Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Viral Video: Instagramରେ IIT ବାବାଙ୍କ ତାଣ୍ଡବ ! ଦେଖନ୍ତୁ...

National

Viral Video: Instagramରେ IIT ବାବାଙ୍କ ତାଣ୍ଡବ ! ଦେଖନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Viral Video: Instagramରେ IIT ବାବାଙ୍କ ତାଣ୍ଡବ ! ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ଆଇଆଇଟି ବାବା ଓରଫ୍ ଅଭୟ ସିଂହ । ଗତକାଲି ପୋଲିସ ଟେକି ତାଙ୍କୁ ନେଇଥିଲା । ଆଜି ସେ ସୋସିଆଲ ମିଡିଆରେ କରୁଛନ୍ତି ତାଣ୍ଡବ । ଭାଇରାଲ ହେଉଛି ତାଙ୍କ ଭିଡିଓ । ଉତ୍ତରପ୍ରଦେଶ ପ୍ରୟାଗରାଜର ମହାକୁମ୍ଭ ମେଳାରୁ ଭାଇରାଲ ହୋଇଥିବା ଏହି IIT ବାବା ଏବେ ବି ଖବରର ସିରୋନାମା ପାଲଟିଛନ୍ତି । ଏକ ଟିଭି ସୋ'ରେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଏଥିପାଇଁ ସେ ନ୍ୟାୟ ଦାବିରେ ଅନଶନରେ ମଧ୍ୟ ବସିଥିଲେ । ତାପରେ ପୋଲିସ ବୁଝାସୁଝା କରି ତାଙ୍କୁ ଅନଶନରୁ ହଟାଇଥିଲା । ଏହା ପରେ ସେ ଆତ୍ମହତ୍ୟା ଧମକ ମଧ୍ୟ ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ପୋଲିସ ସୋମବାର ଗିରଫ ମଧ୍ୟ କରିଥିଲା ।

ଆଉ ଏବେ ସେ ସୋସିଆଲ ମିଡିଆରେ କରୁଛନ୍ତି ତାଣ୍ଡବ । ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଏକ ବନ୍ଦ ରୁମ୍‌ରେ ସେ ନାଚ କରୁଛନ୍ତି । ଏଥିରେ ସେ ନିଜେ ନିଜେ ମଧ୍ୟ ଗୀତ ଗାଉଛନ୍ତି । ଅଣ୍ଟାକୁ ହଲାଉଛନ୍ତି, ଛାତି ବି ଦୁଲୁକାଉଛନ୍ତି । ଏକ କଳା ରଙ୍ଗର ଲୁଙ୍ଗି ବି ପିନ୍ଧିଛନ୍ତି ।

ତେବେ ଏହି ଭିଡିଓ ଯେତିକି ଭାଇରାଲ ହେଉଛି, ସେତିକି ଭୟଙ୍କର କମେଣ୍ଟ ବି ଆସୁଛି । ଯିଏ ବି ଏହି ଭିଡିଓ ଦେଖୁଛି, ସେ ଟିକେ ଅଟକି ଯାଉଛି ଆଉ ତଳେ କମେଣ୍ଟ ଟିଏ ବି ଛାଡ଼ୁଛି । ଅନେକ ୟୁଜର ଲେଖିଛନ୍ତି, ବାବା ନିଶା ଖାଇ ଉତ୍ପାତ ହେଉଛନ୍ତି । କେହି କେହି ଲେଖିଛନ୍ତି ଇଏ ବାବା ନାଁରେ କଳଙ୍କ । ଆଉ କେହି ଲେଖିଛନ୍ତି ଅତ୍ୟଧିକ ଗଞ୍ଜେଇ ଟାଣିବାର ଏହା ହେଉଛି ପରିଣାମ ।

ଏକ ଘରୋଇ ଟିଭି ସୋ'ରେ ତାଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ହେବା ପରେ ଏହା ବାବାଙ୍କ ଆଉ ଏକ ଭିଡିଓ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ଆଇଆଇଟି ବାବା ଦାବି କରିଥିଲେ ଯେ, ତାଙ୍କୁ ଏକ ଘରୋଇ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା । ହେଲେ ସେଠି କିଛି ଲୋକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏହା ବିରୋଧରେ ସେ ନୋଏଡା ସେକ୍ଟର ୧୨୬ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

କହିରଖୁଛୁ ଯେ, ଅଭୟ ସିଂହ ଆଇଆଇଟି ବମ୍ବେରୁ ଏରୋସ୍ପେଶ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବାବେଳେ ସାଧୁ ହୋଇ ମହାକୁମ୍ଭରେ ବୁଲୁଥିଲେ । ସେବେଠୁ ସେ ଆଇଆଇଟି ବାବା ଭାବେ ସାରା ଦେଶରେ ପରିଚିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Viral Video: IIT Baba’s Unexpected ‘Tandav’ Dance After News Debate Clash | Argus News