Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚର୍ଚ୍ଚାରେ IIT ବାବା, ପୁଅକୁ ଫେରାଇ ନେବାକୁ ଅନୁରୋଧ କଲେ ବାପା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଚର୍ଚ୍ଚାରେ IIT ବାବା, ପୁଅକୁ ଫେରାଇ ନେବାକୁ ଅନୁରୋଧ କଲେ ବାପା

ମୁଁ ଚାହେଁ ମୋ ପୁଅ ଘରକୁ ଫେରିଆସୁ
ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଅକୁ ଜାଣିଲି
୬ ମାସ ତଳୁ ମୋ ନମ୍ବର ବ୍ଲକ କରିଛି ପୁଅ
ମହାକୁମ୍ଭରେ ଆଇଆଇଟି ବାବାଙ୍କୁ ନେଇ ଚର୍ଚ୍ଚା


ଅର୍ଗସ ବ୍ୟୁରୋ : ମହାକୁମ୍ଭ ମେଳାର ଚର୍ଚ୍ଚିତ ଚେହେରା ଆଇଆଇଟି ବାବା ଓରଫ ଅଭୟ ସିଂ । ଆଇଆଇଟି ଇଞ୍ଜିନିୟ ଡିଗ୍ରୀ ହାସଲ କରିବା ପରେ ଏବେ ଆଧ୍ୟାତ୍ମିକ ଡିଗ୍ରୀ ହାସଲ କରିବା ଉଦ୍ଦେଶ୍ୟରେ ଆଗେଇ ଆସିଛନ୍ତି । ହେଲେ ପୁଅକୁ ନିଜ ଘରକୁ ଫେରାଇ ନେବାକୁ ବ୍ୟସ୍ତ ହୋଇ ପଡିଛନ୍ତି ବାପା । ଆଉ ସୋସିଆଲ ମିଡିଆରେ ନିଜ ପୁଅକୁ ଫେରିଆସି ବାକୁ ଅନୁରୋଧ କରିଛନ୍ତି ।


ଆଇଆଇଟି ଇଞ୍ଜିନିୟର ଅଭୟ ସିଂ । ଯିଏ ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ । ମୁମ୍ବାଇରେ ଏୟରସ୍ପେସ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ କାନାଡା ଯାଇଥିଲେ ଚାକିରି ପାଇଁ । ସେଠାରେ କିନ୍ତୁ ତାଙ୍କର ମନ ଲାଗିନଥିଲା । ଭାରତ ଚାଲି ଆସିଥିଲେ ଆଧ୍ୟାତ୍ମିକ ଜଗତର ସନ୍ଧାନରେ ।

ସିମଲା, ଧର୍ମଶାଳା , ମସୁରୀ ଆଦି ଆଧ୍ୟ।ତ୍ମିକ ସ୍ଥାନରେ ଶୀତଋତୁ କଟାଇଥଇଲେ ଅଭୟ । ପରେ କାଶୀ ଘାଟରେ ଆଧ୍ୟାତ୍ମିକତାର ସନ୍ଧାନ କରୁଥିବା ବେଳେ ତାଙ୍କୁ ଭେଟ ହୋଇଥିଲେ ଗୁରୁ ସୋମେଶ୍ବର ଗିରି । ପରେ ଅଭୟ ଅନେକ ସାଧୁସନ୍ଥଙ୍କ ସଂସ୍ପର୍ଶରେ ଆଶିଥିଲେ । ପରେ ପ୍ରୟାଗରାଜର କୁମ୍ଭମେଳାରେ ଯୋଗ ଦେଇଥିଲେ ।
ହେଲେ ଏହି ଆଇଆଇଟି ବାବା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କର ବାପା କରନ ଗ୍ରେୱାଲ ତାଙ୍କୁ ଘରକୁ ଫେରି ଆସିବାକୁ ଅନୁରୋଧ କରିଥିଲେ । ସେ କହିଛନ୍ତି ୬ ମାସ ତଳେ ସେ ତାଙ୍କ ପୁଅ ସହ କଥା ହୋଇଥିଲେ । ଆଉ ତାପରେ ତାଙ୍କ ପୁଅ ତାଙ୍କ ନମ୍ବର ବ୍ଲକ କରି ଦେଇଥିଲେ । ଏବେ ଅଭୟ ଯେଉଁ ସ୍ଥିତିକୁ ଗଲେଣି ସେ ଆଉ ପଛକୁ ଫେରି ପାରିବେନି ବୋଲି ଆଶଙ୍କା କରି କହିଛନ୍ତି ତାଙ୍କ ବାପା ।

ଅଭୟ ପିଲାଦିନୁ ସ୍ବାଧିନ ଭାବେ ବଞ୍ଚିବାକୁ ଚାହୁଁଥିଲେ । ସେଥିପାଇଁ ତାଙ୍କ ବାପା ତାଙ୍କର କୌଣସି ସ୍ବାଧିନତାରେ ହସ୍ତକ୍ଷେପ କରିନଥିଲେ । ପିଲାଦିନୁ ନିଜର ବାପାମାଆଙ୍କ ଭିତରେ ଅନେକ ସମୟରେ ଝଗଡା ପାଟିତୁଣ୍ଡ ହେବାର ଦେଖିଥିଲେ ଅଭୟ । ସେଥିପାଇଁ କେବେ ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସମ୍ପୁର୍ଣ୍ଣ ଆଧ୍ୟାତ୍ମିକ ଜଗତ ଆଡକୁ ମନ ବଳାଇଛନ୍ତି ଅଭୟ । ସେପଟେ ପୁଅର ଘରକୁ ଫେରିବା ବାଟକୁ ଚାହିଁ ରହିଛନ୍ତି ଅଭୟଙ୍କ ବାପା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
viral IIT Baba's father requested media to take back his son to their home | Argus News