Odisha Development Vision / `ବିକଶିତ ଓଡ଼ିଶା’ ସଂକଳ୍ପରେ ୨୦୨୬ ଏକ ନୂତନ ସମ୍ଭାବନାର ବର୍ଷ ହେଉ
·6 months ago·2 min read

Key Points
• ୨୦୨୬ରେ ସକରାତ୍ମକ ଚିନ୍ତାଧାରା ସହ ନୂତନ ଆରମ୍ଭକୁ ସ୍ୱାଗତ କରିବା
• ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସାମୂହିକ ଉଦ୍ୟମ କରିବା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଭାରତବାସୀ ତଥା ଓଡ଼ିଶାବାସୀଙ୍କୁ ଇଂରାଜୀ ନବବର୍ଷ-୨୦୨୬ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସେ ଏହି ଆଗାମୀ ବର୍ଷକୁ ନୂତନ ସମ୍ଭାବନା, ସକରାତ୍ମକତା ଏବଂ ଉଲ୍ଲାସର ବର୍ଷ ଭାବେ ଅଭିହିତ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୨୬ ବର୍ଷଟି କେବଳ ଏକ କ୍ୟାଲେଣ୍ଡର ପରିବର୍ତ୍ତନ ନୁହେଁ, ବରଂ ଏହା ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ନୂତନ ସମ୍ଭାବନା ଓ ଉନ୍ମାଦନାର ବର୍ଷ । ‘ବିକଶିତ ଓଡ଼ିଶା’ ସଂକଳ୍ପରେ ୨୦୨୬ ଏକ ନୂତନ ସମ୍ଭାବନାର ବର୍ଷ ହେବ । ତେଣୁ ଆମକୁ ସକରାତ୍ମକ ଚିନ୍ତାଧାରା ସହ ଏହି ନୂତନ ଆରମ୍ଭକୁ ସ୍ୱାଗତ କରିବାକୁ ହେବ । ନୂଆବର୍ଷର ସୂର୍ଯ୍ୟ କେବଳ ବଙ୍ଗୋପସାଗରର ନୀଳ ଜଳରାଶିରେ ଉଦୟ ହେବ ନାହିଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ୱାଭିମାନ ଓ ଉଜ୍ଜ୍ୱଳ ଭବିଷ୍ୟତର ସୂର୍ଯ୍ୟ ଭାବେ ପ୍ରକାଶିତ ହେବ`।
ଏହାସହ ପଢ଼ନ୍ତୁ: ଟ୍ରମ୍ପଙ୍କ 'ଟାରିଫ୍'କୁ ଝଟ୍କା; ଭାରତ କରିଦେଲା ବଡ଼ ଖେଳ, ଦେବାକୁ ପଡ଼ିବନି ଟଙ୍କାଟିଏ ଶୁଳ୍କ
୨୦୩୬ରେ ଭାଷା ଭିତ୍ତିରେ ଓଡ଼ିଶା ଗଠନର ଶତବାର୍ଷିକୀ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅମୃତ କାଳରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି । ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ଆରୋଗ୍ୟ କାମନା କରିଛନ୍ତି । ପ୍ରଭୁଙ୍କ ଆଶୀର୍ବାଦରୁ ୨୦୨୬ ପ୍ରତ୍ୟେକ ପରିବାରରେ ହସଖୁସି ଭରିଦେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।
ଶେଷରେ ଶ୍ରୀ ପ୍ରଧାନ ସମସ୍ତ ଓଡ଼ିଶାବାସୀଙ୍କୁ ଏକଜୁଟ ହୋଇ ରାଜ୍ୟ ଓ ଦେଶର ବିକାଶରେ ସହଭାଗୀ ହେବାକୁ ନିବେଦନ କରିବା ସହ ପୁନର୍ବାର ନବବର୍ଷର ଅନେକ ଶୁଭକାମନା ଜଣାଇଛନ୍ତି।
ଆପଣ ସମସ୍ତଙ୍କୁ ନୂଆବର୍ଷ 2026ର ହାର୍ଦ୍ଦିକ ଶୁଭକାମନା ।
— Dharmendra Pradhan (@dpradhanbjp) January 1, 2026
वर्ष 2026 की हार्दिक शुभकामनाएं। यह नववर्ष आपके जीवन में नई आशाएं जगाए, सकारात्मक ऊर्जा का विस्तार करे और हर प्रयास को सफलता की दिशा दे।
Happy 2026. May this new year open new doors of opportunities and lead everyone to growth… pic.twitter.com/kLVjalA0pm
ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୨୬ ବର୍ଷଟି କେବଳ ଏକ କ୍ୟାଲେଣ୍ଡର ପରିବର୍ତ୍ତନ ନୁହେଁ, ବରଂ ଏହା ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ନୂତନ ସମ୍ଭାବନା ଓ ଉନ୍ମାଦନାର ବର୍ଷ । ‘ବିକଶିତ ଓଡ଼ିଶା’ ସଂକଳ୍ପରେ ୨୦୨୬ ଏକ ନୂତନ ସମ୍ଭାବନାର ବର୍ଷ ହେବ । ତେଣୁ ଆମକୁ ସକରାତ୍ମକ ଚିନ୍ତାଧାରା ସହ ଏହି ନୂତନ ଆରମ୍ଭକୁ ସ୍ୱାଗତ କରିବାକୁ ହେବ । ନୂଆବର୍ଷର ସୂର୍ଯ୍ୟ କେବଳ ବଙ୍ଗୋପସାଗରର ନୀଳ ଜଳରାଶିରେ ଉଦୟ ହେବ ନାହିଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ୱାଭିମାନ ଓ ଉଜ୍ଜ୍ୱଳ ଭବିଷ୍ୟତର ସୂର୍ଯ୍ୟ ଭାବେ ପ୍ରକାଶିତ ହେବ`।
ଏହାସହ ପଢ଼ନ୍ତୁ: ଟ୍ରମ୍ପଙ୍କ 'ଟାରିଫ୍'କୁ ଝଟ୍କା; ଭାରତ କରିଦେଲା ବଡ଼ ଖେଳ, ଦେବାକୁ ପଡ଼ିବନି ଟଙ୍କାଟିଏ ଶୁଳ୍କ
୨୦୩୬ରେ ଭାଷା ଭିତ୍ତିରେ ଓଡ଼ିଶା ଗଠନର ଶତବାର୍ଷିକୀ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅମୃତ କାଳରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି । ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ଆରୋଗ୍ୟ କାମନା କରିଛନ୍ତି । ପ୍ରଭୁଙ୍କ ଆଶୀର୍ବାଦରୁ ୨୦୨୬ ପ୍ରତ୍ୟେକ ପରିବାରରେ ହସଖୁସି ଭରିଦେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।
ଶେଷରେ ଶ୍ରୀ ପ୍ରଧାନ ସମସ୍ତ ଓଡ଼ିଶାବାସୀଙ୍କୁ ଏକଜୁଟ ହୋଇ ରାଜ୍ୟ ଓ ଦେଶର ବିକାଶରେ ସହଭାଗୀ ହେବାକୁ ନିବେଦନ କରିବା ସହ ପୁନର୍ବାର ନବବର୍ଷର ଅନେକ ଶୁଭକାମନା ଜଣାଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories