VIRAL:ବାଘ ସହ ସେଲଫି ନେଉ ନେଉ କଣ ହେଲା ଦେଖନ୍ତୁ ଭିଡିଓ...

Key Points
ମହଙ୍ଗା ପଡିଲା ସେଲଫି ନେବା
ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଘାଇଲା କଲା ବାଘ
ଭିଡିଓ ଭାଇରାଲ୍
ଥାଇଲାଣ୍ଡରେ ଭାରତୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଘାଇଲା କଲା ବାଘ । ଥାଇଲ୍ୟାଣ୍ଡର ଫୁକେଟରେ ଘଟିଛି ଏହି ଅଘଟଣ । ଜଣେ ଭାରତୀୟ ପର୍ଯ୍ୟଟକଙ୍କୁ ବାଘ ଆକ୍ରମଣ କରିଥିଲା। ପ୍ରସିଦ୍ଧ ଟାଇଗର କିଙ୍ଗଡମରେ ବନ୍ୟପ୍ରାଣୀ ସହିତ ସେଲଫି ନେବାକୁ ଚେଷ୍ଟା କରୁଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି ।
ଯେଉଁଥିରେ ଅନେକ ଲୋକ ସୁରକ୍ଷା ପ୍ରୋଟୋକଲ ଏବଂ ଏପରି ଅଞ୍ଚଳରେ ପ୍ରାଣୀଙ୍କ କଲ୍ୟାଣ ଉପରେ ପ୍ରଶ୍ନ ଉଠାଇଛନ୍ତି ।
25 ସେକେଣ୍ଡର କ୍ଲିପରେ, ଅଜଣା ବ୍ୟକ୍ତି ଜଣକ ବାଘ ସହିତ ଚାଲୁଥିବା ଦେଖାଯାଉଛି । ତା'ପରେ ସେ ବାଘ ସହିତ ଏକ ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି । ସମାନ ଫ୍ରେମରେ, ଜଣେ ପ୍ରଶିକ୍ଷକ ବାଘକୁ ବସିବାକୁ ନିର୍ଦ୍ଦେଶ ଦେବା ପାଇଁ ଏକ ବାଡ଼ି ବ୍ୟବହାର କରୁଥିବା ଦେଖାଯାଉଛି । କିନ୍ତୁ ହଠାତ୍ ବାଘଟି ଆକ୍ରମଣାତ୍ମକ ହୋଇଯାଇ ସେହି ବ୍ୟକ୍ତିଙ୍କୁ ଆକ୍ରମଣ କରୁଛି । ଆଉ ତା ପରେ ଶୁଭୁଛି ସେହି ଯୁବକଙ୍କର ଚିତ୍କାର । ଯାହାକୁ ଶୁଣି ସେଠାରେ ଥିବା ସମସ୍ତ ବ୍ୟକ୍ତି ଭୟବିତ ଥିବା ଜଣାପଡିଛି ।
📱 Get Argus News App
✨Apparently an Indian man attacked by a tiger in Thailand.
— Sidharth Shukla (@sidhshuk) May 29, 2025
This is one of those paces where they keep tigers like pets and people can take selfies, feed them etc etc.#Indians #tigers #thailand #AnimalAbuse pic.twitter.com/7Scx5eOSB4
ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କର ସେ ଭଲ ଅଛନ୍ତି କି ନାହିଁ ଚିନ୍ତା ପ୍ରକଟ କରିଛନ୍ତି । ଭବିଷ୍ୟତରେ ଏପରି କିଛି ନଘଟିବା ପାଇଁ ଉନ୍ନତ ସୁରକ୍ଷା ବ୍ୟବସ୍ଥା ପାଇଁ ଆହ୍ୱାନ ଦେଇଛନ୍ତି ।
ସେହି ବ୍ୟକ୍ତି ଜଣକ ବଞ୍ଚିଗଲେ କି ନାହିଁ ପଚାରିବାରୁ, ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତି କହିଛନ୍ତି, "ହଁ, ସ୍ପଷ୍ଟ ଭାବରେ, ସାମାନ୍ୟ ଆଘାତ ଲାଗିଛି" ।