Videos
|
National

ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ମସ୍କ...ଡୋନାଲ୍ଡ ଟ୍ରମ୍ପ, ଭିଡିଓ ଭାଇରାଲ୍

Smruti Parija
Browse all articles by Smruti Parija
·1 year ago·2 min read
ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ମସ୍କ...ଡୋନାଲ୍ଡ ଟ୍ରମ୍ପ, ଭିଡିଓ ଭାଇରାଲ୍

ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଯାଇଛି ମହାକୁମ୍ଭ । ମହାକୁମ୍ଭରେ ସାମିଲ ହେବାକୁ ଦେଶବିଦେଶରୁ ଛୁଟିଛି ସାଧୁ,ସନ୍ଥ, ଶ୍ରଦ୍ଧାଳୁଙ୍କ ଆଗମନ । ସନାତନ ସଂସ୍କୃତିର ସଂଗମ, ଭବ୍ୟ ଉତ୍ସବରେ ଯୋଗଦେବାକୁ ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ ଅତିଥିଙ୍କୁ କରାଯାଇଛି ଆମନ୍ତ୍ରଣ । ମହାକୁମ୍ଭରେ ବୁଡ ପକାଇ ମହାପୂଣ୍ୟ ଅର୍ଜନ କରିବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଭିଆଇପି..ଭିଭିଆଇପି ମହାକୁମ୍ଭରେ ବୁଡ ପକାଇବା ଯାଉଛନ୍ତି । ପୁରା ବିଶ୍ୱରେ ଏହା ସବୁଠୁ ବଡ ଆୟୋଜନ...ଯେଉଁଠି ସବୁଠୁ ଅଧିକ ମାତ୍ରାରେ ଏକତ୍ର ଗୋଟିଏ ସ୍ଥାନରେ ରୁଣ୍ଢ ହୋଇଛନ୍ତି ବୋଲି କୁହାଯାଉଛି । ତେବେ ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁଥିରେ ରାଜନେତାଙ୍କଠାରୁ ଆରମ୍ଭ କରି ହଲିଉଡ୍ ଅଭିନେତା ପର୍ଯ୍ୟନ୍ତ ବ୍ୟକ୍ତିତ୍ୱ ମହାକୁମ୍ଭରେ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଉଥିବା ଦେଖିବାକୁ ମିଳିଛି । AI ଦ୍ୱାରା ତିଆରି ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଏଲୋନ୍ ମସ୍କ, ଡୋନାଲ୍ଡ ଟ୍ରମ୍ପ, ଲିଓନେଲ୍ ମେସି, କ୍ରିଷ୍ଟିଆନୋ ରୋନାଲ୍ଡୋ, ୱିଲ୍ ସ୍ମିଥ୍, ଜେଣ୍ଡାୟା, ଟମ୍ ହଲାଣ୍ଡ, ଜନ୍ ସେନା, ଜଷ୍ଟିନ୍ ଟ୍ରୁଡୋ ଏବଂ ଅନେକ ବ୍ୟକ୍ତି ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମରେ ପବିତ୍ର ଜଳରେ ବୁଡ଼ ପକାଉଛନ୍ତି ।


ଯାହାକୁ ଲୋକେ ଖୁବ ପସନ୍ଦ କରୁଥିବା ସହ ଖୁବ ଭାଇରାଲ୍ ହେଉଛି ଏହି ଭିଡିଓ । ମିଲିଅନ ମିଲିଅନ ଲୋକ ଏହାକୁ ପସନ୍ଦ କରୁଛନ୍ତି । କେହି କେହି ଏହି ଭିଡିଓକୁ ମାଷ୍ଟରପିସ୍ କହିବା ସହ ଏହାକୁ AI ର ସବୁଠୁ ଶ୍ରେଷ୍ଠ କ୍ରିଏସନ ବୋଲି ମଧ୍ୟ କୁହିଛନ୍ତି ।


କୁମ୍ଭମେଳାରେ ସ୍ନାନ କଲେ କ'ଣ ହୁଏ ?


ମହାକୁମ୍ଭ ସ୍ନାନଦ୍ବାରା ପାପ କ୍ଷୟ ହୁଏ , ଅଧ୍ୟାତ୍ମିତ ଚେତନା ଜାଗ୍ରତ ହୁଏ ମାନସିକ ଶାନ୍ତି ମିଳେ। ଏଠାରେ ବିଧିବିଧାନ ପୂର୍ବକ ସ୍ନାନ କଲେ ଶତ ଅଶ୍ବମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। କୁମ୍ଭ ମେଳା ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ଏବଂ ଶନି କୁମ୍ଭ ରାଶିରେ ଥାଆନ୍ତି । କୁମ୍ଭମେଳାରେ ସ୍ନାନ କରିବା ଅମୃତ ସ୍ନାନ କରିବା ସହ ସମାନ


କୁମ୍ଭମେଳାର ଇତିହାସ


କୁମ୍ଭମେଳାର ଇତିହାସ ପାଖାପାଖି ୮୫୦ ବର୍ଷ ପୁରୁଣା ହେବ। ଖ୍ରୀଷ୍ଟପୂର୍ବ ୫୨୫ ଏହି ମେଳା ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ବୈଦିକ ଓ ପୌରାଣିକ ଯୁଗରେ କୁମ୍ଭ ଓ ଅର୍ଦ୍ଧକୁମ୍ଭ ସ୍ନାନର ବ୍ୟବସ୍ଥା ବର୍ତ୍ତମାନ ଭଳି ନଥିଲା। ପଣ୍ଡିତ ସାଧୁସନ୍ଥମାନେ ଶୁଭ ମୁହୁର୍ତ୍ତର ଗୁପ୍ତକାଳରେ ଏହି ମେଳା ଆୟୋଜନ ନେଇ ଆଲୋଚନା କରୁଥିଲେ।