Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଡ଼ିଶାର 4 ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ବୁଲାଇଲା ବିକାଶ ଫାଉଣ୍ଡେସନ 

National

ଓଡ଼ିଶାର 4 ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ବୁଲାଇଲା ବିକାଶ ଫାଉଣ୍ଡେସନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଓଡ଼ିଶାର 4 ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ବୁଲାଇଲା ବିକାଶ ଫାଉଣ୍ଡେସନ 

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର 4 ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ବୁଲାଇଲା ବିକାଶ ଫାଉଣ୍ଡେସନ ।  ବିକାଶ ଫାଉଣ୍ଡେସନ ପକ୍ଷରୁ ହୋଇଥିବା ପ୍ରତିଭା ଉନ୍ୱେଷଣ 2023 କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ଦିଲ୍ଲୀ ବୁଲିଛନ୍ତି।  ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବୁଲିଲା ବେଳେ ଜୟ ଜଗନ୍ନାଥ ଧ୍ୱନିର ନାରା ଲାଗାଇଥିଲେ ଛାତ୍ରଛାତ୍ରୀ।  ପାଖାପାଖି ୯୦ ଛାତ୍ରଛାତ୍ରୀ ମାନେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି। ଦିଲ୍ଳୀ ରେ ନୂଆ ଅଭିଜ୍ଞତା ସାଉଁଟିଥିବାବେଳେ ବେସ୍‌ ଖୁସି ଥିବା କହିଛନ୍ତି ଛାତ୍ରଛାତ୍ରୀ। ବିକାଶ ଫାଉଣ୍ଡେସନ ପାଇଁ ଆମେ ଦିଲ୍ଳୀରେ ସବୁ ମନ୍ତ୍ରୀମାନଙ୍କୁ ଦେଖା କରିବାର ସୁଯୋଗ ମିଳିଲା।  

ସେଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ଏବଂ  ଡ. ମୃଦୁଳା ଠାକୁର ପ୍ରଧାନ ମ୍ୟାଡାମଙ୍କୁ ଧନ୍ୟବାନ ବୋଲି କହିଛନ୍ତି ଛାତ୍ରଛାତ୍ରୀ।  ରାଷ୍ଟ୍ରପତି ଭବନ ପାଖରୁ ଆରମ୍ଭ କରି ଇଣ୍ଡିଆ ଗେଟ୍‌, ଆଇଆଇଟି ପରି ବିଭିନ୍ନ ଶିକ୍ଷାନୁଷ୍ଠାନ ବୁଲିଥିଲେ ଛାତ୍ରଛାତ୍ରୀ।  ସମ୍ବଲପୁର , ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରୁ ଆସିଥିବା ଏହି ଛାତ୍ରଛାତ୍ରୀ କହିଥିଲେ  ଗାଁର ପିଲାମାନେ ଯେଉଁମାନେ କି ଆଜବେଷ୍ଟସ କଲେଜରେ ପାଠ ପଢୁଛନ୍ତି  ସେମାନଙ୍କ ଆଜି ଦିଲ୍ଳୀ ପରି ସହର ବୁଲିବାର ସୁଯୋଗ ପାଇଛନ୍ତି ତାହା କେବଳ ବିକାଶ ଫାଉଣ୍ଡେସନ ପାଇଁ।  ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ପିଲାମାନେ।   

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Vikas Foundation brought students from 4 districts of Odisha to Delhi | Argus News