Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା 

National

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା 

Manini Pattanayak
Browse all articles by Manini Pattanayak
·1 year ago·1 min read
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା 

ନୂଆଦିଲ୍ଲୀ:  କର୍ଣ୍ଣାଟକାର ମାଣ୍ଡୟାରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା। ଗଣେଶ ପେଣ୍ଡାଲ ଉପରକୁ ପଥର ମାଡ଼ ପରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। ସିଏମ ସିଦ୍ଧରମେୟା ଘଟଣାକୁ ସାଧାରଣ କହିବା ପରେ ବର୍ଷିଲା ବିଜେପି। କହିଲା କଂଗ୍ରେସ ଶାସିତ ରାଜ୍ୟରେ ହିନ୍ଦୁ ଭଗବାନ ଓ ହିନ୍ଦୁଙ୍କୁ କରାଯାଉଛି ଅପମାନ।  ଏପରି ଘଟଣା କର୍ଣ୍ଣାଟକାର ମାଣ୍ଡୟାରେ ଘଟିଛି। ଉଭୟ ପକ୍ଷଙ୍କ ପଥର ମାଡ଼ରେ ଜଣେ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି।

ବୁଧବାର ରାତିରେ ନାଗମଙ୍ଗଳା ଟାଉନ୍‌ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ମୈସୁର ରୋଡରେ ପ୍ରୋସେସନ ଉପରକୁ ପଥର ମାଡ଼ ହୋଇଥିଲା। ଏପରିକି ସଂଘର୍ଷ ବେଳେ ଖଣ୍ଡା ବୁଲିଥିଲା। ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ପୁଲିସ୍‌ ସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାଯାଇଛି।

ଏ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ସରକାର ଘଟଣା ଉପରେ ନଜର ରଖିଛନ୍ତି। ଏଯାଏଁ ୫୦ ଜଣଙ୍କୁ ଗିରଫ କରାଯାଇଛି। ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବ। ତେବେ ବିଜେପି ସିଦ୍ଧରମେୟା ସରକାରଙ୍କୁ କଡ଼ା ସମାଲାଚନା କରିଛି। ବିଜେପି ନେତ୍ରୀ କହିଚନ୍ତି କଂଗ୍ରେସ ହିନ୍ଦୁ ବିରୋଧୀ। ରାଜ୍ୟରେ ଭଗବାନ ଗଣେଶ ଓ ହିନ୍ଦୁଙ୍କୁ ଅପମାନିତ କରଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ସଧାରଣ ଘଟଣା କହିବା ନିନ୍ଦନୀୟ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 

Sponsored
Violent agitation over destruction of Ganesha idol in Karnataka's Mandya | Argus News