Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟ୍ରେନ୍‌ ଭିତରେ ସାପ , ଧାଇଁଲେ ଯାତ୍ରୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଟ୍ରେନ୍‌ ଭିତରେ ସାପ ,  ଧାଇଁଲେ ଯାତ୍ରୀ

Key Points

  • ଟ୍ରେନ୍‌ ଭିତରେ ସାପ
  • ସାପ ଦେଖିବା ପରେ ଧାଇଁଲେ ଯାତ୍ରୀ
  • ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ: ସାପ । ନାଁ ଶୁଣିଲେ ଆମେ ସମସ୍ତେ ଡରନ୍ତି । ଡରିବା ବି ସ୍ଵାଭାବିକ କଥା । କାରଣ ସର୍ପାଘାତରେ କେତେ ଲୋକଙ୍କ ପ୍ରାଣ ଯାଉଛି ତାହା ଆମେ ସମସ୍ତେ ଜାଣନ୍ତି । ଥରେ ଚିନ୍ତାକରନ୍ତୁ ତ ? ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌ ସାପ ବାହାରିବ , ଆଉ ସାପ ଦେଖିବା ପରେ କେମିକି ଧାଁ ଦୌଡା କରୁଥିବେ ଯାତ୍ରୀ ଆପଣ ନିଶ୍ଚିତ ଅନୁମାନ କରିପାରୁଥିବେ । ହଁ...ଆପଣଙ୍କ ଅନୁମାନ ଠିକ୍‌ । କାରଣ ଏମିତି କିଛି ଘଟଣା ଘଟିଛି ପଡୋଶୀ ମଧ୍ୟ ପ୍ରଦେଶରେ । ଟ୍ରେନ୍‌ରେ ଚାଲୁଥିବା ବେଳେ ହଠାତ୍‌ ସାପ ବାହାରିଥିଲା । ଆଉ ସାପ ଦେଖିବା ପରେ ଯିଏ ଯୁଆଡ଼େ ପାରିଲେ ସିଆଡେ ଧାଇଁଲେ । 

ଯାତ୍ରୀମାନେ ଟ୍ରେନ୍‌ରେ ଆରାମରେ ବସି ଯାତ୍ରା କରୁଥିଲେ, ହେଲେ ଏତିକି ବେଳେ ଟ୍ରେନ୍‌ରେ ଏକ ସାପ ଦେଖିବାକୁ ମିଳିଥିଲା । ତା’ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ କିଏ କୁଆଡ଼େ ଦୌଡ଼ିଥିଲେ ତା’ର କିଛି ଠିକ୍‌ଠିକଣା ନାହିଁ । ସୂଚନା ଅନୁସାରେ ଟ୍ରେନ୍‌ର ଉପର ବର୍ଥରେ ଲାଗିଥିବା ଲୁହା ଉପରେ ଏକ ଲମ୍ବା ସାପକୁ ଦେଖି ପ୍ରଥମେ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ସାପ ଟ୍ରେନ୍‌କୁ କେମିତି ଆସିଲା ? ତାହାର ଉତ୍ତର କେହି ପାଇନଥିଲେ । ଏମିତି ସେ ସାପ ବିଷାକ୍ତ କି ନୁହେଁ ଜାଣିବା ପୂର୍ବରୁ ଜୀବନ ବଂଚାଇବାକୁ କୋକୁଆ ଭୟ ସୃଷ୍ଟି ହୋଇଥିଲା । 

ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । କୋଚ ନମ୍ବର ଜି-୧୭ରେ ସାପର ଶବ୍ଦ ଶୁଣାଯାଇଥିଲା । ସାପର ଶଦ୍ଦ ଶୁଣି ଅନ୍ୟଙ୍କୁ ସଚେତନ କରାଇଥିଲେ ଜଣେ ଯାତ୍ରୀ । ବାସ୍‌ ଏହାପରେ ଚଳନ୍ତା ଟ୍ରେନ୍‌ରେ ଆତଙ୍କ ଖେଳିଯାଇଥିଲା । ପରେ ପରେ ରେଲୱେ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅବଗତ କରାଯିବା ପରେ ସାପକୁ ସୁରକ୍ଷିତ ଟ୍ରେନ୍‌ରୁ ଉଦ୍ଧାର କରାଯାଇଥିଲା । ହେଲେ ସାପ କେମିତି ଟ୍ରେନ୍‌କୁ ପଶିଲା ତାହାର ତଦନ୍ତ ଚାଲୁଥିବା କୁହାଯାଇଛି । ହେଲେ ଏହି ଭିଡିଓ କିନ୍ତୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Snake In A Train | Argus News