Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  ମଞ୍ଚ ଉପରେ ୧୨ବର୍ଷିୟ ଭାରତୀୟ ଝିଅର ସାହସ: ପ୍ଲାକାର୍ଡ ଧରି କହିଲେ, ‘ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କର

National

 ମଞ୍ଚ ଉପରେ ୧୨ବର୍ଷିୟ ଭାରତୀୟ ଝିଅର ସାହସ: ପ୍ଲାକାର୍ଡ ଧରି କହିଲେ, ‘ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କର

Manini Pattanayak
Browse all articles by Manini Pattanayak
·2 years ago·1 min read
 ମଞ୍ଚ ଉପରେ ୧୨ବର୍ଷିୟ ଭାରତୀୟ ଝିଅର ସାହସ: ପ୍ଲାକାର୍ଡ ଧରି କହିଲେ, ‘ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କର

ନୂଆଦିଲ୍ଲୀ : ଦୁବାଇଠାରେ ଜଳବାୟୁ ସମ୍ମିଳନୀ 2023ରେ ୧୨ବର୍ଷିୟ ଭାରତୀୟ ଝିଅର ସାହସକୁ ନେଇ ଚର୍ଚ୍ଚା। ଦୁବାଇରେ COP28ରେ ମଞ୍ଚାସୀନ ଥିଲେ ବିଶ୍ବର ବିଭିନ୍ନ ଦେଶର ବଡ଼ ବଡ଼ ଅତିଥି, ଆଉ ବିଶ୍ବରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚାଲିଥିଲା ମାନସ ମନ୍ଥନ। ଏହି ସମୟରେ ସାମ୍ନାରେ ବସିଥିବା ଜଣେ ୧୨ ବର୍ଷୀୟ ଝିଅ ହଠାତ ମଞ୍ଚ ଉପରକୁ ଚାଲି ଆସିଥିଲେ। ହାତରେ ପ୍ଲାକାର୍ଡ ଧରି ନିଜର ବିରୋଧ ପ୍ରଦର୍ଶନ କରିଥିଲେ।

ଯେଉଁଥିରେ ଲେଖାଯାଇଥିଲା, ‘ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କର। ଆମ ଗ୍ରହ ଓ ଭବିଷ୍ୟତକୁ ରକ୍ଷା କର’। ଏହି ବିରୋଧକୁ ଦେଖି ମଞ୍ଚରେ ବସିଥିବା ବିଶ୍ବର ବଡ଼ ବଡ଼ ନେତା ଓ ସମ୍ମିଳନୀରେ ଭାଗ ନେଇଥିବା ବିଶ୍ବର ପ୍ରତିନିଧିମାନେ ଦେଖି ତାଜୁବ ହୋଇଯାଇଥିଲେ। ତେବେ ଏହି ଝିଅ ହେଉଛନ୍ତି ଭାରତର ଜଣାଶୁଣା ଶିଶୁ ଜଳବାୟୁ କର୍ମୀ ଲିସିପ୍ରିୟା କାଙ୍ଗୁଜାମ। ଫସିଲ୍ ଫୁଏଲ ବ୍ୟବହାର ଦ୍ବାରା ବିଶ୍ବରେ ଜଳବାୟୁ ଉପରେ ଖରାପ ପ୍ରଭାବ ପଡୁଛି ବୋଲି ମତ ଦେଇଛନ୍ତି କାଙ୍ଗୁଜାମ ଏବଂ ଆହୁରି ଅନେକ ପରିବେଶ ବିତ୍। 

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Video: 12-year-old Indian activist disrupts COP28 summit demanding end to fossil fuel | Argus News