ଲଣ୍ଡନରେ ବିଜୟ ମାଲ୍ୟା ଓ ଲଳିତ ମୋଦି ମଉଜ କରୁଥିବାର ଭିଡିଓ ଭାଇରାଲ

Key Points
ଲଣ୍ଡନରେ ବିଜୟ ମାଲ୍ୟା ଓ ଲଳିତ ମୋଦି ମଉଜ କରୁଥିବାର ଭିଡିଓ ଭାଇରାଲ
ଲଳିତ ମୋଦିଙ୍କ ପକ୍ଷରୁ "annual summer party"ର ଆୟୋଜନ କରାଯାଇଥିଲା
ବିଭିନ୍ନ ଦେଶର ସେଲିବ୍ରିଟିଙ୍କ ସହ ୩୧୦ ଜଣ ଅତିଥି ସାମିଲ ହୋଇଥିଲେ
ବିଦେଶରେ କୋଟିପତି ପଳାତକଙ୍କ ମଉଜ । ଲଣ୍ଡନରେ ବିଜୟ ମାଲ୍ୟା ଓ ଲଳିତ ମୋଦି ମଉଜ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଲଳିତ ମୋଦିଙ୍କ ପକ୍ଷରୁ "annual summer party"ର ଆୟୋଜନ କରାଯାଇଥିବା ବେଳେ, ଏଥିରେ ବିଭିନ୍ନ ଦେଶର ସେଲିବ୍ରିଟିଙ୍କ ସହ ୩୧୦ ଜଣ ଅତିଥି ସାମିଲ ହୋଇଥିଲେ । ପୂର୍ବତନ କ୍ରିକେଟର କ୍ରିସ୍ ଗେଲ୍ ବି ଏ ପାର୍ଟିରେ ଯୋଗ ଦେଇଥିଲେ । ନାଚ, ଗୀତର ତାଳେ ତାଳେ ଝୁମୁଥିଲେ ସମସ୍ତେ। ଦେଶବାସୀଙ୍କ କୋଟି କୋଟି ଟଙ୍କା ହଡ଼ପ କରି ଏ ଦୁଇ ଜଣ ବିଦେଶରେ ମଉଜ କରୁଛନ୍ତି ।
ଭାରତ ସରକାର ଉଭୟଙ୍କୁ ପଳାତକ ଘୋଷଣା କରିଛନ୍ତି । ଗତ ସପ୍ତାହରେ ଲଣ୍ଡନ ହାଇକୋର୍ଟ, ବିଜୟ ମାଲ୍ୟାଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଥିଲେ । 2021 ବ୍ୟାଙ୍କ ଜାଲିଆତି ମାମଲାରେ ଏ ଆବେଦନ କରାଯାଇଥିଲା।