ମଜା ଦେଲା ସଜ୍ଜା ; ଓଠରେ ସୁପରଗ୍ଲୁ ଲାଗି ସିଲ ହେଇଗଲା ଓଠ

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ଅନେକ ପ୍ରକାର ବିଚିତ୍ର ଜିନିଷ ଦେଖିବାକୁ ମିଳିଥାଏ । ବିଶେଷ ଭାବେ ସୋସିଆଲ ମିଡିଆରେ ଭାଇରାଲ ହେବାପାଇଁ ଯୁବପିଢୀ ମାନେ ଅନେକ ଅଜବ ଜିନିଷ କରିବାକୁ ମଧ୍ୟ ପଛାଇନଥାନ୍ତି । କିଏ ନାଚ ଭିଡିଓ କରି ଫେମସ ହୁଅନ୍ତି, ତ କିଏ ପ୍ରାଙ୍କ ଭିଡିଓ କରି ଫେମସ ହୁଅନ୍ତି । କିନ୍ତୁ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଓଠରେ ସୁପରଗ୍ଲୁ ଲଗାଇ ମଜାକ କରୁଥିବା ବେଳେ ସତରେ ଲାଗି ଯାଇଥିଲା ଓଠ । ଯାହାକୁ ନେଇ ସେ ଖୁବ ଚିନ୍ତିତ ହୋଇ ପଡିବା ସହ କାନ୍ଦିବାକୁ ଲାଗିଥିଲେ ।
ଏହି ଭିଡିଓ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ଦୋକାନରେ ବସିଥିବା ବେଳେ ସୁପରଗ୍ଲୁ ନିଜ ଓଠରେ ମଜାରେ ଲଗାଇଥିଲେ । ଲଗାଇବାର କିଛି ସମୟ ପର୍ଯ୍ୟନ୍ତ ସେ ଏହାର ଖୁବ ମଜା ନେଉଥିଲେ ଏବଂ ହସୁଥିଲେ । କିନ୍ତୁ କିଛି ସମୟ ପରେ ଏହା ତାଙ୍କର ଯନ୍ତ୍ରଣାରେ ପରିଣତ ହୋଇଥିଲା । ସେ ଧିରେଧିରେ କାନ୍ଦିବାକୁ ଲାଗିଥିଲେ । ଅନେକ ସମୟ ଯାଏଁ ସେ ନିଜ ଓଠ ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ଖୋଲିପାରି ନଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬.୭ ମିଲିୟନ ଲୋକ ଦେଖି ସାରିଛନ୍ତି ।