Gemini Banana trend ; ଭାଇରାଲ ଟ୍ରେଣ୍ଡ ଦେଲା ଏମିତି ତଥ୍ୟ, ଆଶ୍ଚର୍ଯ୍ୟ ହେଲେ ମହିଳା

Key Points
ଜଣେ ୟୁଜର୍ସ ନିଜ ଫଟୋ ମଧ୍ୟ ଏଡିଟ୍ କରିବାକୁ ଦେବାପରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ । ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ 'ଜେମିନି ବାନାନା AI ଟ୍ରେଣ୍ଡ' ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ । ହେଲେ ଜଣେ ୟୁଜର୍ସ ନିଜ ଫଟୋ ମଧ୍ୟ ଏଡିଟ୍ କରିବାକୁ ଦେବାପରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ । ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।
ଗୁଗଲ୍ର 'ଜେମିନି ନାନୋ ବାନାନା AI ଶାଢୀ ଟ୍ରେଣ୍ଡ' ଏବେ ସମସ୍ତଙ୍କୁ ଯେମିତି ବାୟା କରିଛି । ବିଶେଷ କରି ମହିଳାମାନେ ଏହି ଟ୍ରେଣ୍ଡକୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି । ଏହି ଟ୍ରେଣ୍ଡରେ ମହିଳାମାନେ ନିଜର ଏକ ସାଧାରଣ ଫଟୋକୁ ଜେମିନି(Gemini) କୁ ଦେବାସହ ସେଥିରେ କିଛି ପ୍ରମ୍ପ୍ଟ ଲେଖା ହୋଇଥାଏ । ପ୍ରମ୍ପ୍ଟ ଯେମିତିକି , ନିଜକୁ ଯେଉଁ ରୁପରେ ଦେଖିବାକୁ ଚିନ୍ତା କରୁଥାନ୍ତି, ଠିକ ସେମିତି ହିଁ ଲେଖି ଜେମିନିକୁ ନିଜ ଫଟୋ ସହ ଦେଇଥାନ୍ତି । ଆଉ ଆମର କଳ୍ପନାକୁ 3D AI ଫଟୋରେ ଏଡିଟ୍ କରି ଜେମିନି ପଠାଇଥାଏ । ମୁହଁ ସମାନ ଥାଏ, କିନ୍ତୁ ଅନ୍ୟ ସବୁକିଛି ଆମ କଳ୍ପନା ମୁତାବକ ହୋଇଥାଏ । ସେଥିପାଇଁ ସମସ୍ତେ ଏହି ଟ୍ରେଣ୍ଡରେ ନିଜ ମନ ମୁତାବକ ଫଟୋକୁ ଏଡିଟ କରିବାକୁ ଦେଇଥାନ୍ତି । ହେଲେ ଜଣେ ମହିଳା ନିଜର ଏକ ଫଟୋ ଜେମିନିକୁ ଦେବାପରେ ଶେୟାର କରିଛନ୍ତି କିଛି ଏମିତି ତଥ୍ୟ ।
ଝଲକ ଭୱନାନୀ ନାମକ ଜଣେ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି, କାଲି ରାତିରେ ସେ ନିଜର ଏକ ଫଟୋ ଏହି ବାନାନା ଟ୍ରେଣ୍ଡରେ ଜେମିନିକୁ ଏଡିଟ୍ କରିବାକୁ ଦେଇଥିଲେ । ଯେଉଁଥିରେ ସେ ଏକ ନୀଳ ରଙ୍ଗର ୧/3 ହାତର ଏକ ସାଲୱାର ପିନ୍ଧିଥିଲେ । ଆଉ ଏହି ଫଟୋକୁ ଜେମିନି ତାଙ୍କୁ ଶାଢୀ ସହ ସ୍ଲିପଲେସ୍ ବ୍ଲାଉଜ ପିନ୍ଧା ଫଟୋ ଭାବେ ଏଡିଟ୍ କରି ଦେଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଜେମିନି (Gemini) ସେହି ଫଟୋରେ ତାଙ୍କର ହାତର ବାହୁରେ ଥିବା କଳାଯାଇକୁ ମଧ୍ୟ ରଖିଛି । କିନ୍ତୁ ସେ ନିଜର ଯେଉଁ ଫଟୋ ଦେଇଥିଲେ, ସେଥିରେ ତାଙ୍କର ହାତର ବାହୁ ଆଦୌ ଦେଖାଯାଉନଥିଲା । କିନ୍ତୁ ଜେମିନି ଏହା କେମିତି ଜାଣିଲା ଯେ, ତାଙ୍କ ହାତର ବାହୁର କଳାଯାଇ ଅଛି ବୋଲି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ ଅନ୍ୟମାନଙ୍କୁ ମଧ୍ୟ ଏପରି ଫଟୋ ଇଣ୍ଟରନେଟରେ ଦେଉଥିବା ବେଳେ ସତର୍କ ରୁହନ୍ତୁ ବୋଲି କହିଛନ୍ତି ।
ତାଙ୍କର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର୍ସ ତାଙ୍କୁ କହିଛନ୍ତି, "ଏହା ଅତ୍ୟନ୍ତ ସାଧାରଣ କଥା । ଯେତେବେଳେ ଆମେ ଜେମିନିକୁ ଆମର ଫଟୋ ଦେଇଥାନ୍ତି, ସେ ଏହାକୁ ଆମେ ଇଣ୍ଟରନେଟରେ ଛାଡିଥିବା ପୁରୁଣା ଫଟୋ ସହ ତୁଳନା କରିଥାଏ । ଆଉ ସମାନ ଜିନିଷ ତୁଳନା କରି ସେ ଆମ ଫଟୋ ତିଆରି କରିଥାଏ । " ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଜେମିନି (gemini) ଗୁଗଲ୍ର ଅଟେ । ଗୁଗଲ୍ ଫଟୋରେ ଆମର ସବୁ ଫଟୋର ଡାଟା ରହିଥାଏ । ଆଉ ଏହାର ବ୍ୟବହାର କରି ସେ ଏପରି କରିପାରେ ।
ସେହିପରି ଅନେକ ଜଣ ଏପରି ଟ୍ରେଣ୍ଡରେ ସାମିଲ ନହେବା ସହ ଏଆଇ(AI) କୁ ନିଜର ବ୍ୟକ୍ତିଗତ ଫଟୋ କିମ୍ବା ଡାଟା ନଦେବାକୁ ସତର୍କ କରାଇଛନ୍ତି ।