Videos
|
National

ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା

Ritu Das
Browse all articles by Ritu Das
·1 year ago
ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା

ଅର୍ଗସ ବ୍ୟୁରୋ:ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା । ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର । ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ଶାସକ ଓ ବିରୋଧୀ ଦଳର ନେତା। ୩୭୦ ଧାରା ଲାଗୁ କରିବା ପାଇଁ ପ୍ଲା-କାର୍ଡ ଧରି ଆସିଥିଲେ ପିଡିପି ବିଧାୟକମାନେ । ଯାହାକୁ ବିରୋଧ କରିଥିଲା ବିଜେପି । 

ବିଜେପି ବିଧାୟକଙ୍କ `ଭାରତ ମାତା କି ଜୟ ନାରା'ରେ କମ୍ପିଲା ବିଧାନସଭା । ବୁଧବାର ଧାରା ୩୭୦ ହଟାଇବାକୁ ବିରୋଧରେ ଜମ୍ମୁ-କଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଗୃହରେ ଜାରି ରହିଛି ହଙ୍ଗାମା। ତେବେ ଗତକାଲି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହାକୁ ନେଇ ଦୁଇ ପକ୍ଷର ବିଧାୟକ ପରସ୍ପର ମୁହାଁମୁହିଁ ହୋଇଥିଲେ। ଆଜି ମଧ୍ୟ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Violent | Argus News