Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍

ଅର୍ଗସ ବ୍ୟୁରୋ:  କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍। 2001ରୁ 2024 ଦିର୍ଘ 23 ବର୍ଷର କୁସ୍ତି କ୍ୟାରିୟରକୁ କଲେ ଗୁଡ୍‌ବାଏ । ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରୁ ବାଦ୍ ପଡି଼ବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଭିନେଶ। ସନ୍ନ୍ୟାସ ନେବା ନେଇ ସାମାଜିକ ଗଣମାଧ୍ୟମରେ Xରେ ସୂଚନା ଦେଇଛନ୍ତି । କୁସ୍ତି ଜିତିଗଲା, ମୁଁ ହାରିଗଲି ଲେଖି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଭିନେଶ । ମା'ଙ୍କ ଉଦେଶ୍ୟରେ ଭାବବିହ୍ବଳ ପୋଷ୍ଟରେ ଲେଖିଛନ୍ତି ଆପଣଙ୍କ ସ୍ବପ୍ନ ଓ ମୋ ସାହାସ ଭାଙ୍ଗିଗଲା । ସମସ୍ତଙ୍କୁ କ୍ଷମା ମାଗିବା ସହ ସମସ୍ତଙ୍କ ପାଖରେ ଋଣୀ ବୋଲି କହିଲେ ଭିନେଶ ।

ଅଲିମ୍ପିକରେ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କୁ ଲାଗିଛି ବଡ଼ ଝଟକା। ପ୍ୟାରିସ ଅଲିମ୍ପିକରେ ବିନେଶ୍ ଫୋଗାଟ୍ ଅଯୋଗ୍ୟ ଘୋଷିତ । କୁସ୍ତିର ଫାଇନାଲ୍ ମ୍ୟାଚ୍ ଖେଳି ପାରିବେ ନାହିଁ ବିନେଶ୍ ଫୋଗାଟ୍ । ଫାଇନାଲରେ ପହଞ୍ଚିବା ପରେ ଅଯୋଗ୍ୟ ଘୋଷିତ । ଫାଇନାଲ୍ ମ୍ୟାଚ୍ ଖେଳିଥାଆନ୍ତେ ବିନେଶ୍ ଫୋଗାଟ୍ । ବିନେଶ ଫୋଗାଟଙ୍କ ଓଜନ 50 କିଲୋଗ୍ରାମରୁ ଅଧିକ ବାହାରିଛି । ଅଧିକ ଓଜନ କାରଣରୁ ଅଯୋଗ୍ୟ ଘୋଷିତ ବିନେଶ ଫୋଗାଟ୍ । ଭାରତକୁ ମିଳିବ ନାହିଁ କୁସ୍ତିର ମେଡାଲ୍ । ବିନା ମେଡାଲରେ ଫେରିବେ ବିନେଶ ଫୋଗାଟ । 50 କିଲୋ ବର୍ଗରେ କାହାରିକୁ ମିଳିବ ନାହିଁ ରୌପ୍ୟ ପଦକ । ଏହି ବର୍ଗରେ କେବଳ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ଦିଆଯିବ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vinesh Phogat on Thursday announced her retirement from wrestling following her disqualification from the 50 kg freestyle wrestling final at the Paris Olympics | Argus News