Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଶୁକ୍ର ଗ୍ରହରେ  ରହସ୍ୟ ଖୋଜିବ ଭାରତ

Manini Pattanayak
Browse all articles by Manini Pattanayak
·1 year ago·2 min read
 ଶୁକ୍ର ଗ୍ରହରେ  ରହସ୍ୟ ଖୋଜିବ ଭାରତ

ନୂଆଦିଲ୍ଲୀ:  ଶୁକ୍ର ଗ୍ରହରେ  ରହସ୍ୟ ଖୋଜିବ ଭାରତ।  ପ୍ରେମ ଗ୍ରହ କୁହାଯାଉଥିବା  ଶୁକ୍ର ଗ୍ରହରେ ଜୀବନ ସମ୍ଭବ କି ଏହାର ପର୍ଦ୍ଦାଫାସ୍‌ କରିବ ଭାରତର ଆଉ  ଏକ ବଡ ମିଶନ।  ଠିକ୍‌ ୪ ବର୍ଷ ପରେ ଭାରତର ଶୁକ୍ରଯାନ ଯିବ ଶୁକ୍ର ଗ୍ରହକୁ।   କକ୍ଷପଥରେ  ପହଞ୍ଚିବା ପରେ  ଶୁକ୍ରର  ଚର୍ତୁପାର୍ଶ୍ୱରେ  ଘୁରି ବୁଲିବ ଅରବିଟ୍।  ଆଉ ଦେଖିବ  ଅକ୍ସିଜେନ୍‌ ଥାଇ ମଧ୍ୟ କାହିଁକି ଏଠାରେ ଜୀବନ ର ସତ୍ତା ନାହିଁ।   ଏଥିସହିତ ଏହି ଗ୍ରହରେ  କଣ ଏମିତି ସ୍ୱତନ୍ତ୍ରତା ଅଛି ତାହା ଖୋଜିବ ଶୁକ୍ରଯାନ।   ପ୍ରକୃତରେ  ଶୁକ୍ରଗ୍ରହ ବିଷୟରେ ଜାଣିବା ପାଇଁ ସାରା ବିଶ୍ୱର ଆଗ୍ରହ।  ଏଥିପାଇଁ ୧୯୬୦ ରୁ କାମ ହୋଇ ଆରମ୍ଭ ହୋଇଥିଲା।  ଏପର୍ଯ୍ୟନ୍ତ ୪୬ଟି ମିଶନ  ଶୁକ୍ର ଗ୍ରହକୁ ଯାଇ ସାରିଛି।   ଏଥିରେ  ଆମେରିକା, ରୁଷ୍‌ ଜାପାନ, ୟୁରୋପ ସାମିଲ ଅଛନ୍ତି।  ଏମାନଙ୍କ ପରେ ଏବେ ଚୀନ  ଏବଂ ଭାରତ ଅଣ୍ଟା ଭିଡୁଛନ୍ତି ଶୁକ୍ରକୁ ଯିବା ପାଇଁ। 
 

୬୪ ବର୍ଷରେ ୪୬ ମିଶନ

ଟିକେ ଭାବନ୍ତୁ  ଗତ ୬୪ ବର୍ଷ  ମଧ୍ୟରେ ସାରା ବିଶ୍ୱର ଶୁକ୍ର ଗ୍ରହ ବିଷୟରେ ଜାଣିବା ପାଇଁ  ଏତେ ଆଗ୍ରହ କାହିଁକି ବଢୁଛି ?।  ଶୁକ୍ର ପୃଥିବୀର ସବୁଠାରୁ ନିକଟତମ ଗ୍ରହ    । ଏହା ସୌରମଣ୍ଡଳର ଏପରି ଏକ ଗ୍ରହ  ଯେଉଁଠାରେ ଜନବସତୀ ସ୍ଥାପନ ସମ୍ଭବ ହୋଇପାରେ।  ଶୁକ୍ର ଗ୍ରହରେ   ଅକ୍ସିଜେନ୍‌   ଏବଂ ପାଣି  ମଧ୍ୟ ରହିଛି।   ଜୀବନ ବଞ୍ଚିବା ପାଇଁ ଏତେ ସବୁ ଉପାଦାନ ଥାଇ ମଧ୍ୟ  ଏଠାରେ  କଣ ପାଇଁ ଜୀବନ ତିଷ୍ଠୁନି ତାହା ଖୋଜୁଛି ସାରା ବିଶ୍ୱ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ କେବେ ପଠାଇବ  ଶୁକ୍ରଯାନ ?


 ବର୍ଷ ୨୦୨୮ରେ ଭାରତ ଶୁକ୍ରକୁ ପଠାଇବ ଶୁକ୍ରଯାନ।  ଏଥିପାଇଁ  ୧୨ ଶହ ୩୬ କୋଟି ମଞ୍ଜୁର ହୋଇଛି।  ତେବେ ଶୁକ୍ରଗ୍ରହ ପାଇଁ   ପ୍ରଥମ ମିଶନ  ୨୦୧୨ରେ   ତିରୁପତି ଅନ୍ତରିକ୍ଷ  ସମ୍ମିଳନୀରେ ପ୍ରସ୍ତୁତ କରାଯାଇଥିଲା।   କିନ୍ତୁ ଏହି ମିଶନ ଆଗକୁ ବଢିପାରିନଥିଲା।  ହେଲେ ଏହି ମିଶନକୁ ନେଇ ଇଶ୍ରୋର ଅଧ୍ୟୟନ ଜାରି ରହିଥିଲା।  ଯାହା ୨୦୨୮ରେ ସଫଳ ହେବାକୁ ଯାଉଛି। 
 

Sponsored
Venus on India's radar: Why Isro is eager to reach Earth's mysterious twin | Argus News