Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭେଙ୍କୟା ନାଇଡ଼ୁ-ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ଦେଲେ ରାଷ୍ଟ୍ରପତି

National

ଭେଙ୍କୟା ନାଇଡ଼ୁ-ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ଦେଲେ ରାଷ୍ଟ୍ରପତି

Ritu Das
Browse all articles by Ritu Das
·2 years ago
ଭେଙ୍କୟା ନାଇଡ଼ୁ-ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ଦେଲେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁଙ୍କୁ ପଦ୍ମ ପୁରସ୍କାର ପ୍ରଦାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଉତ୍ସବରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ସମାଜସେବା ପାଇଁ ବିନ୍ଦେଶ୍ୱର ପାଠକଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି ପଦ୍ମ ବିଭୂଷଣ । କଳା କ୍ଷେତ୍ରରେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ପଦ୍ମା ସୁବ୍ରମଣ୍ୟଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିବା ବେଳେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଓ କଣ୍ଠଶିଳ୍ପୀ ଉଷା ଉଥୁପଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେହିପରି ମେଡିସିନ୍ ପାଇଁ ମନୋହର କ୍ରିଷ୍ଣା, ଟେନିସ୍ ଖେଳାଳି ରୋହନ ବୋପାନ୍ନାଙ୍କୁ ପ୍ରଦାନ କରପାଯାଇଛି ପଦ୍ମଶ୍ରୀ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଏ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Venkaiah Naidu | Argus News