Videos
|
National

ଥାଲାପତିଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍ସଙ୍କ ଅସମ୍ଭାଳ ଭିଡ

Smruti Parija
Browse all articles by Smruti Parija
·1 year ago·2 min read
ଥାଲାପତିଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍ସଙ୍କ ଅସମ୍ଭାଳ ଭିଡ

Key Points

ଥାଲାପତିଙ୍କ ଗୋଟିଏ ଝଲକ ପାଇଁ ମଦୁରାଇରେ ଅସମ୍ଭାଳ ଭିଡ

ଭିଡରେ ଥିଲେ କଲେଜ ପଢୁଆ ଝିଅ, ଯୁବତୀ, ଗୃହିଣୀ ଏବଂ ଯୁବକ

ଫ୍ୟାନ୍ସଙ୍କ ପାଇଁ ଚାଲି ଚାଲି ରାମ୍ପରେ ଗଲେ ଥାଲାପତି ବିଜୟ

ସ୍ଥାନ ତାମିଲନାଡୁର ମଦୁରାଇ । ସମୟ ଦିନ 1 ଟା ହେବ । ତାପମାତ୍ରା 41 ଡିଗ୍ରୀ । ହେଲେ ରାଜ ରାସ୍ତାରେ ଶହ ଶହ ହଜାର ହଜାର ଲୋକ । ଦେଖୁ ଦେଖୁ ଚାରିଆଡେ ଅସମ୍ଭାଳ ଭିଡ । ଇଚ୍ଛା ଥାଲାପତି ବିଜୟଙ୍କର ଗୋଟିଏ ଝଲକ । ତାଙ୍କୁ ଦେଖିବା ଓ ଟିକେ ହାତ ହଲେଇ ଗୋଟେ ଫ୍ୟାନ୍ ହେବାର ଇଚ୍ଛା ପୁରା କରିବା । ସେଥିପାଇଁ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଭିଡ । ମଦୁରାଇ ପାଲଟିଛି ଜନସମୁଦ୍ର । ଥାଲାପତି ବିଜୟଙ୍କୁ ଦେଖିବାକୁ ପାଗଳ ପ୍ରାୟ ପାଲଟିଯାଇଥିଲେ ଫ୍ୟାନ୍ସ ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭିଡ଼ରେ ଥିଲେ କଲେଜ ପଢୁଆ ଝିଅ, ଯୁବତୀ, ଗୃହିଣୀ ଏବଂ ଯୁବକ । ମନରେ ଭରିଥିଲା ପ୍ରବଳ ଉତ୍ସାହ । ଗୁରୁବାର ଭଳି କାର୍ଯ୍ୟ ଦିବସ ହୋଇଥିଲେ ହେଁ ଝଲାପତିଙ୍କର ଗୋଟିଏ ଝଲକ ପାଇବା ପାଇଁ ଯିଏ ଯେଉଁଠି ଥିଲେ ଧାଇଁ ଆସିଥିଲେ । ଥାଲାପତିଙ୍କ ଫିଲ୍ମର ପପୁଲାର୍ ଗୀତ ଗାଉଥିଲେ, ନାଚୁଥିଲେ । ଆଉ ତାଙ୍କ ନାଁରେ ସ୍ଲୋଗାନ୍ ମଧ୍ୟ ଦେଉଥିଲେ । ଭିଡ ସମ୍ଭାଳିବାକୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଥିଲା । 




ଥାଲାପତି ବିଜୟ TVKର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବାବେଳେ ତାଙ୍କର ଫ୍ୟାନ୍ସ ତାଙ୍କୁ ଦେଖିବାକୁ ଆସିଥିଲେ । ଏତେ ଭିଡ ଭିତରେ ତାମିଲଗା ଭେଟ୍ରି କାଝାଗମ (TVK) ଦ୍ୱିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନରେ ପହଞ୍ଚିଥିଲେ ଫ୍ୟାନ୍ସ । ଥଲାପତି ବିଜୟ ମଧ୍ୟ 300 ମିଟର ଲମ୍ବା ରାମ୍ପ୍ ଦେଇ ଚାଲି ଚାଲି ଯାଇ ସମର୍ଥକ ମାନଙ୍କୁ ସମ୍ବୋଧିତ କରିଥିଲେ ।




ତାମିଲ ସିନେମାର ସବୁଠାରୁ ପ୍ରସିଦ୍ଧ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଥାଲାପତି ବିଜୟ । ଫେବୃଆରୀ 2024 ରେ ସେ ରାଜନୀତିରେ ପାଦ ଥାପିବା ନେଇ ଘୋଷଣା କରିଥିଲେ । ଏବଂ ନିଜର ଦଳ TVK ଘୋଷଣା କରିଥିଲେ ।

vijays-madurai-rally-people-throng-madurai-argus-news | Argus News