Viral Video ; ନିଜ ବିବାହକୁ ନେଇ ତେଜସ୍ଵୀ ଯାଦବଙ୍କୁ ଏମିତି କହିଲେ ଖାନ୍ ସାର

Key Points
ଖାନ୍ ସାରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଖାନ୍ ସାରଙ୍କ ବିବାହର ସୁରାକ୍ କାହାକୁ ନଥିବା ବେଳେ ତାଙ୍କ ରିସେସ୍ପନରେ ସମସ୍ତେ ତାଙ୍କ ବିବାହ କେବେ ହେବା ନେଇ ପ୍ରଶ୍ନ କରିଛନ୍ତି । ଏବଂ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବିବାହର ଖବର ଖୁବ ଭାଇରାଲ ହେବାରେ ଲାଗିଛି ।
ଲୋକପ୍ରିୟ ଅନଲାଇନ ଟିଚର ଭାବେ ଖାନ୍ ସାର ବେଶ ପରିଚିତ । ଦିନକୁ ଦିନ ତାଙ୍କର ପାଠ ପଢାଇବାର ଶୈଳୀକୁ ଛାତ୍ରଛାତ୍ରୀ ମାନେ ବେଶ ପସନ୍ଦ କରୁଛନ୍ତି , ଆଉ ତାଙ୍କ ଫ୍ୟାନ ଫଲୋଇଙ୍ଗ ବଢିବାରେ ଲାଗିଛି । କିନ୍ତୁ କିଛିଦିନ ହେବ ଖାନ୍ ସାରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଖାନ୍ ସାରଙ୍କ ବିବାହର ସୁରାକ୍ କାହାକୁ ନଥିବା ବେଳେ ତାଙ୍କ ରିସେସ୍ପନରେ ସମସ୍ତେ ତାଙ୍କ ବିବାହ କେବେ ହେବା ନେଇ ପ୍ରଶ୍ନ କରିଛନ୍ତି । ଏବଂ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବିବାହର ଖବର ଖୁବ ଭାଇରାଲ ହେବାରେ ଲାଗିଛି ।
ଏ ମଧ୍ୟରେ ଏକ ଭିଡିଓ ବିଶେଷ ଆକର୍ଷଣ ପାଲଟିଛି, ଯେଉଁଥିରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ତାଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ସେ କହିଛନ୍ତି, କଣ ହେଲା, କେବେ ହେଲା ତୁମର ବିବାହ ? ଯାହାକୁ ନେଇ ଖାନ୍ ସାର ହସି ଉତ୍ତର ଦେଇଥିଲେ, "ଏବେ ଯେଉଁ ଭାରତ ପାକିସ୍ତାନ ଯୁଦ୍ଧ ହେଉଥିଲା, ତା ମଧ୍ୟରେ ହିଁ ବିବାହ ସମ୍ପନ୍ନ ହୋଇଛି । ଆଉ ପୁରା ଆପଣଙ୍କ ମଡେଲ ଅନୁସାରେ ହିଁ ବିବାହ ହୋଇଛି । ବିଲକୁଲ ଚୁପଚାପ ବାହାଘର ହୋଇଛି । ମାତ୍ର ୧୦ରୁ ୧୨ ଜଣଙ୍କୁ ନେଇ ବାହାଘର ସମ୍ପନ୍ନ ହୋଇଛି । ଆଉ ବାହାଘର ପରେ ସମସ୍ତଙ୍କୁ ମୋ ବାହାଘର ନେଇ ଖବର ଦିଆଯାଇଛି । ମତେ ଲାଗୁଥିଲା , ମୁଁ କେମିତି ବିବାହ କରିବି । ପୁଣି ଲାଗିଲା ଆପଣଙ୍କ ମଡେଲ ହିଁ କପି କରି ଦେଉଛି । "
ଖାନ୍ ସାରଙ୍କ ବିବାହ ଖୁବ କମ ଲୋକଙ୍କ ଆୟଜନରେ ହୋଇଥିଲା । କିନ୍ତୁ ରିସେସ୍ପନ ପାର୍ଟି ପଟନାର ଏକ ଲଗ୍ଜରୀ ହୋଟେଲରେ ହୋଇଥିଲା । ଯେଉଁଥିରେ ତେଜସ୍ଵୀ ଯାଦବଙ୍କ ବ୍ୟତୀତ ବିହାରର ଶିକ୍ଷା ମନ୍ତ୍ରୀ ସୁନୀଲ କୁମାର , ନିତିଶ ମିଶ୍ରା , କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ରାଜଭୂଷଣ ନିଷାଦ ଏବଂ ବିହାରର ରାଜ୍ୟପାଳ ଆରିଫ୍ ମୋହମ୍ମଦ ଆଧି ସାମିଲ ଥିଲେ । ଏଥିସହ ଫିଜିକ୍ସ ୱାଲ୍ହାର ପ୍ରତିଷ୍ଠାତା ଅଲଖ ପାଣ୍ଡେ ସାର୍ ଏବଂ ନିତୁ ମ୍ୟାଡାମ ମଧ୍ୟ ସାମିଲ ହୋଇଥିଲେ । ଏହି ରେସସ୍ପନ ପାର୍ଟିରେ ପ୍ରଥମ ଥରି ପାଇଁ ଖାନ୍ ସାରଙ୍କ ପରିବାର ତଥା ବନ୍ଧୁ ସଂପର୍କୀୟ ସାମ୍ନାକୁ ଆସିଥିଲେ ।
तेजस्वी यादव: क्या हुआ ब्याह कब था?
— Mukesh Kumar Verma (@mukeshdeshka) June 2, 2025
खान सर:अभी जो इंडिया पाकिस्तान का
कॉन्फ्लिक्ट चल रहा था उसी बीच में
सर और मॉडल आप ही का था सर
बिल्कुल चुपचाप से करना है और बाद
में बताना है😃 pic.twitter.com/zHiAbrJOZR