Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ଜଗଦୀପ ଧନଖର ଇସ୍ତଫା ଦେଲେ

Ritu Das
Browse all articles by Ritu Das
·11 months ago·1 min read
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ଜଗଦୀପ ଧନଖର ଇସ୍ତଫା ଦେଲେ

Key Points

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ଜଗଦୀପ ଧନଖର ଇସ୍ତଫା ଦେଲେ

୨୦୨୨ ମସିହାରେ, ଜଗଦୀପ ଧନଖର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ

ନିର୍ବାଚନରେ ଧନଖର ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ

ଉପରାଷ୍ଟ୍ରପତି ଜଗଦୀପ ଧନଖର ଇସ୍ତଫା ଦେଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖର। ସେ ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ୨୦୨୨ ମସିହାରେ, ଜଗଦୀପ ଧନଖର ୧୪ତମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ୬ ଅଗଷ୍ଟ ୨୦୨୨ରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ଧନଖର ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ। ଧନଖର ମୋଟ ୭୨୫ ଭୋଟରୁ ୫୨୮ ଭୋଟ ପାଇଥିଲେ, ଯେତେବେଳେ ଆଲଭା ୧୮୨ ଭୋଟ ପାଇଥିଲେ।


ଧନଖର ରାଜସ୍ଥାନର ଝୁନଝୁନୁର ବାସିନ୍ଦା। ଜଗଦୀପ ଧନଖରଙ୍କ ଜନ୍ମ ୧୮ ମେ' ୧୯୫୧ରେ ଝୁନଝୁନୁ ଜିଲ୍ଲାର ଏକ ସାଧାରଣ ଚାଷୀ ପରିବାରରେ ହୋଇଥିଲା ଏବଂ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗାଁରେ ହୋଇଥିଲା। ତା’ପରେ ତାଙ୍କୁ ଚିତ୍ତୋରଗଡ଼ର ସୈନିକ ସ୍କୁଲରେ ଭର୍ତ୍ତି କରାଯାଇଥିଲା। ଧନଖରଙ୍କୁ NDA (ଜାତୀୟ ପ୍ରତିରକ୍ଷା ଏକାଡେମୀ) ରେ ଚୟନ କରାଯାଇଥିଲା, କିନ୍ତୁ ସେ ଯାଇ ନଥିଲେ। ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ। ଏହା ପରେ ସେ LLB ପଢ଼ିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ଜୟପୁରରେ ରହି ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ବଙ୍ଗଳାର ରାଜ୍ୟପାଳ ଥିବା ୭୦ ବର୍ଷୀୟ ଜଗଦୀପ ଧନଖରଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୦ ଜୁଲାଇ ୨୦୧୯ରେ ବଙ୍ଗଳାର ୨୮ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ରାଜସ୍ଥାନର ଝୁନଝୁନୁରୁ ଲୋକସଭା ସାଂସଦ ଥିଲେ। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଭିପି ସିଂହ ଏବଂ ଚନ୍ଦ୍ରଶେଖରଙ୍କ ସରକାରରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଥିଲେ।

Sponsored
vice-president-jagdeep-dhankhar-resigns-citing-health-reasons | Argus News