Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାରାଷ୍ଟ୍ରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ତୀବ୍ର ପ୍ରତିବାଦ

Smruti Parija
Browse all articles by Smruti Parija
·1 year ago
ମହାରାଷ୍ଟ୍ରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ତୀବ୍ର ପ୍ରତିବାଦ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ଥାନେରେ ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାକୁ ନେଇ ଜୋର ଧରିଛି ପ୍ରତିବାଦ। ବାଦଲପୁର ଅଂଚଳରେ ହଜାର ହଜାର ଲୋକ ରେଳରୋକୋ କରିବା ସହ ଧାରଣ ଦେଇଛନ୍ତି । ଏଥିଯୋଗୁଁ ପ୍ରାୟ ୬ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରହିଛି । ଉତ୍ତ୍ୟକ୍ତ ଲୋକମାନଙ୍କୁ ଘଉଡାଇବାକୁ ପୋଲିସ ଲାଠିଚାଳନା କରିଥିଲା । ବିକ୍ଷୋଭକାରୀ ମାନେ ପୋଲିସ ଉପରକୁ ଟେକାପଥର ମାଡ କରିଥିଲେ । ରଣକ୍ଷେତ୍ର ପାଲଟିଥିଲା ବାଦଲପୁର ରେଲଓ୍ବେ ଷ୍ଟେସନ । 


ଯୌନ ନିର୍ଯାତନା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯୌନ  ନିର୍ଯାତନାର ଶିକାର ହୋଇଥିବା ଅଭିଭାବକଙ୍କୁ ୧୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା । ଏହି ଘଟଣାରେ ତିନିଜଣ ପୋଲିସକୁ ସସପେଣ୍ଡ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Violent protest over the sexual harassment of two minor students in Maharashtra | Argus News