଡାଇବାକୁ ମାଷ୍ଟରପ୍ଲାନ୍ । ଏଥିପାଇଁ ଗାଡିରେ ଲଗାଯିବ ସେନସର । ଏଥିପାଇଁ ଚାଲିଛି ଯୋଜନା । ସମସ୍ତ ନୂଆ ଗାଡ଼ିରେ ମାତ୍ର ୫/୭ ହଜାର ଟଙ୍କାରେ ଏହି ସେନସର ଲଗାଯିବ । ଯାହା ଫଳରେ ରାସ୍ତାରେ କିଛି ଅସୁବିଧା ଥିଲେ ବୁଲାଣି ସ୍ଥାନରେ ଏହି ସେନସର ଗାଡ଼ି ଚାଳକକୁ ଅଲର୍ଟ କରିବ, ସେହିପରି ଟ୍ରକ ବସରେ ଗାଡ଼ି ଚାଳକକୁ ନିଦ ଲାଗିଲେ ଏହା ଆଲର୍ଟ କରିବ ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଅଧକ୍ଷତାରେ ୪୩ ତମ ପରିବହନ ବିକାଶ ପରିଷଦର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଏବଂ ସାଧାରଣ ସୁବିଧା, ଅଟୋମୋବାଇଲ ନିୟମାବଳୀ ଭଳି ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
ବହୁତ ଜଲଦି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କ୍ୟାସ ଲେସ ଟ୍ରିଟ ମେଣ୍ଟ ଯୋଜନା ଆସିବ ବୋଲି ସେ କହିଛନ୍ତି ଦୁର୍ଘଟଣା ଘଟିଲେ ହସ୍ପିଟାଲ ନେଉଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦେବାକୁ ଏହି ଯୋଜନାରେ ବ୍ୟବସ୍ଥା ହେବ ଏହା ସହିତ ଦୁର୍ଘଟଣା ପରେ ହସ୍ପିଟାଲ ରେ ରୋଗୀଙ୍କୁ ୭ ଦିନ ପାଇଁ ତୁରନ୍ତ ଦେଢ଼ ଲକ୍ଷ ଟଙ୍କାର ଚିକତ୍ସା ସୁବିଧା ଦିଆଯିବ । ଯେଉଁ ଗାଡ଼ିରେ ଇନ୍ସୁରାନ୍ସ ନଥିବ ସେଥିପାଇଁ ଚିକତ୍ସା ଅର୍ଥ ସଡ଼କ ସୁରକ୍ଷା ରାଶିରୁ ଦିଆଯିବ ବୋଲି ସେ କହିଛନ୍ତି ।
ଏହି ଯୋଜନାର ପାଇଲଟ ପ୍ରୋଜେକ୍ଟ ସଫଳତା ର ସହିତ ୫ଟି ରାଜ୍ୟରେ କରାଯାଇଛି । ଭାରତର ବର୍ତମାନ ୨୨ ଲକ୍ଷ ଗାଡ଼ି ଚାଳକଙ୍କ ଆବଶ୍ୟକତା ରହିଛି ସେଥିପାଇଁ ନୂଆ ଡ୍ରାଇଭିଙ୍ଗ ତାଲିମ ପଲିସି ଆସିଛି । ଏଥିରେ ଏକ ହଜାରରୁ ଅଧିକ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଛି ଆଗାମୀ ଦିନରେ institute of ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠା କରିବା ପାଇଁ ଲକ୍ଷ ଥିବା ସେ କହିଛନ୍ତି ।
ଏଥି ସହିତ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ବୈଠକ କରି ସ୍କୁଲ ଶିକ୍ଷା ରେ ସଡ଼କ ସୁରକ୍ଷା ବିଷୟକୁ ପ୍ରଧନ୍ୟ ଦେବା ପାଇଁ ଆଲୋଚନା ହୋଇଥିଲା । ହିଟ ଆଣ୍ଡ ରନ ମାମଲାରେ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା ହେଉଛି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ଲକ୍ଷ ୮୫ ହଜାର ହିଟ ଆଣ୍ଡ ରନ ମାମଲା ହୋଇଥିବା ବେଳେ ମାତ୍ର ୧୮ ହଜାର ୬୪୨ଟି ମାମଲାର ଦାବି ହୋଇଥିଲା । ଯେଉଁଥିରେ ୬୬ ପ୍ରତିଶତ ସମଧାନ ହୋଇ ଅର୍ଥ ରାଶି ଦିଆଯଇଛି । ଏହି ଦାବିକୁ ବୃଦ୍ଧି କରିବାକୁ ରାଜ୍ୟ ମାନଙ୍କୁ କୁହାଯାଇଛି ।
📱 Get Argus News App
✨Related Topics
Explore more stories