Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଭେଙ୍ଗାବାବାଙ୍କ ଭବିଷ୍ୟବାଣୀ, ଜୁଲାଇରେ ହେବ ଜଳପ୍ରଳୟ...

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପୁଣି ଭେଙ୍ଗାବାବାଙ୍କ ଭବିଷ୍ୟବାଣୀ, ଜୁଲାଇରେ ହେବ ଜଳପ୍ରଳୟ...

୨୦୨୫ ବର୍ଷ ଆରମ୍ଭ ହୋଇ ବିତି ସାରିଲାଣି ୪ ମାସ । ଆଉ ଏହା ଭିତରେ ଅନେକ ଦେଶର ଅନେକ ସ୍ଥାନରେ ଭୟଙ୍କର କ୍ଷୟକ୍ଷତି ମଧ୍ୟ ହୋଇଛି । ମିଆଁମାର ଥାଇଲ୍ୟାଣ୍ଡର ଭୂମିକମ୍ପ କଥା କୁହନ୍ତୁ କି ଲସ୍ ଏଞ୍ଜେଲିସ୍‌ର ଜଙ୍ଗଲରେ ଲାଗିଥିବା ନିଆଁ କଥା କୁହନ୍ତୁ । ଏପରି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ କିଛି କ୍ଷୟକ୍ଷତି ହୋଇଛି । ତେବେ ପୁଣି ଏକ ଭୟଙ୍କର ସୁନାମୀ ଆସୁଥିବା ଭବିଷ୍ୟବାଣୀ କରିଛନ୍ତି ଜାପାନର ଭେଙ୍ଗା ବାବା ନାଁରେ ପରିଚିତ ରିୟୋ ତାସ୍ୟୁକୀ । ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ ଅନୁସାରେ ଆସୁଥିବା ଜୁଲାଇ ମାସରେ ଭୟଙ୍କର ଜଳ ପ୍ରଳୟ ଆସିବାକୁ ଯାଉଛି ।


ଏହା ପ୍ରଭାବ ଜାପାନ ଏବଂ ଏହାର ନିକଟବର୍ତ୍ତୀ ଦେଶଗୁଡିକରେ ପଡିବ । ତେବେ ଭେଙ୍ଗା ବାବାଙ୍କ ମୁତାବକ ୨୦୧୧ରେ ଯେଉଁ ସୁନାମୀ ହୋଇଥିଲା , ୨୦୨୫ରେ ତାଠାରୁ ତିନିଗୁଣ ଅଧିକ ଭୟଙ୍କର ସୁନାମୀ ହେବ । ତେବେ ଭେଙ୍ଗାବାବାଙ୍କର ଯଦି ଏହି ଭବିଷ୍ୟବାଣୀ ସତ ହେବ, ତେବେ ଅନେକ ଲୋକଙ୍କର ଜୀବନ ଚାଲିଯିବ । ଅନେକ ଗାଁ ସହରକୁ ଏଙି ଜଳପ୍ରଳୟ ଧ୍ବସଂ କରିଦେବ ବୋଲି ସେ ଲେଖିଛନ୍ତି । ତେବେ ପୂର୍ବରୁ ମଧ୍ୟ ଭେଙ୍ଗାବାବାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି । ୧୯୯୫ରେ ଜାପାନରେ ହୋଇଥିବା ଭୂମିକମ୍ପ , କରୋନାର ଭୟାବହତା ସବୁ ଭବିଷ୍ୟବାଣୀ କରିଥିଲେ ଭେଙ୍ଗାବାବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Venga Baba's prediction again, Tsunami will occur in July | Argus News