Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତରାଖଣ୍ଡରେ ଭାସିଗଲା ଗାଁ: ଅନେକ ମୃତ, ଶତାଧିକ ନିଖୋଜ

Ritu Das
Browse all articles by Ritu Das
·11 months ago·2 min read
ଉତ୍ତରାଖଣ୍ଡରେ ଭାସିଗଲା ଗାଁ: ଅନେକ ମୃତ, ଶତାଧିକ ନିଖୋଜ

Key Points

ଉତ୍ତରାଖଣ୍ଡରେ ଭାସିଗଲା ଗାଁ

ଅନେକ ମୃତ, ଶତାଧିକ ନିଖୋଜ

ପାଣିର ପ୍ରଖର ସ୍ରୋତ ମାଡ଼ିଆସିବାରୁ ୨୫ ହୋଟେଲ୍‌ ଓ ହୋମ୍‌ଷ୍ଟେ ଧ୍ୱଂସ

ଗଙ୍ଗୋତ୍ରୀ ଧାମକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଆସିଛି। ବନ୍ୟାରେ ବହୁ ଘର, ହୋଟେଲ ସମେତ କ୍ଷୀରଗଙ୍ଗା ଉପତ୍ୟକାର ଧରାଲି ଗ୍ରାମ ସମ୍ପୂର୍ଣ୍ଣ ଭାସିଯାଇଛି। ଉକ୍ତ ଗାଁ ହର୍ସିଲସ୍ଥିତ ସେନା କ୍ୟାମ୍ପ୍‌ଠାରୁ ମାତ୍ର ୪ କି.ମି. ଦୂରରେ ଅବସ୍ଥିତ। ବନ୍ୟାରେ ଅନେକଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ନିଖୋଜ ହୋଇଯାଇଛନ୍ତି। ଗଙ୍ଗୋତ୍ରୀ ଧାମକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲୋକଙ୍କ କହିବା ଅନୁଯାୟୀ, ହଠାତ୍‌ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ଘର ପାଣିରେ ବୁଡ଼ି ରହିଥିବାବେଳେ ଅନେକ ଭାସିଯାଇଛି। ଭୟରେ ଲୋକେ ଘରଦ୍ୱାର ଛାଡ଼ି ଦୌଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। କ୍ଷୀରଗଙ୍ଗା ନଦୀ ଅବବାହିକାରେ ଅତି ପ୍ରବଳ ବର୍ଷା ହେବା ଫଳରେ ଗାଁ ଉପରକୁ ପ୍ରବଳ ଉଚ୍ଚରେ ପାଣି ଓ ପଥର ଖଣ୍ଡ ମାଡ଼ିଆସିଥିଲା। ପର୍ବତାଞ୍ଚଳ ଦେଇ ପାଣିର ପ୍ରଖର ସ୍ରୋତ ମାଡ଼ିଆସିବାରୁ ୨୫ ହୋଟେଲ୍‌ ଓ ହୋମ୍‌ଷ୍ଟେ ଧ୍ୱଂସ ହୋଇଥିବାବେଳେ ମାଟି ଓ ପଥର ଖଣ୍ଡ ତଳେ ଅନେକେ ରହିଯାଇଥିବା ଆଶଙ୍କା କରାଯାଉଛି।


ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଏଥିରେ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଜିଲା ପ୍ରଶାସନ ସମେତ ଅନ୍ୟାନ୍ୟ ଟିମ୍‌ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବରିଷ୍ଠ ଅଧିକାରୀମାନଙ୍କ ସହ ଯୋଗାଯୋଗରେ ରହି ସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। ଭାରତୀୟ ସେନା ଇବେକ୍ସ ବ୍ରିଗେଡ୍‌ ସୈନ୍ୟମାନେ ବିପର୍ଯ୍ୟୟସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି। ଇଣ୍ଡୋ-ତିବେତାନ ବର୍ଡର ପୋଲିସର ଏକ ୧୬ ଜଣିଆ ଟିମ୍‌ ଧରାଲିରେ ପହଞ୍ଚତ୍ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅନ୍ୟ ୨ଟି ଟିମ୍‌ ଖୁବ୍‌ଶୀଘ୍ର ପହଞ୍ଚତ୍ବେ ବୋଲି ଜଣାପଡ଼ିଛି। ସନ୍ଧ୍ୟା ସୁଦ୍ଧା ଅନୂ୍ୟନ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ମୁଖ୍ୟମନ୍ତ୍ରୀ ଧାମିକୁ ସମସ୍ତ ସହାୟତା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି। ଧରାଲି ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ସବୁ ପ୍ରକାର ସହାୟତା କରିବାକୁ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ମୂଲ୍ୟବାନ ଜୀବନ ବଞ୍ଚାଇବା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ହର୍ସିଲ ଅଞ୍ଚଳକୁ ବନ୍ୟା ମାଡ଼ିବାରୁ ସେଠାରେ ଥିବା ସେନା ଘାଟି କ୍ଷତିଗ୍ରସ୍ତ ହେବା ସହ ଅନୂ୍ୟନ ୧୦ ଯବାନ ନିଖୋଜ ହୋଇଛନ୍ତି। ସେମାନେ ସେନା କ୍ୟାମ୍ପ୍‌ରେ ଅବସ୍ଥାନ କରୁଥିଲେ। ଅନ୍ୟ ଯବାନମାନେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ ଥିବାବେଳେ ବାୟୁସେନା ହେଲିକପ୍ଟରଗୁଡ଼ିକ ଚଣ୍ଡିଗଡ଼ ଏୟାରବେସ୍‌ରେ ଷ୍ଟାଣ୍ଡବାଏ ରହିଛି।

Sponsored