Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତୃପ୍ତିଙ୍କ ବଢୁଛି ଡିମାଣ୍ଡ, ଅଫର ପରେ ଅଫର 

Manini Pattanayak
Browse all articles by Manini Pattanayak
·2 years ago·1 min read
ତୃପ୍ତିଙ୍କ ବଢୁଛି ଡିମାଣ୍ଡ, ଅଫର ପରେ ଅଫର 

 ନୂଆଦିଲ୍ଲୀ: ‘ଆନିମଲ’ ଫିଲ୍ମ ପାଇଁ ରାତାରାତି ଷ୍ଟାର ପାଲଟିଥିବା ତୃପ୍ତି ଏବେ ନ୍ୟାସନାଲ କ୍ରସ ପାଲଟିଛନ୍ତି।  ଫିଲ୍ମ ଆନିମଲରେ ଦମଦାର ଆକ୍ଟିଙ୍ଗ ଏବଂ  ଦମାଦାର ଲୁକ୍‌ ନେଇ ତୃପ୍ତି ସାଉଁଟୁଛନ୍ତି ପ୍ରଂଶସା।  ତୃପ୍ତିଙ୍କ ବଢୁଛି ଡିମାଣ୍ଡ।  ରଣବିର କପୁରଙ୍କ ପରେ ଏବେ ବିକି କୌଶଳଙ୍କ ସହ କରିବେ ରୋମାନ୍ସ।  ବିକିଙ୍କ ସହ ତାଙ୍କର କିଛି ଫଟୋ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।  ଫିଲ୍ମ ଆନିମଲରେ  ତୃପ୍ତି ଡିମ୍ରିଙ୍କ ଖୁବ୍‌ କମ୍‌ ସିନ୍‌ ଥିଲେ ମଧ୍ୟ  ରଣବୀରଙ୍କ ସହ ଥିବା ତାଙ୍କର ସିନ୍ ହଇଚଇ ସୃଷ୍ଟି  କରିଥିଲା।  ଇପ୍ରେସ୍‌ କରିଥିଲା ଫ୍ୟାନ୍ସଙ୍କୁ । ଏହି ମୁଭି ପରେ ତୃପ୍ତିଙ୍କୁ ଲଗାତାର  ନୂଆ ଅଫର ଆସିବାରେ ଲାଗିଛି। 

ପୁଣି ଥରେ ନ୍ୟାସନାଲ କ୍ରସଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ।  ବିକି ଆଉ ତୃପ୍ତି ଖୁବ୍‌ ଶୀଘ୍ର  ଧର୍ମା ପ୍ରଡକ୍ସନ ର ଆଗାମୀ ମୁଭିରେ ନଜର ଆସିବେ।  ଭାଇରାଲ ହେଉଥିବା ଫଟୋରେ ବିକି ଏବଂ ତୃପ୍ତି  କୌରସି ଏକ ରୋମାଣ୍ଟିକ  ଗୀତର ସୁଟିଂ  କରୁଥିବାରୁ ଦେଖିବାକୁ ମିଳୁଛି।  ରିପୋର୍ଟ ଅନୁସାରେ  ଏହି  ଫଟୋ  ୨୦୨୨ର। ଯାହା  ଏବେ ଭାଇରାଲ ହେଉଛି।  ତେବେ  ଫିଳ୍ମର ସୁଟିଙ୍ଗ ଶେଷ ହୋଇଛି  ଆସନ୍ତା ବର୍ଷ ୨୦୨୪ ରେ   ଏହା ରିଲିଜ୍‌ ହେବା ନେଇ ଆଶା ପ୍ରକଟ କରାଯାଇଛି। ଏପର୍ଯ୍ୟନ୍ତ  ରିଲିଜ୍‌ ଡେଟ୍‌ ଅଫିସିଆଲି  ଘୋଷଣା କରାଯାଇନାହିଁ।  

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored