Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କୀଙ୍କୁ ନିପାତ କରିବାକୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆତଙ୍କୀଙ୍କୁ ନିପାତ କରିବାକୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ

ପହଲଗାମରେ ନର ସଂହାରର କାଣ୍ଡ ଭିଆଇଥିବା ଆତଙ୍କୀଙ୍କୁ ଅଲଆଉଟ କରିବାକୁ ଚାଲିଛି ବଡ଼ ଅପରେସନ । ଆତଙ୍କୀ ଆକ୍ରମଣ ଘଟାଇବା ପରେ ସେମାନଙ୍କୁ ନିପାତ କରିବାକୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ତେବେ ଏୱୁ ଭିତରେ ସାମ୍ନାକୁ ଆସିଛି ଏକ ବଡ଼ ସୂଚନା । ଜାତୀୟ ତଦନ୍ତକାରୀ ସଂସ୍ଥା ଅନୁଯାୟୀ ସେମାନେ ସମ୍ଭବତଃ ଦକ୍ଷିଣ କାଶ୍ମୀରର ଘଞ୍ଚ ଜଙ୍ଗଲରେ ଲୁଚି ରହିଛନ୍ତି । ସେମାନଙ୍କ ପାଖରେ ବଞ୍ଚିରହିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ବି ରହିଛି। ତେବେ ଏନଆଇଏ ର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପହଲଗାମ୍‌ ଆକ୍ରମଣର ଆତଙ୍କବାଦୀମାନେ ବୈସାରନ ଉପତ୍ୟକାରେ ଉପସ୍ଥିତ ଥିଲେ।


ପହଲଗାମରେ ଆକ୍ରମଣ କରିବାର ପ୍ରାୟ ୪୮ ଘଣ୍ଟା ପୂର୍ବରୁ ସେମାନେ ସେଠାରେ ଲୁଚି ରହିଥିଲେ। ଏପଟେ ଭାରତର କାର୍ଯ୍ୟାନୁଷ୍ଠାନ ଡରରେ LOCରେ ଅସ୍ତ୍ର ବୀରତିର ଉଲ୍ଲଘନ କରୁଛି ପାକିସ୍ତାନ । ଲଗାତାର ୮ ଦିନ ହେବ ଗୁଳି ମାରି ସୀମାକୁ ଅଶାନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vigorous-search-operation-underway-to-nab-terrorists | Argus News