Viral Video ; ଟ୍ରେନରେ ସ୍ତ୍ରୀଙ୍କ ହାତରେ ନେଲପଲିସ୍ ଲଗାଇ ଦେଲେ ବୃଦ୍ଧ ସ୍ଵାମୀ

Key Points
ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଟ୍ରେନରେ ଏକ ବୃଦ୍ଧ ଦମ୍ପତ୍ତି ବସିଛନ୍ତି । ସ୍ଵାମୀଜଣକ ନିଜ ସ୍ତ୍ରୀଙ୍କ ହାତ ନଖରେ ନେଲପାଲିସ ଲଗାଇ ଦେଉଛନ୍ତି ।
ପ୍ରେମ ଦେଖେନି ବୟସ । ପ୍ରେମ ଦେଖେନି ସ୍ଥାନ, ପ୍ରେମ ଦେଖେନି ସମୟ । ଯଦି ସାଥିରେ ସଠିକ ମଣିଷଟେ ଥାଏ, ତେବେ ପ୍ରେମର ପରିଧିଟା ଆହୁରି ଲମ୍ବିଯାଏ । ସେଠି ପ୍ରେମ ଥରେ ନୁହେଁ, ବରଂ ବାରମ୍ବାର ହୁଏ । ଆଉ ସେହି ମଣିଷକୁ ହିଁ ହୁଏ । କିଛିଜଣଙ୍କ ମତରେ ପ୍ରେମ ପାଇଁ ଏକ ସମୟ ଥାଏ, ଏକ ବୟସ ଥାଏ, ଏକ ଆବଦ୍ଧ ସୀମା ଥାଏ । କିନ୍ତୁ ପ୍ରକୃତ ପ୍ରେମ ଯେ ବୟସର ଅପରାହ୍ନ ଯାଏଁ ସେତିକି ସତେଜ ଆଉ ସେତିକି ସୁନ୍ଦର ଥାଏ, ତାହା ଏହି ଦମ୍ପତ୍ତି ପ୍ରମାଣ କରି ଦେଖାଇଛନ୍ତି । ଟ୍ରେନରେ ବସିଥିବା ସମସ୍ତଙ୍କ ନଜରର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ଦମ୍ପତ୍ତି ।
ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଟ୍ରେନରେ ଏକ ବୃଦ୍ଧ ଦମ୍ପତ୍ତି ବସିଛନ୍ତି । ସ୍ଵାମୀଜଣକ ନିଜ ସ୍ତ୍ରୀଙ୍କ ହାତ ନଖରେ ନେଲପାଲିସ ଲଗାଇ ଦେଉଛନ୍ତି । ସ୍ତ୍ରୀ ଜଣକ ବେଶ ଆଗ୍ରହର ସହ ଖୁସିରେ ହସି ନିଜ ହାତକୁ ଆଗକୁ ବଢାଇ ଦେଉଛନ୍ତି ନେଲପାଲିସ ଲଗାଇବା ପାଇଁ । ଯେଉଁ ଭିଡିଓ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି ।
ଭିଡିଓର କ୍ୟାପସନ ମଧ୍ୟ ବେଶ ହୃଦୟସ୍ପର୍ଶୀ । ସେ ଲେଖିଛନ୍ତି, ଦ୍ରୂତଗତିରେ ଚାଲୁଥିବା ଦୂନିଆରେ ସେମାନେ ସ୍ଥିର ବସିଛନ୍ତି । ସେ ସୁନ୍ଦର ଭାବେ ତାଙ୍କ ହାତକୁ ଧରି ନେଲପାଲିସ ଲଗାଇ ଦେଉଛନ୍ତି, ସେ ମହିଳା ଜଣକ ଏପରି ସୁନ୍ଦର ଭାବେ ହସୁଛନ୍ତି, ଯେମିତି ପ୍ରଥମ ଥର ପାଇଁ ସେ ତାଙ୍କ ହାତକୁ ସ୍ପର୍ଶ କରୁଛନ୍ତି । ପ୍ରେମ ବୟସ ହେଲେ କମେନି ବରଂ ଆହୁରି ଗଭୀର ହୋଇଯାଏ । ସମସ୍ତ ୟୁଜର୍ସମାନେ ମଧ୍ୟ ଏଥିରେ ଖୁବ ସୁନ୍ଦର ସୁନ୍ଦର କମେଣ୍ଟ ଦେଇଛନ୍ତି । ଜଣେ ଲେଖିଛନ୍ତି, ଯଦି ପ୍ରେମ ଏହିପରି ଦିଶେ , ତେବେ ମୁଁ ନିଶ୍ଚିତ ପ୍ରେମକୁ ଅପେକ୍ଷା କରିବି । ସେହିପରି ଆଉ ଜଣେ ଲେଖିଛନ୍ତି, ଯଦି ପ୍ରେମ ମତେ ଖୋଜେ, ତେବେ ପ୍ରେମ ଏହିପରି ହିଁ ଦିଶୁ ।