Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Vice President Election Result: ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ୧୫୨ ଭୋଟରେ ପରାଜିତ କଲେ NDAର ରାଧାକ୍ରୀଷ୍ଣନ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Vice President Election Result: ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ୧୫୨ ଭୋଟରେ ପରାଜିତ କଲେ NDAର ରାଧାକ୍ରୀଷ୍ଣନ୍‌

Key Points

ମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

ଏହି ଭୋଟିଂରୁ ନିଜକୁ ବିରତ ରଖିଥିଲା ବିଜେଡି ଓ ଭାରତୀୟ ରାଷ୍ଟ୍ର ସମିତି ।

ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି । ସେ NDAର ପ୍ରାର୍ଥୀ ଥିଲେ । INDI ମେଣ୍ଟ ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ସିପି ରାଧାକ୍ରୀଷ୍ଣନ୍‌ । ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ସେ ନିର୍ବାଚିତ ହୋଇଛନ୍ତି । ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ୩୦୦ ପ୍ରଥମ ପସନ୍ଦ ଭୋଟ । ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟସଭା ମହାସଚିବ ପିସି ମୋଦି । ମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି । ଏହି ଭୋଟିଂରୁ ନିଜକୁ ବିରତ ରଖିଥିଲା ବିଜେଡି ଓ ଭାରତୀୟ ରାଷ୍ଟ୍ର ସମିତି ।


ଏଥିରେ ମୋଟ ୭୬୭ ଭୋଟ ପଡ଼ିଥିଲା ବେଳେ ଏନ୍‌ଡିଏ ପାଇଚି ୪୫୨ ଭୋଟ, ଇଣ୍ଡି ମେଣ୍ଟ ପାଇଛି ୩୦୦ ଭୋଟ ଓ ୧୫ଟି ଭୋଟ ନାକଚ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସିପି ରାଧାକ୍ରୀଷ୍ଣନ୍‌ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଧାକ୍ରିଷ୍ଣନଙ୍କ ନାଁ ଘୋଷଣା କରିଥିଲେ ବିଜେପି ସଭାପତି ଜେପି ନଡ୍ଡା। ଗତ ୨୦୨୪ ଜୁଲାଇ ୨୭ରେ ସେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ। ସେ ତେଲଙ୍ଗାନା, ଝାଡ଼ଖଣ୍ଡ ଓ ପୁଦୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବି ଥିଲେ।

ତାମିଲନାଡୁ ବାସିନ୍ଦା ସି.ପି. ରାଧାକ୍ରିଷ୍ଣନଙ୍କ ନାଁ ଉପରେ ବିଜେପି ସଂସଦୀୟ ଦଳ ବୈଠକରେ ଲାଗିଥିଲା ମୋହର। ଚନ୍ଦ୍ରପୁରମ ପୋନୁସାମୀ ରାଧାକ୍ରିଷ୍ଣନଙ୍କ ଦୀର୍ଘ ରାଜନୈତିକ କ୍ୟାରିଅର ରହିଛି। ସେ ଯୁବାବସ୍ଥାରୁ ଆରଏସଏସ ଓ ଜନସଂଘ ସହ ଜଡ଼ିତ ଥିଲେ। ସେ ୧୯୯୬ ଓ ୧୯୯୮ରେ ଲୋକସଭାରେ ଦୁଇଥର ଲାଗି ସାଂସଦ ଥିଲେ। ସେ ଜାତିସଙ୍ଘ ସାଧାରଣ ଆସେମ୍ବ୍ଲିରେ ଭାରତର ପ୍ରତିନିଧିତ୍ବ ବି କରିଥିଲେ। ସେ ୨୦୦୪ରୁ ୨୦୦୭ ତାମିଲନାଡୁର ବିଜେପି ସଭାପତି ଥିଲେ। ୨୦୨୦ରେ ସେ କେରଳ ଲାଗି ବିଜେପି ପ୍ରଭାରୀ ହୋଇଥିଲେ।

Sponsored
Vice President Election Result: NDA's Radhakrishnan defeats Indi Alliance candidate by 152 votes | Argus News