Videos
|
National

Congress TVK Tension / କଂଗ୍ରେସକୁ ଅଡ଼ୁଆ TVKର କ୍ୟାମ୍ପେନ୍; ବିଜୟ ସରକାରରୁ ଓହରିଯିବାକୁ ବିଧାୟକ ଦେଲେ ଧମକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କଂଗ୍ରେସକୁ ଅଡ଼ୁଆ TVKର କ୍ୟାମ୍ପେନ୍; ବିଜୟ ସରକାରରୁ ଓହରିଯିବାକୁ ବିଧାୟକ ଦେଲେ ଧମକ
Congress Warns Vijay's TVK

Key Points

ତାମିଲନାଡ଼ୁରେ 'Vijay for PM' କ୍ୟାମ୍ପେନ୍ ଚାଲିଛି । ଯାହାକୁ ନେଇ କଂଗ୍ରେସ ଅଡ଼ୁଆରେ ପଡ଼ିଛି । ଏହାରି ଭିତରେ ରାଜ୍ୟ ସରକାରରେ କଂଗ୍ରେସ କୋଟାରେ ମନ୍ତ୍ରୀ ଥିବା ରାଜେଶ କୁମାର କ୍ୟାମ୍ପେନକୁ ନେଇ ବୟାନ ଦେଇଛନ୍ତି ।
ଚେନ୍ନାଇ: ପୂର୍ବତନ ଅଭିନେତା ବିଜୟଙ୍କ ନେତୃତ୍ଵରେ ତାମିଲନାଡ଼ୁରେ ନୂଆ ସରକାର ଗଠନ ହୋଇଛି । ଏମ୍‌କେ ଷ୍ଟାଲିନ୍ ସରକାରରେ ସହଭାଗୀ ଖିବା କଂଗ୍ରେସ ବିଜୟଙ୍କ ସରକାରଙ୍କୁ ସମର୍ଥନ କରିଛି । ଅଭିନେତାରୁ ନୂଆ ନୂଆ ନେତା ହୋଇଥିବା ବିଜୟ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଉ ଏବେ ତାଙ୍କ ମହତ୍ଵକାଂକ୍ଷା ପିଏମ୍ ପଦକୁ ନେଇ ରହିଥିବା ଦେଖା ଯାଉଛି ।

ଯଦିଓ ବିଜୟ ଏନେଇ ଖୋଲାଖୋଲି କିମ୍ବା ସର୍ବସମ୍ମୁଖରେ କିଛି ବି କହିନାହାନ୍ତି । ତଥାପି ତାମିଲନାଡ଼ୁରେ 'Vijay for PM' କ୍ୟାମ୍ପେନ୍ ଚାଲିଛି । ଯାହାକୁ ନେଇ କଂଗ୍ରେସ ଅଡ଼ୁଆରେ ପଡ଼ିଛି । ଏହାରି ଭିତରେ ରାଜ୍ୟ ସରକାରରେ କଂଗ୍ରେସ କୋଟାରେ ମନ୍ତ୍ରୀ ଥିବା ରାଜେଶ କୁମାର କ୍ୟାମ୍ପେନକୁ ନେଇ ବୟାନ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: GDP ଉପରେ ଆସିଲା ଖୁସି ଖବର; ୭.୮ ପ୍ରତିଶତ ରହିବ ଅଭିବୃଦ୍ଧି ହାର! 

କଂଗ୍ରେସ ନେତା ତଥା ତାମିଲନାଡ଼ୁର ପର୍ଯ୍ୟଟନ ମନ୍ତ୍ରୀ ରାଜେଶ କହିଛନ୍ତି, "TVK ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ ନ କଲେ ଆମେ ବିଜୟଙ୍କ କ୍ୟାବିନେଟ୍ ଛାଡ଼ି ଦେବୁ ।" ଅର୍ଥାତ୍ ତାମିଲନାଡ଼ୁରେ ଟିଭିକେ ସରକାର ଠାରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରି ନେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟିଭିକେ ମେଣ୍ଟ ସରକାରରେ କଂଗ୍ରେସର ୨ ବିଧାୟକ ମନ୍ତ୍ରୀ ହୋଇଛନ୍ତି । ବିଜୟଙ୍କ ଦଳ ଟିଭିକେ ଲଗାତାର କ୍ୟାମ୍ପେନ୍ ଜାରି ରଖିଛି । ଯାହାକୁ ନେଇ ରାଜେଶ କହିଛନ୍ତି, "ମୋର ମତ ସ୍ପଷ୍ଟ ଅଟେ, ୨୦୨୯ରେ ଆମ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ । ଯଦି ଟିଭିକେର ସମର୍ଥନ ନ ମିଳେ, ତାହେଲେ କଂଗ୍ରେସ କୋଟାରେ କେହି ମନ୍ତ୍ରୀ ରହିବେ ନାହିଁ ।"

ଗୋଟିଏ ପଟେ ବିଜୟଙ୍କୁ ନେଇ ଟିଭିକେର କ୍ୟାମ୍ପେନ୍ ଜୋରଦାର୍ ଚାଲିଛି । ଦଳ କହି ଆସୁଛି ଯେ, ବିଜୟ ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର୍ । ଏପରିକି ତାମିଲନାଡ଼ୁରେ ବିଜୟ ଫର୍ ପିଏମ୍ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ଶୁଦ୍ଧିକରଣ ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର ହେଲା ଏଫଆଇଆର 

ଏବେ ଯାଏଁ କଂଗ୍ରେସର ନେତା ଏଭଳି ଦାବି ଠାରୁ ଦୂରେଇ ରହୁଥିଲେ । କାର୍ତ୍ତି ଚିଦାମ୍ବରମ ଥରେ କହିଥିଲେ, ଏହା ଫ୍ୟାନ କ୍ଲବଙ୍କ ମାଇଣ୍ଟସେଟ୍ ଅଟେ । କିନ୍ତୁ, ଏବେ ରାଜେଶ ଚେତାବନୀ ଦେବା ବୟାନ କରୁଛି ସବୁ କିଛି ଠିକ୍ ଚାଲି ନାହିଁ ।

ସେପଟେ ପ୍ରଶ୍ନ କ'ଣ ବିଜୟଙ୍କ ଟିଭିକେ ତାମିଲନାଡ଼ୁ ବାହାରେ ବିଜୟଙ୍କୁ ବଡ଼ ପଦରେ ପ୍ରୋଜେକ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ଏବେ ଚାଲିଥିବା ବିଜୟ ଫର୍ ପିଏମ୍ କ୍ଯାମ୍ପେନ୍ ୨୦୨୯ ଲୋକସଭା ନିର୍ବାଚନ ପାଇଁ କି ? ସୂଚନାଯୋଗ୍ୟ, କଂଗ୍ରେସ କେବେ ବି ରାହୁଲ ଗାନ୍ଧୀଙ୍କୁ ବାଦ୍ ଦେଲେ ଅନ୍ୟ ଦଳର କୌଣସି ନେତାକୁ ପିଏମ୍ ପଦର ଦାବିଦାର୍ ଭାବେ ଦେଖୁ ନାହିଁ ।