Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଂଲାଦେଶରେ ଥମୁନି ହିଂସା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବାଂଲାଦେଶରେ ଥମୁନି ହିଂସା

ଅର୍ଗସ ବ୍ୟୁରୋ:  ବାଂଲାଦେଶରେ ଥମୁନି ହିଂସା। ଦିନକୁ ଦିନ ଦେଖାଦେଉଛି ଭୟାବହ ସ୍ଥିତି । ଛାତ୍ର ବିଦ୍ରୋହ ନେଉଛି ଆହୁରି ଉଗ୍ରରୂପ । ଥମିବା ନାଁ ଧରୁନି ହିଂସାକାଣ୍ଡ, ପୋଡ଼ାଜଳା  ବଢୁଛି ଅଶାନ୍ତି , ଅସ୍ଥିରତା...ହିନ୍ଦୁ ବିରୋଧୀ ହିଂସା ଭୟାବହ ରୂପ ନେଉଛି...ହିଂସା ମୁଖା ଭିଡ଼, ଖୋଜି ଖୋଜି ହିନ୍ଦୁମାନଙ୍କୁ ଟାର୍ଗେଟ୍ କରୁଛି । ଶେଖ୍ ହାସିନା ପଦ ଓ ଦେଶ ଛାଡ଼ିବା ପରେ ଖୋଜି ଖୋଜି ହିନ୍ଦୁ ମାନଙ୍କୁ ଟାର୍ଗେଟ୍ କରୁଛନ୍ତି ଦଙ୍ଗାକାରୀ। ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିବା ସହ ଲୁଟ୍ ପାଟ ଓ ପୋଡ଼ାଜଳା କରାଯାଉଛି। ପ୍ରସିଦ୍ଧ ଗାୟକ ରାହୁଲ ଆନନ୍ଦଙ୍କ ଘର ଜାଳିଦେଇଛନ୍ତି ବିଦ୍ରୋହୀ। ଜୀବନ୍ତ ସାଂସ୍କୃତିକ କେନ୍ଦ୍ର ଥିବା ରାହୁଲଙ୍କ ଘରର ଆସବାବପତ୍ର ସବୁ ପୋଡ଼ି ପାଉଁଶ ପାଲଟିଯାଇଛି। ପ୍ରସିଦ୍ଧ ବାଂଲା ଗାୟକଙ୍କର 140 ବର୍ଷ ପୁରୁଣା ଘରେ ଲୁଟ୍ ପାଟ୍ କରିବା ସହ ଉପଦ୍ରବୀ ଲଙ୍କାକାଣ୍ଡ କରିଛନ୍ତି। ଏପଟେ ଆଓ୍ୱାମୀ ଲିଗର ୨୦ ଜଣ ନେତାଙ୍କର ମଧ୍ୟ ମୃତଦେହ ମିଳିଛି। ଅତି ବିଭତ୍ସ ଭାବେ ଓଲଟା ବାନ୍ଧି ପିଟି ପିଟି ସେମାନଙ୍କୁ ହତ୍ୟା କରିଛନ୍ତି ବିକ୍ଷୋଭକାରୀ। । ଏହି ନେତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୪୪୦ ମୃତଦେହ ଉଦ୍ଧାର ହୋଇ ସାରିଲାଣି।

ଏପଟେ ଅଶାନ୍ତ ବାଂଲାଦେଶରେ କାର୍ଯ୍ୟରତ ଭାରତୀୟ ଦୂତାବାସର ୧୯୦ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସ୍ୱଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଭାରତ ଅଣାଯାଇଛି। ଏବେ ବି ପ୍ରାୟ ୩୦ ବରିଷ୍ଠ ଅଧିକାରୀ ଓ କୂଟନୈତିଜ୍ଞ ବାଂଲାଦେଶସ୍ଥିତି ଭାରତୀୟ ଦୂତାବାସରେ କାର୍ଯ୍ୟରତ ଅଛନ୍ତି। ସେପଟେ ଢାକାସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟକ୍ଷମ ଥିବାବେଳେ ଦେଶର ଅନ୍ୟ ସ୍ଥାନରେ ଥିବା ଭାରତୀୟ ଦୂତାବାସ ବି କାର୍ଯ୍ୟକ୍ଷମ ରହିଛି। ସେଠାରେ ରହୁଥିବା ଭାରତୀୟଙ୍କ ସହ ଯୋଗାଯୋଗରେ ରହିଛନ୍ତି। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ବିଦ୍ରୋହ ଭିତରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ସେଠାକାର ଅନ୍ତରୀଣ ସରକାରର ନେତା ଚୟନ କରାଯାଇଛି ।

ଗତ କିଛି ହେଲା ଜାରି ରାଜନୈତିକ ଛକ୍କା ପଞ୍ଝା ଭିତରେ ବାଂଲାଦେଶରେ ଅନ୍ତରୀଣ ସରକାରର ଗଠନ ହେବ। ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ନେତୃତ୍ବ କରିବାକୁ ବଛାଯାଇଛି। ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ଗତକାଲି ରାତିରେ ବଙ୍ଗା ଭବନ ବା ରାଷ୍ଟ୍ରପତି ଭବନରେ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକ ପରେ ରାଷ୍ଟ୍ରପତି ଶାହବୁଦ୍ଦିନ ଏହି ନିଷ୍ପତ୍ତି ଘୋଷଣା କରିଥିଲେ।  ପ୍ରଦର୍ଶନକାରୀ ଛାତ୍ରମାନେ ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ନେତୃତ୍ବ କରିବାର ପ୍ରସ୍ତାବ ସ୍ବୀକାର କରିଥିଲେ। ସେପଟେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କର ପୁଅ ତାରିକ ରେହମାନ ଆଜି ଦେଶକୁ ଫେରୁଛନ୍ତି। ସେ ଆଜି ସଂଧ୍ୟାରେ ଢାକାରେ ଏକ ରାଲିରେ ସାମିଲ ହେବେ। ତାରିକ ଦୀର୍ଘ ବର୍ଷ ହେଲା ଲଣ୍ଡନରେ ରହୁଥିଲେ। କିନ୍ତୁ ଶେଖ୍ ହାସିନା ଗାଦି ଛାଡ଼ିବା ପରେ ଏବେ ସେ ସ୍ବଦେଶ ଫେରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର:
 

Sponsored
violence in bangladesh | Argus News