Videos
|
National

Mobile Tower Protest / ମୋବାଇଲ ଟାଓ୍ବାର ଆସିଲାନି ବୋଲି ତାତିଲେ ଗାଁ ଲୋକେ, କଲେ ଏମିତି

Bikash Mohanty
Browse all articles by Bikash Mohanty
·2 hours ago·2 min read
ମୋବାଇଲ ଟାଓ୍ବାର ଆସିଲାନି ବୋଲି ତାତିଲେ ଗାଁ ଲୋକେ, କଲେ ଏମିତି
TOWER

Key Points

ଆସିଲାନି ମୋବାଇଲ ଟାଓ୍ବାର। ଉତ୍ୟକ୍ତ ହେଲେ ଗାଁ ଲୋକେ  
ମୋବାଇଲ୍ ଟାୱାର କର୍ମଚାରୀଙ୍କୁ ଏକ ଖୁଣ୍ଟରେ ବାନ୍ଧିଲେ
ଘଟଣା ଘଟିଛି ଉତ୍ତରପ୍ରଦେଶର ଫତେପୁରର ହରଦୌଲିରେ
ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଛି
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି
ଫତେପୁର,୧୧/୦୯: ଆସିଲାନି ମୋବାଇଲ ଟାଓ୍ବାର। ଉତ୍ୟକ୍ତ ହେଲେ ଗାଁ ଲୋକେ। ଊତ୍ୟକ୍ତ ହୋଇ  ମୋବାଇଲ୍ ଟାୱାର କର୍ମଚାରୀଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ଫତେପୁରର ହରଦୌଲିରେ। ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବା ପରେ  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସର ସୂଚନା ଅନୁଯାୟୀ, ହରଦୌଲି ଗାଁ ଲୋକେ ଦୀର୍ଘ ଦିନ ଧରି ମୋବାଇଲ୍ ନେଟୱାର୍କ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେମାନେ ଟାୱାର କର୍ମଚାରୀଙ୍କୁ ଗାଁକୁ ଡାକିଥିଲେ। କର୍ମଚାରି ଜଣକ ଗାଁରେ ପହଞ୍ଚିଥିଲେ। ଗାଁରେ  ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ  ନେଟଓର୍କ ସମସ୍ୟାର ସମାଧାନ ପାଇଁ କହିଥିଲେ।  ହେଲେ ତାଙ୍କ ଦ୍ବାରା ଏହାର ସମାଧାନ ହୋଇପାରିବ ନାହିଁ ବୋଲି କର୍ମଚାରୀ ଜଣକ ସିଧାସିଧା ମନା କରିଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯାଇଥିଲେ ଗ୍ରାମବାସୀ। ଏବଂ କର୍ମଚାରୀ ଜଣଙ୍କୁ ସେହି ଟାଓ୍ବାରରେ ହିଁ ବାନ୍ଧି ପକାଇଥିଲେ। ଏହି ସମୟରେ କେହି ଜଣେ ଏହାର ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। 

ନେଟୱର୍କ ସମସ୍ୟା ପାଇଁ ଗାଁ ଲୋକେ ହତାଶ

ପ୍ରାୟ ଦୁଇ ବର୍ଷ ପୂର୍ବେ ହରଦୌଲି ଗାଁରେ ଏକ ଟେଲିକମ୍ କମ୍ପାନୀ ଦ୍ୱାରା ଏକ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଥିଲା। ଏହି ସ୍ଥାପନ ଦ୍ୱାରା ଗ୍ରାମବାସୀଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଥିଲା ଯେ ଦୀର୍ଘଦିନର ସମସ୍ୟାର ସମାଧାନ ହେବ। ହେଲେ ସେମାନଙ୍କ ଆଶା ଆଶାରେ ହିଁ ରହିଗଲା।  ନେଟଓର୍କ ଆସିଲା ନାର୍ହି। ଏପରିକି ଫୋନ୍ କଲ୍ ମଧ୍ୟ ହେଲାନାର୍ହି। ଗୁରୁବାର ସନ୍ଧ୍ୟାରେ, ଟାୱାର କର୍ମଚାରୀ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ହତାଶା ଫୁଟି ଉଠିଥିଲା। ବାସିନ୍ଦାମାନେ କର୍ମଚାରୀଙ୍କୁ ଅଟକ ରଖି ଟାୱାର ପରିସରରେ ଥିବା ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ATS ରାଡାରରେ ଝିଅ, ବାପା ତାରିକ ଖାନ ଇଣ୍ଡିଆନ ମୁଜାହିଦ୍ଦିନ ଏବଂ SIMI ସହ ଜଡିତ !

ପୋଲିସର ତଦନ୍ତ ଆରମ୍ଭ

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ବିନ୍ଦକି ଥାନା ପ୍ରଭାରୀ ଶୈଳେଶ ସିଂହ କହିଛନ୍ତି ଯେ ତଦନ୍ତରୁ ଏପର୍ଯ୍ୟନ୍ତ ଜଣାପଡିଛି ଯେ ଅଞ୍ଚଳର ମୋବାଇଲ୍ ନେଟୱାର୍କ ସମସ୍ୟାକୁ ନେଇ ଗ୍ରାମବାସୀମାନେ ଅସନ୍ତୁଷ୍ଟ ଥିଲେ। "ଗ୍ରାମବାସୀମାନେ ମୋବାଇଲ୍ ନେଟୱାର୍କ ସମସ୍ୟା ଯୋଗୁଁ ହଇରାଣ ହୋଇଥିଲେ, ଯାହା ଫଳରେ ସେମାନେ ଟାୱାର କର୍ମଚାରୀଙ୍କୁ ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଭାଇରାଲ ଭିଡିଓ ଯାଞ୍ଚ କରୁଛି। ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୈଳେଶ ସିଂ କହିଛନ୍ତି।