Videos
|
National

Muslim Entry Ban / ଗରବା ଓ ଦାଣ୍ଡିଆରେ ମୁସଲିମଙ୍କୁ ନୋ ଏଣ୍ଟ୍ରି, VHPର କଡ଼ା ଗାଇଡଲାଇନ୍

Bikash Mohanty
Browse all articles by Bikash Mohanty
·37 mins ago·2 min read
ଗରବା ଓ ଦାଣ୍ଡିଆରେ ମୁସଲିମଙ୍କୁ ନୋ ଏଣ୍ଟ୍ରି, VHPର କଡ଼ା ଗାଇଡଲାଇନ୍
Dandia

Key Points

ଦାଣ୍ଡିଆ ଓ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କୁ ନୋ ଏଣ୍ଟ୍ରି
ମହାରାଷ୍ଟ୍ରରେ ଦାଣ୍ଡିଆ ଓ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କୁ ନୋ ଏଣ୍ଟ୍ରି
ଯୋଗଦେଉଥିବା ଲୋକଙ୍କ ପରିଚୟ ଯାଞ୍ଚ କରିବାକୁ ଆୟୋଜକମାନଙ୍କୁ ନିର୍ଦ୍ଦେଶ
ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଗାଇଡଲାଇନ୍

ମୁମ୍ବାଇ,୦୬/୦୯: ମହାରାଷ୍ଟ୍ରରେ ଦାଣ୍ଡିଆ ଓ ଗରବା କାର୍ଯ୍ୟକ୍ରମରେ  ମୁସଲିମଙ୍କୁ ନୋ ଏଣ୍ଟ୍ରି। ଆସନ୍ତା ମାସରେ ହେବାକୁ ଥିବା ନବରାତ୍ରରେ ହେବାକୁ ଥିବା ଦାଣ୍ଡିଆ ଓ ଗରବା କାର୍ଯ୍ୟକ୍ରମରେ 
ରେ ମୁସଲିମ ଧର୍ମାବଲମ୍ବି ଅଂଶଗ୍ରହଣକୁ ମନା କରିଛି ବିଶ୍ବହିନ୍ଦୁ ପରିଷଦ। ଏଥିପାଇଁ ଗାଇଡ୍ ଲାଇନ ମଧ୍ୟ ଜାରୀ କରିଛି ବିଶ୍ବ ହିନ୍ଦୁ ପରିଷଦ।  ଏହାସହ କାର୍ଯ୍ୟକ୍ରମରେ ଯୋଗଦେଉଥିବା ଲୋକଙ୍କ ପରିଚୟ ଯାଞ୍ଚ କରିବାକୁ ଆୟୋଜକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ଚଳିତ ବର୍ଷ ନବରାତ୍ରି ଉତ୍ସବ ଅକ୍ଟୋବର ୧୧ରୁ ଆରମ୍ଭ ହେବ। ଏହାକୁ ନେଇ ଏବେଠାରୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଉତ୍ସବ ପୂର୍ବରୁ ବିଶ୍ବହିନ୍ଦୁ ପରିଷଦର ଏହି ଆହ୍ୱାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।  ବିଶ୍ବହିନ୍ଦୁ ପରିଷଦର ମୁଖପାତ୍ର ତଥା ଯୁଗ୍ମ ସଚିବ ଶ୍ରୀରାଜ ନାୟାରଙ୍କ କହିବାନୁସାରେ, ନବରାତ୍ରି ହେଉଛି ଏକ ଧାର୍ମିକ ଉତ୍ସବ। ଏହା କେବଳ ଗୀତ, ନୃତ୍ୟ କିମ୍ବା ମନୋରଞ୍ଜନର କାର୍ଯ୍ୟକ୍ରମ ନୁହେଁ। ଦେବୀଙ୍କ ପୂଜାକୁ କେନ୍ଦ୍ର କରି ଏହି ପର୍ବ ପାଳନ କରାଯାଏ। ତେଣୁ ନବରାତ୍ରି ସମୟରେ ଗରବା ଓ ଦାଣ୍ଡିଆ କାର୍ଯ୍ୟକ୍ରମରେ ମୁସଲମାନମାନଙ୍କ ଅଂଶଗ୍ରହଣକୁ ଅନୁମତି ନଦେବାକୁ ବିଶ୍ବହିନ୍ଦୁ ପରିଷଦ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଆୟୋଜକମାନଙ୍କୁ କିଛି ପଦକ୍ଷେପ ନେବାକୁ କୁହାଯାଇଥିବା ଦାବି ହୋଇଛି। ସେଥିମଧ୍ୟରେ ଅଂଶଗ୍ରହଣକାରୀଙ୍କ ପରିଚୟ ଯାଞ୍ଚ, ଆଧାର କାର୍ଡ ଯାଞ୍ଚ ଏବଂ କପାଳରେ ତିଳକ ଲଗାଇବା ଭଳି ପଦକ୍ଷେପ ରହିଛି।

ପଢନ୍ତୁ ଏହି ୁଖବର: ମସଜିଦ ଭାଙ୍ଗିବା ପରେ ମିଳିଲା କୂଅ, କିଏ ନିର୍ମାଣ କରିଥିଲା? ତଦନ୍ତ ପରେ ଖୋଲିବ ରହସ୍ୟ

ଶ୍ରୀରାଜ ନାୟାର କହିଛନ୍ତି ଯେ, ଏହି ନିର୍ଦ୍ଦେଶ କୌଣସି ସମ୍ପ୍ରଦାୟ ବିରୋଧରେ ନୁହେଁ। ହିନ୍ଦୁ ପର୍ବପର୍ବାଣୀର ସାଂସ୍କୃତିକ ଓ ଧାର୍ମିକ ଚରିତ୍ରକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ସତର୍କତାମୂଳକ ପଦକ୍ଷେପ ଭାବେ ଦେଖାଯାଉଛି। ବିଶ୍ବହିନ୍ଦୁ ପରିଷଦ ଧର୍ମାନ୍ତରୀକରଣ ଓ ଗୋହତ୍ୟା ବିରୋଧୀ ନିଜ ଏଜେଣ୍ଡା ସହିତ ସାଲିସ କରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ଯଦି ମୁସଲମାନମାନେ ନବରାତ୍ରି ଉତ୍ସବରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ, ତେବେ ସେମାନେ ସେମାନଙ୍କ ପରିବାର ସଦସ୍ୟ, ସ୍ତ୍ରୀ ଏବଂ ଭଉଣୀମାନଙ୍କ ସହିତ ଆସିବା ଉଚିତ। ସେମାନେ ମସଜିଦ କିମ୍ବା ସେମାନଙ୍କ ବାସସ୍ଥାନରେ ନବରାତ୍ରି ଉତ୍ସବ ଆୟୋଜନ କରିବା ଉଚିତ।"। ଏହି ଘଟଣାକୁ ନେଇ ଏବେ ମହାରାଷ୍ଟ୍ରରେ ଧାର୍ମିକ ଉତ୍ସବ, ସାମାଜିକ ସଦ୍ଭାବ ଓ ସାମ୍ବିଧାନିକ ଅଧିକାରକୁ ନେଇ ରାଜନୈତିକ ବାନବାଜି ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।
ନବରାତ୍ରି ଉତ୍ସବକୁ ନେଇ ମହାରାଷ୍ଟ୍ରରେ ଏବେଠାରୁ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି। ବିଶେଷକରି ମୁମ୍ବାଇ ସମେତ ରାଜ୍ୟର ବିଭିନ୍ନ ସହରରେ ଦାଣ୍ଡିଆ ଓ ଗର୍ବା କାର୍ଯ୍ୟକ୍ରମ ପାଇଁ ଆୟୋଜକମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନବରାତ୍ରି ସମୟରେ ରଙ୍ଗବେରଙ୍ଗ ପୋଷାକ, ପାରମ୍ପରିକ ସଙ୍ଗୀତ ଓ ଦାଣ୍ଡିଆର ତାଳରେ ଉତ୍ସବମୁଖର ହୋଇଉଠେ ବିଭିନ୍ନ ଅଞ୍ଚଳ।

ଗର୍ବା ଓ ଦାଣ୍ଡିଆ କେବଳ ଏକ ନୃତ୍ୟ ନୁହେଁ, ବରଂ ନବରାତ୍ରି ଉତ୍ସବର ଏକ ପ୍ରମୁଖ ସାଂସ୍କୃତିକ ଅଂଶ। ମହାରାଷ୍ଟ୍ରରେ ଏହି ଅବସରରେ ବଡ଼ ବଡ଼ ମଞ୍ଚ ସଜାଯାଇଥାଏ। ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ପରିବାର ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହୋଇ ନୃତ୍ୟର ମଜା ନେଇଥାନ୍ତି।