Viral Video: ମଣିଷ ଭଳି ବୋତଲ ଉଠାଇଲା ଭାଲୁ, ଢକ ଢକ କରି ପିଇଦେଲା କୋଲ୍ଡ ଡ୍ରିଙ୍କ୍ସ

Key Points
ମାତ୍ର ୧୨ ସେକେଣ୍ଡରେ ଭାଲୁ ଖାଲି କରି ଦେଉଛି କୋଲ୍ଡ ଡ୍ରିଙ୍କ୍ସ କ୍ୟାନ୍ । ୨୫ ସେକେଣ୍ଡର ଏହି ଭାଇରାଲ୍ ଭିଡିଓ ନେଟିଜନଙ୍କ ମନ ଜିଣୁଥିବା ବେଳେ ପରିବେଶବିତ୍ ଓ ପଶୁପ୍ରେମୀ ଚିନ୍ତାବ୍ୟକ୍ତ କରିଛନ୍ତି ।
ରାୟପୁର: ସମୟ ସହ ତାଳ ଦେଇ ମଣିଷ ବଦଳୁଛି । ପ୍ରକୃତି ଅବକ୍ଷୟ ହେଉଥିବା ଜଙ୍ଗଲ ଧ୍ଵଂସ ପାଉଛି । ଫଳରେ ଜଙ୍ଗଲୀ ଜୀବଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । ଖାଦ୍ୟ ଅନ୍ଵେଷଣରେ ଜନବସତି ଆଡ଼କୁ ଜଙ୍ଗଲୀ ଜୀବ ଚାଲି ଆସୁଥିବା ବେଳେ ଏବେ ସେମାନେ ମଣିଷ ଭଳି ବିଭିନ୍ନ ଖାଦ୍ୟ ପାନୀୟ ଗ୍ରହଣ କଲେଣି ।
ସୋସିଆଲ୍ ମିଡିଆରେ ଏବେ ସେଭଳି ଏକ ଭିଡିଓ ଭାଇରାଲ୍ ହେଉଛି । ଏକ୍ସରେ ଭାଇରାଲ୍ ଏକ ଭିଡିଓରେ ଦେଖାଯାଉଛି ଯେ, ଗୋଟିଏ ଭାଲୁର ଅତି ନିକଟରେ ଜଣେ ଯୁବକ ଏକ କୋଲ୍ଡ ଡ୍ରିଙ୍କ୍ସ କ୍ୟାନ୍ ରଖି ଦେଉଛନ୍ତି । ଆଉ କ୍ୟାନ୍ ରଖାଯିବାର ମାତ୍ରେ କେଇ ସେକେଣ୍ଡରେ ଉଠାଇ ନେଉଛି ଭାଲୁଟି ।
रील के चक्कर में भालू को पिला दी कोल्ड ड्रिंक,
कांकेर में युवक का भालू को कोल्ड ड्रिंक पिलाने का वीडियो वायरल हुआ है। यह हरकत युवक के जान को खतरे में डालने के साथ ही भालू के स्वास्थ्य के साथ भी खिलवाड़ है...#chhattisgarh #kanker #animals #colddrink #Bears pic.twitter.com/AajmaPQOSn
📱 Get Argus News App
✨
ଆଉ ମାତ୍ର ୧୨ ସେକେଣ୍ଡରେ ଖାଲି କରି ଦେଉଛି କୋଲ୍ଡ ଡ୍ରିଙ୍କ୍ସ କ୍ୟାନ୍ । ୨୫ ସେକେଣ୍ଡର ଏହି ଭାଇରାଲ୍ ଭିଡିଓ ନେଟିଜନଙ୍କ ମନ ଜିଣୁଥିବା ବେଳେ ପରିବେଶବିତ୍ ଓ ପଶୁପ୍ରେମୀ ଚିନ୍ତାବ୍ୟକ୍ତ କରିଛନ୍ତି । ଭାଇରାଲ୍ ଭିଡିଓଟି ଛତିଶଗଡ଼ କାଙ୍କେର ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ରିଲ୍ସ ଲାଗି ଯୁବପିଢ଼ି ଏଭଳି କରିବାକୁ ନାପସନ୍ଦ କରିଛନ୍ତି ପରିବେଶବିତ୍ ।
ବିଶେଷଜ୍ଞମାନଙ୍କ କହିବା କଥା, ଏଭଳି କରିବା ଦ୍ଵାରା ପଶୁ ଓ ନିଜ ଜୀବନ ଉଭୟ ବିପଦରେ ପଡ଼ିପାରେ । ଭାଲୁ ଏକ ହିଂସ୍ର ପ୍ରାଣୀ ହୋଇଥିବାରୁ କେବେ ବି ଆକ୍ରମଣ କରିପାରେ । ଆଉ ଭାଲୁ ହଠାତ୍ ଆକ୍ରମଣ କଲେ ଯୁବକ ଖସି ଯିବାକୁ ସମୟ ପାଇବେ ନାହିଁ । ଭାଲୁକୁ କୋଲ୍ଡ ଡ୍ରିଙ୍କ୍ସ ପିଆଇବା ତା' ସ୍ଵାସ୍ଥ୍ୟ ଖରାପ କରିପାରେ ।